Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha901789

Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର

'ତଉକତେ' ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର। ଏହିକ୍ରମରେ ମେ ୧୬ ତାରିଖ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ଏଜେନ୍ସି ସମେତ ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ଦାମନ-ଦିଉ ଏବଂ ଦାଦରା-ନଗର ହାଭେଳୀ ପ୍ରଶାସନ ସହ ବା

Cyclone Tauktae: ମୁକାବିଲା ପାଇଁ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: 'ତଉକତେ' ସାମୁଦ୍ରିକ ଝଡର ମୁକାବିଲା କରିବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର। ଏହିକ୍ରମରେ ମେ ୧୬ ତାରିଖ ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ଏଜେନ୍ସି ସମେତ ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଶାସିତ ଅଞ୍ଚଳ ଦାମନ-ଦିଉ ଏବଂ ଦାଦରା-ନଗର ହାଭେଳୀ ପ୍ରଶାସନ ସହ ବାତ୍ୟା ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତି ବାବଦରେ ଆଲୋଚନା କରିଛନ୍ତି।  

'ତଉକତେ' ବାତ୍ୟାର ମୁକାବିଲା ନେଇ ହୋଇଥିବା ପ୍ରସ୍ତୁତି ବାବଦରେ କେନ୍ଦ୍ର ଗୃହମନ୍ତ୍ରୀ (Union Home Minister) ଅମିତ ଶାହଙ୍କ (Amit Shah) ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ମଧ୍ୟ ସମୀକ୍ଷା କରିଛନ୍ତି। ଏପରିକି ଗୃହ ମନ୍ତ୍ରଣାଳୟ (Home Ministry) ପକ୍ଷରୁ ଏନେଇ ସତର୍କତା ଜାରି କରାଯାଇଛି।   

Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae

'ତଉକତେ' ବାତ୍ୟା (Cyclone Tauktae) ଉପରେ ଭାରତୀୟ ପାଣିପାଗ ବିଭାଗ-ଆଇଏମଡି (India Meteorological Department-IMD) ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୂର୍ବ ମଧ୍ୟ ଆରବ ସାଗର (East-Central Arabian Sea) ଅଞ୍ଚଳରେ ଏହା ଆହୁରି ସକ୍ରିୟ ହୋଇଉଠିବ। ରବିବାର ମଧ୍ୟାନ୍ନ ପର ଠାରୁ ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର ଦିଗକୁ ଅଗ୍ରସର ହେଉଛି। 

ଆଇଏମଡି ରିପୋର୍ଟ ଅନୁସାରେ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଗୋଆ (Goa) ରାଜଧାନୀ ପାଣାଜୀ (Panaji) ଠାରୁ ୧୩୦ କିଲୋମିଟର ଦୂର ପଶ୍ଚିମ-ଦକ୍ଷିଣ-ପଶ୍ଚିମ, ମୁମ୍ବାଇ (Mumbai) ଠାରୁ ୪୫୦ କିମି ଦକ୍ଷିଣ, ଗୁଜୁରାଟ (Gujarat) ଭେରାଭଲ (Veraval) ୭୦୦ କିମି ଦକ୍ଷିଣ-ପୂର୍ବ-ଦକ୍ଷିଣ, ପାକିସ୍ତାନ (Pakistan) କରାଚୀ (Karachi) ଠାରୁ ୮୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀତ ରହିଥିଲା।   

'ତଉକତେ' ସାମୁଦ୍ରିକ ଝଡର ମୁକାବିଲା ପାଇଁ ଗୋଆ (Goa), ମହାରାଷ୍ଟ୍ର (Maharashtra), କେରଳ (Kerala), କର୍ଣ୍ଣାଟକ (Karnataka), ଗୁଜୁରାଟ ପ୍ରଭୃତି ରାଜ୍ୟର ପ୍ରାୟ ୧୦୦ କମ୍ପାନୀ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏନଡିଆରଏଫ (National Disaster Response Force-NDRF) ଟିମ ନିୟୋଜିତ କରିଛନ୍ତି କେନ୍ଦ୍ର ସରକାର। 

Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed

ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ସମେତ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ-ଏସଡିଆରଏଫ (State Disaster Response Force-SDRF), ସ୍ଥଳସେନା (Indian Army), ନୌସେନା (Indian Navy), ବାୟୁସେନା (Air Force), ଭାରତୀୟ ତଟରକ୍ଷା ବାହିନୀ (Indian Coast Guard) ନିୟୋଜିତ କରାଯାଇଛି। ଉପରୋକ୍ତ ରାଜ୍ୟର ବିଭିନ୍ନ ବେଳାଭୂମିରେ ଲାଇଫ ଗାର୍ଡ (Life Guard) ମୁତୟନ ହୋଇଛନ୍ତି।  

ଆସନ୍ତା ମଙ୍ଗଳବାର ସୁଦ୍ଧା ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୫୦-୧୬୦ କିମି ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ୧୭ ତାରିଖ ସନ୍ଧ୍ୟାରୁ ୧୮ ତାରିଖ ସକାଳ ମଧ୍ୟରେ ରାଜ୍ୟର ପୋରବନ୍ଦର (Porbandar) ଠାରୁ ଭାବନଗର (Bhavnagar) ଜିଲ୍ଲା ଅଧିନସ୍ଥ ମହୁୱା ମଧ୍ୟରେ ଗୁଜୁରାଟ ଉପକୂଳ ପାର କରିବ। 

ମଙ୍ଗଳବାର ସକାଳେ 'ତଉକତେ' ସାମୁଦ୍ରିକ ଝଡର ଗୁଜୁରାଟର ମାଙ୍ଗରୋଲ ଠାରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କର୍ଣ୍ଣାଟକ ଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ନିଖୋଜ ଅଛନ୍ତି।  ଅନ୍ୟପଟେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜ୍ୟର ମାଙ୍ଗାଲୋର ବନ୍ଦର ଠାରେ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି। 

Also Read: ଜୁନ ୩ରେ ଭୟଙ୍କର ଝଡରେ ପରିଣତ ହେବ 'ନିସାର୍ଗା'

ଏହି ସାମୁଦ୍ରିକ ଝଡର ପ୍ରକୋପକୁ ନଜରରେ ରଖି ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟରେ ବାତ୍ୟାର ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। ବର୍ତ୍ତମାନ ସମୟରେ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଠାରୁ ଦୂରରେ ରହିବାକୁ ଚେତାବନୀ ଦିଆଯାଇଛି। ଆଇଏମଡି ପୂର୍ବାନୁମାନ ଅନୁସାରେ କର୍ଣ୍ଣାଟକ, କେରଳ, ଗୋଆ, ଗୁଜୁରାଟ ଭଳି ରାଜ୍ୟରେ ଏହି ସାମୁଦ୍ରିକ ଝଡ ତାଣ୍ଡବ ମଚାଇପାରେ।