ରାଜ୍ୟ ସରକାର କେବଳ ଧର୍ମନିରପେକ୍ଷ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବେ। ରାଜ୍ୟରେ ଥିବା ସରକାରୀ ମଦ୍ରାସାକୁ ଆସାମ ସରକାର ଚଳିତ ବର୍ଷ ନଭେମ୍ବରରୁ ବନ୍ଦ କରାଯିବ।
Trending Photos
ନୂଆଦିଲ୍ଲୀ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ମଦ୍ରାସା (Madrasa) କୁ ବନ୍ଦ କରିବା ନେଇ ଆସାମ ସରକାର ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଏବେ ବିଭିନ୍ନ ମହଲରେ ବିରୋଧ ଆରମ୍ଭ ହୋଇଗଲାଣି । ଏ ପ୍ରସଙ୍ଗରେ ମତ ରଖି ଆସାମ ବିଧାନସଭାରେ ଶିକ୍ଷାମନ୍ତ୍ରୀ (Assam Educasion Minisster) ହିମନ୍ତ ବିଶ୍ୱଶର୍ମା (Himant Viswasharma) କହିଛନ୍ତି ରାଜ୍ୟ ସରକାର କେବଳ ଧର୍ମନିରପେକ୍ଷ ଓ ଆଧୁନିକ ଶିକ୍ଷା ପ୍ରଦାନ କରିବେ । ରାଜ୍ୟରେ ଥିବା ସରକାରୀ ମଦ୍ରାସାକୁ ଆସାମ ସରକାର ଚଳିତ ବର୍ଷ ନଭେମ୍ବରରୁ ବନ୍ଦ କରାଯିବ।
ଏକ ଟିଭି ଚ୍ୟାନେଲ ବିତର୍କ (TV Chanel Debate) କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆସାମ ଶିକ୍ଷାମନ୍ତ୍ରୀ ଇସଲାମିକ ସ୍କଲାର (Islamic Scholar) ଅତୀକ ଉର ରେହମାନ (Atiq Ur Rehman) ଙ୍କୁ ତାଙ୍କ ଭାଷାରେ ଜବାବ ଦେଇଛନ୍ତି। ଏହି ବିତର୍କରେ ଅଂଶଗ୍ରହଣ କରି ଇସଲାମିକ ସ୍କଲାର କହିଥିଲେ ଦେଶରେ ଧର୍ମନିରପେକ୍ଷତାକୁ ମଜବୁତ କରିବା ଲାଗି ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜର ପୃଥକ ନିର୍ବାଚନମଣ୍ଡଳୀ ବ୍ୟବସ୍ଥାକୁ ତ୍ୟାଗ କରି ଦେଇଥିଲେ। ଏହାକୁ ଦେଖି ଦେଶର ଗୃହମନ୍ତ୍ରୀ (Home Minister) ସର୍ଦ୍ଦାର ବଲ୍ଲଭଭାଇ ପଟେଲ (Sardar Vallabhbhai Patel) ଅଳ୍ପସଂଖ୍ୟକଙ୍କୁ ସେମାନଙ୍କ ସାଂସ୍କୃତିକ-ଧାର୍ମିକ ଅଧିକାରକୁ ରକ୍ଷା କରିବା ଲାଗି ସମ୍ବିଧାନରେ ଗ୍ୟାରେଣ୍ଟି ଦେଇଥିଲେ। ମଦ୍ରାସା ବନ୍ଦ କରିବା ଅସାମ୍ବିଧାନିକ ନୁହେଁ ବୋଲି ଆସାମ ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ସେ।
ଏହାର ଜବାବ ଦେବାକୁ ଶିକ୍ଷାମନ୍ତ୍ରୀ କହିଥିଲେ ମୌଲାନା ସାହେବ ମୋତେ ସର୍ଦ୍ଦାର ପଟେଲଙ୍କ ଏପରି ବୟାନ ଦେଖାନ୍ତୁ ଯେଉଁଥିରେ କୁହାଯାଇଛି ରାଜ୍ୟକୁ ମଦ୍ରାସା ପରିଚାଳନା କରିବା ଦରକାର। ଆସାମରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୧୦୦୦ଟି ମଦ୍ରାସା ରହିଛି। ଏଥିଲାଗି ରାଜ୍ୟ ସରକାର ବାର୍ଷିକ ୨୬୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାକୁ ଅନୁଧ୍ୟାନ କରି ଆସାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଏଣିକି ସାର୍ବଜନୀନ ସମ୍ପତ୍ତିକୁ ବ୍ୟବହାର କରି କୁରାନ ପଢାଯିବ ନାହିଁ କିମ୍ବା ଏହାର ପ୍ରଚାର କରାଯିବ ନାହିଁ।
ମଦ୍ରାସାର ଉଦାହରଣ ଦେଇ କେତେକ ସଙ୍ଗଠନ ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ଗୀତା ବାଇବେଲ ଆଦି ପଢାଇବାକୁ ଦାବି କରିଥିଲେ। ହେଲେ ସବୁ ଧାର୍ମିକ ଶାସ୍ତ୍ର ଆଧାରରେ ଶିକ୍ଷାନୁଷ୍ଠାନକୁ ପରିଚାଳନା କରିବା ସମ୍ଭବପର ନୁହେଁ।
ଆସାମ ବିଧାନସଭାରେ ବିରୋଧି ଦଳ ଆସନରେ ବସିଥିବା ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ-ଏଆଇୟୁଡିଏଫ(AIUDF-All India United Democratic Front) ଆଦି ଦଳ ପକ୍ଷରୁ ମଦ୍ରାସା ବନ୍ଦ କରିବାକୁ ନେଇ କରାଯାଉଥିବା ବିରୋଧ ଉପରେ ମତ ରଖି ଆସାମ ଶିକ୍ଷାମନ୍ତ୍ରୀ କହିଥିଲେ ସରକାରୀ ମଦ୍ରାସାକୁ ବନ୍ଦ କରିବାକୁ ନେଇ ନେଇ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବଦଳାଯିବ ନାହିଁ । ମଦ୍ରାସା ସହିତ ରାଜ୍ୟରେ ଥିବା ସଂସ୍କୃତ ଟୋଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆସାମ ସରକାର।