ଲାଲ କିଲ୍ଲା ହିଂସାର ଗୁମର ଖୋଲୁଛି ଗିରଫ ସିଦ୍ଧୁ
Advertisement
Article Detail0/zeeodisha/odisha845778

ଲାଲ କିଲ୍ଲା ହିଂସାର ଗୁମର ଖୋଲୁଛି ଗିରଫ ସିଦ୍ଧୁ

ଗଣତନ୍ତ୍ର ଦିବସରେ (Republic Day) ଲାଲକିଲ୍ଲାରେ (LalQuila) ଘଟିଥିବା ହିଂସାକାଣ୍ଡର (LalQuila Violance) ୧୫ ଦିନ ପରେ ଗିରଫ ହୋଇଛି ଦୀପ ସିଦ୍ଧୁ (Deep Sidhu)।

ଲାଲ କିଲ୍ଲା ହିଂସାର ଗୁମର ଖୋଲୁଛି ଗିରଫ ସିଦ୍ଧୁ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ (Republic Day) ଲାଲକିଲ୍ଲାରେ (LalQuila) ଘଟିଥିବା ହିଂସାକାଣ୍ଡର (LalQuila Violance) ୧୫ ଦିନ ପରେ ଗିରଫ ହୋଇଛି ଦୀପ ସିଦ୍ଧୁ (Deep Sidhu)। ଗିରଫ ପରେ ଧୀରେଧୀରେ ଅନେକ ଗୁମରଖୋଲିବାରେ ଲାଗିଛି ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ । ଗିରଫ ପରେ ୭ ଦିନିଆ ରିମାଣ୍ଡରେ ଯାଇଛି ଦୀପ ସିଦ୍ଧୁ । ସୂଚନାଯୋଗ୍ୟ ଦୀପ ସିଦ୍ଧୁକୁ ଗିରଫ କରିବା ପରେ ତିସ ହଜାରୀ କୋର୍ଟରେ ତାକୁ ହାଜର କରାଯାଇଥିଲା । ପୋଲିସ କହିଥିଲା କି ୧୦ ଦିନ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ତାଙ୍କୁ ୭ ଦିନ ପାଇଁ ଅନୁମତି ଦେଇଛି । 

ଅଧିକ ପଢନ୍ତୁ: ଦିଲ୍ଲୀ ଓ ହାଇଦ୍ରାବାଦ ବିମାନବନ୍ଦରକୁ ନେଇ ଆସିଲା ବହୁତ ବଡ଼ ଖବର

ତେବେ ଦିଲ୍ଲୀ ପୋଲିସ ତିସ ହଜାରୀ (Tees Hazari Court) କୋର୍ଟରେ ଦୀପ ସିଦ୍ଧୁର ରିମାଣ୍ଡ କପିରେ (Remand Copy) ଏକ ଡର୍ଜନରୁ ଊର୍ଦ୍ଧ୍ୱ ଧାରାକୁ ଲଗାଇଛି । ରିମାଣ୍ଡ କପି ମୁତାବକ ଆଇପିସି ଧାରା ୧୪୭, ୧୪୮, ୧୪୯, ୫୨, ୧୮୬, ୨୬୯, ୩୫୩, ୩୩୨, ୩୦୭, ୩୦୮, ୩୯୫, ୩୯୭, ୪୨୭, ୧୮୮, ୧୨୦ବି, ୩୪ ଭଳି ସଂଗୀନ ଧାରା ସବୁ ଲଗାଇଛି । ଏହା ବ୍ୟତୀତ ଆର୍ମସ ଆକ୍ଟ, ଲୋକ ସମ୍ପତ୍ତି ନଷ୍ଟ କରିବ ନିବାରଣ ଅଧିନିୟମ ଏବଂ କୀର୍ତ୍ତିରାଜି ଓ ପୁରାତନ ତୀର୍ଥ ସ୍ଥଳ ଓ ଅବଶେଷ ଅଧିନିୟମକୁ ମଧ୍ୟ ଲଗାଇଥିବା । 

ଅଧିକ ପଢନ୍ତୁ: IRCTC ଦେଉଛି ଦମଦାର ଅଫର, ପାଇ ପାରନ୍ତି ୨ ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ

ଦିଲ୍ଲୀ ହିଂସା ପରେ ଦୀପ ସିଦ୍ଧୁ ଦିଲ୍ଲୀ ପୋଲିସ ମଙ୍ଗଳବାର ସକାଳ ସାଢେ ୧୦ଟା ବେଳେ ପଞ୍ଜାବର ଜିରକପୁରରୁ ଗିରଫ କରାଯାଇଥିଲା । ବିଗତ ୧୫ ଦିନ ଧରି ସିଦ୍ଧୁ ପୋଲିସ ସହିତ ଲୁଚକାଳି ଖେଳ ଖେଳୁଥିଲେ । ପୋଲିସ ବିହାର, ମୁମ୍ବାଇ, ରାଞ୍ଚି, ହିମାଚଳପ୍ରଦେଶ, ଠାରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ ଚଢାଉ କରିଥିଲା । ତେବେ ଚଳିତ ଥର ସଠିକ ସୂଚନା ପାଇବା ସହିତ ଚଢାଉ କରିଥିଲା ।

ଅଧିକ ପଢନ୍ତୁ: କାମ ଦେଲାନି Arogya Setu App; ୯ ମାସ ହେଲାଣି Covid19 Positive

କୁହାଯାଉଛି ଯେ, ପୋଲିସ ଠାରୁ ଲୁଚିବା ପାଇଁ ଦୀପ ସିଦ୍ଧୁ ଅନେକ ଦିନ ଧରି ନିଜର ପିନ୍ଧା ପୋଷାକ ମଧ୍ୟ ବଦଳାଇନଥିଲା । ବର୍ତ୍ତମାନ ସେ ବିହାରର ପୁର୍ଣ୍ଣିଆରେ ନିଜ ସ୍ତ୍ରୀ ନିକଟକୁ ଯିବାକୁ ଯୋଜନା କରୁଥିଲା । କିନ୍ତୁ ପୋଲିସ ଦୀପ ସିଦ୍ଧୁର ପତ୍ନୀର ଫୋନକୁ ସର୍ଭିଲାନ୍ସରେ ଲଗାଇଥିଲା । ସର୍ଭିଲାନ୍ସ ସହାୟତାରେ ପୋଲିସ ଦୀପ ସିଦ୍ଧୁ ନିକଟରେ ସହଜରେ ପହଞ୍ଚି ପାରିଥିଲା । ସୂଚନାଯୋଗ୍ୟ ଦୀପ ସିଦ୍ଧୁ ଯେତେବେଳେ ପୋଲିସ ଠାରୁ ଲୁଚି ଘୁରି ବୁଲୁଥିଲା, ସେହି ସମୟରେ ସେ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ଭିଡ଼ିଓ ଅପଲୋଡ଼ କରୁଥିଲା ।