ବଜ୍ରାଘାତ ସହ ବର୍ଷାରେ ଭିଜିବ ଦିଲ୍ଲୀ-ଏନସିଆର,ହରିୟାଣା ଏବଂ ଉତ୍ତରପ୍ରଦେଶ
Advertisement
Article Detail0/zeeodisha/odisha707129

ବଜ୍ରାଘାତ ସହ ବର୍ଷାରେ ଭିଜିବ ଦିଲ୍ଲୀ-ଏନସିଆର,ହରିୟାଣା ଏବଂ ଉତ୍ତରପ୍ରଦେଶ

ଉତ୍ତର ଭାରତ ସହ  ଦେଶର ବିଭିନ୍ନ ଭାଗରେ ବର୍ଷା ପବନ ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି ।  

ବଜ୍ରାଘାତ ସହ ବର୍ଷାରେ ଭିଜିବ ଦିଲ୍ଲୀ-ଏନସିଆର,ହରିୟାଣା ଏବଂ ଉତ୍ତରପ୍ରଦେଶ

ନୂଆଦିଲ୍ଲୀ: ସୋମବାର(ଜୁଲାଇ୬, ୨୦୨୦) ନୂଆଦିଲ୍ଲୀ, ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର-ଏନସିଆର(National Capital Region-NCR),ହରିୟାଣା ଏବଂ ଉତ୍ତର ପ୍ରଦେଶର ବିଭିନ୍ନ ଭାଗରେ ବର୍ଷା ଏବଂ ବଜ୍ରାଘାତ ହେବା ନେଇ  ପୂର୍ବାନୁମାନ କରାଯାଇଛି।  

ଉପରୋକ୍ତ ୩ ରାଜ୍ୟରେ ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ, ଖୁରଜା, ମଥୁରା, ଫରିଦାବାଦ, ନୁହଁ, ପଲୱଲ, ହୋଡାଲ, ମେରଟ, ବିଜନୋର, ମୁଜାଫରନଗର, ସାହସୱାନ, ବାଦାଁୟୁ, ଔରଙ୍ଗାବାଦ ଏବଂ ଅଲୱାରରେ ବର୍ଷା ହେବାର ସମ୍ଭାବନା ରହିଛି।
ଏହା ସହିତ ଗୁଜୁରାଟର କଚ୍ଛ ଏବଂ ସୌରାଷ୍ଟ୍ର ଉପକୂଳରେ ପ୍ରବଳରୁ ପ୍ରବଳ ବର୍ଷିବାର ଆଶଙ୍କା ରହିଛି। 

ଉତ୍ତରାଖଣ୍ଡ, ପଶ୍ଚିମ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା, ଗୁଜୁରାଟର କେତେକ ଅଞ୍ଚଳ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ, ଦିଲ୍ଲୀ, ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରା, ମହାରାଷ୍ଟ୍ର, କୋଙ୍କଣ ଉପକୂଳ, ଗୋଆ, ଉପକୂଳ କର୍ଣ୍ଣାଟକ ଏବଂ କେରଳ ଏବଂ ମାହେରେ ବର୍ଷାର ହେବାର ଅଛି। 

ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜୁରାଟ, ଉପକୂଳ ଆନ୍ଧ୍ରପ୍ରଦେଶ, ୟାନମ ଏବଂ ରାୟଲସୀମା ଆଦି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଦକ୍ଷିଣ-ପଶ୍ଚିମ, ପଶ୍ଚିମ କେନ୍ଦ୍ର, ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପୂର୍ବ ଆରବ ସାଗର, ଗୁଜୁରାଟ ଏବଂ ମହାରାଷ୍ଟ୍ର ଉପକୂଳରେ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଅନ୍ୟପଟେ ଉତ୍ତର ବଙ୍ଗୋପସାଗର, ପଶ୍ଚିମବଙ୍ଗ, ଓଡିଶା ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ବେଗ ୪୦-୫୦ କିମି ରହିବ। ବର୍ତ୍ତମାନର ସ୍ଥିତିରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ବିହାର, ଝାଡଖଣ୍ଡ, ଓଡିଶାର ବିଭିନ୍ନ ଭାଗ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଆସାମ ଏବଂ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଗୁଜୁରାଟ, କୋଙ୍କଣ ଏବଂ ଗୋଆ, ଉପକୂଳ କର୍ଣ୍ଣାଟକ, କେରଳ ମାହେରେ  ଜୁଲାଇ ୭ ତାରିଖରେ ରେ ପ୍ରବଳରୁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(Indian Metrological Department-IMD)।

ପୂର୍ବ ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗ ଏବଂ ସିକ୍କିମ ଆଦି ରାଜ୍ୟରେ ବୃଷ୍ଟିପାତ ଏବଂ ବଜ୍ରାଘାତ ହେବାର ସମ୍ଭାବନା ରହିଛି ପବନ। ଏହା ସହିତ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ମଧ୍ୟରେ ରହିବା ନେଇ ଅନୁମାନ କରାଯାଉଛି। ଦକ୍ଷିଣ-ପଶ୍ଚିମ, ପଶ୍ଚିମ କେନ୍ଦ୍ର ଏବଂ ଉତ୍ତର ପୂର୍ବ ଆରବ ସାଗର ଏବଂ ଗୁଜୁରାଟ ଉପକୂଳ, ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଅଞ୍ଚଳରେ ୪୦-୫୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।