କାମ ଦେଲାନି Arogya Setu App; ୯ ମାସ ହେଲାଣି Covid19 Positive
Advertisement

କାମ ଦେଲାନି Arogya Setu App; ୯ ମାସ ହେଲାଣି Covid19 Positive

 ଯାହା ରୋଗୀଙ୍କ ସହ ସାଧାରଣ ଲୋକଙ୍କୁ ଏହି ବିଶ୍ୱ ମହାମାରୀ ବାବଦରେ ସଚେତନ କରାଉଥିଲା।

କାମ ଦେଲାନି Arogya Setu App; ୯ ମାସ ହେଲାଣି Covid19 Positive

ମୁମ୍ବାଇ: ଦେଶରେ କୋରୋନା ଭାଇରସ ସଂକ୍ରମଣ ଆରମ୍ଭ ହେବା ସମୟରେ ଅନେକ ଧରଣର ପରୀକ୍ଷଣ କରାଯାଇଥିଲା। ଏହା ମାଧ୍ୟମରେ ଏହି ରୋଗ ବ୍ୟାପିବାକୁ ରୋକିବା। ଏଥିଲାଗି ଦେଶବ୍ୟାପୀ ଆରୋଗ୍ୟ ସେତୁ ଆପ୍ ଅନ୍ୟତମ। ଯାହା ରୋଗୀଙ୍କ ସହ ସାଧାରଣ ଲୋକଙ୍କୁ ଏହି ବିଶ୍ୱ ମହାମାରୀ ବାବଦରେ ସଚେତନ କରାଉଥିଲା।

ହେଲେ ଆରୋଗ୍ୟ ସେତୁ ଆପ୍ (Arogya Setu App) ରେ ରହିଥିବା ଯାନ୍ତ୍ରିକ ସମସ୍ୟା କାରଣରୁ ମୁମ୍ବାଇରେ (Mumbai) ରହୁଥିବା ଜିତେନ୍ଦ୍ରଙ୍କ ଲାଗି ଏକ ବିରାଟ ସମସ୍ୟା ସୃଷ୍ଟି କରିଛି। ବିଗତ ୯ ମାସ ଧରି ସେ କୋରୋନା (Corona) ଆକ୍ରାନ୍ତ ହୋଇଥିବା ଏହି ଆପ୍ ଦର୍ଶାଇଛି। ଏହି ଅସୁବିଧା କାରଣରୁ ତାଙ୍କର ଆର୍ଥିକ ଏବଂ ବ୍ୟକ୍ତିଗତ ଜୀବନ ବହୁତ ପ୍ରଭାବିତ ହୋଇଛି।

ଗତବର୍ଷ ମେ ମାସରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ରହୁଥିବା ଜିତେନ୍ଦ୍ର କୋରୋନା ଆକ୍ରାନ୍ତ ହୋଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ସରକାରୀ ନିୟମ ଅନୁଯାୟୀ ସେ କ୍ୱାରେଣ୍ଟାଇନ (Quarantine) ନିୟମ ପାଳନ କରିବା ପରେ ସେ ଚିକିତ୍ସିତ ହେଉଥିବା ମେଡିକାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ସେବେଠାରୁ ୯ ମାସ ବିତିଯାଇଥିଲେ ମଧ୍ୟ ଆରୋଗ୍ୟ ସେତୁ ଆପ୍ ତାଙ୍କୁ କୋରୋନା ଆକ୍ରାନ୍ତ ଭାବେ ଦର୍ଶାଉଛି। ଏହି ସମସ୍ୟାର ସମାଧାନ ପାଇଁ ଏହି ଆପ୍ କୁ ଜିତେନ୍ଦ୍ର ଅନେତ ଖର ଅନଇନଷ୍ଟଲ (Un Install) କରିବା ସହ ପୁନର୍ବାର ଇନଷ୍ଟଲ (Install) କରିଛନ୍ତି। ଏପରିକି ଜରୁରୀକାଳୀନ ସେବାର ସହଯୋଗ ନେଇଛନ୍ତି। 

Also Read: 'ଆରୋଗ୍ୟ ସେତୁ'ରେ ଅଛି କି ପ୍ରାଇଭେସି ଲିକର ଭୟ ? ସ୍ପଷ୍ଟ କଲା ଆପ୍

 

ହେଲେ ତାଙ୍କର ଏହି ସମସ୍ୟାର ହୋଇପାରିନାହିଁ। ଯାହା ଫଳରେ ସେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଜିତେନ୍ଦ୍ର ଏକ ଇଣ୍ଟେରିୟର ଡିଜାଇନର୍ (Interior Designer) ଭାବରେ କାମ କରନ୍ତି। ତାଙ୍କୁ ବିଭିନ୍ନ କର୍ପୋରେଟ୍ କାର୍ଯ୍ୟାଳୟକୁ ଯିବା ଆସିବା କରିବାକୁ ପଡିଥାଏ। ହେଲେ ଯେତେବେଳେ କୌଣସି କାମ ପାଇଁ ସେ କୌଣସି କାର୍ଯ୍ୟାଳୟକୁ ଯାଇଥାନ୍ତି ସେଠାରେ ହେଉଥିବା ସ୍କାନିଂ ସମୟରେ ସେସ କୋରୋନା ଆକ୍ରାନ୍ତ ହୋଇଥିବା ଦର୍ଶାଇଥାଏ ଆରୋଗ୍ୟ ସେତୁ ଆପ୍। 

Also Read:  କୋରୋନା ବିରୋଧରେ ଲଢିବ ଆଇଟ୍ରାକ ଆପ, ଓଡ଼ିଆ ଯୁବକଙ୍କ ଅନନ୍ୟ ପ୍ରୟାସ

 

ଯାହା ଫଳରେ ସେ କୌଣସି ସ୍ଥାନକୁ ଯିବା ଆସିବା କରିବାରେ ସକ୍ଷମ ହେଉନାହାଁନ୍ତି। ଏହି ଯାନ୍ତ୍ରିକ ସମସ୍ୟା କାରଣରୁ ବିଭିନ୍ନ ଅଫିସ ତାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଛି। ସର୍ବସାଧାରଣ ସ୍ଥାନରେ ଯେଉଁଠାରେ ଏହି ଆପ୍ ଯାଞ୍ଚ କରାଯାଉଛି ସେଠାରେ ସେ ପ୍ରବେଶ କରିପାରୁ ନାହାଁନ୍ତି। ଲୋକେ ମଧ୍ୟ ତାଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି। ଏହାକୁ ନେଇ ଜିତେନ୍ଦ୍ର ବହୁତ ଆଘାତ ପାଇଛନ୍ତି। କୋରୋନା ସଂକଟ ସମୟରେ ଆରୋଗ୍ୟ ସେତୁ ଆପ ତାଙ୍କ ଲାଗି ସମସ୍ୟା ସୃଷ୍ଟି କରିଛି।