Spy Glasses Rules: ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଅଧିନରେ ଗୁପ୍ତଚର ଚଶମା ପାଇଁ ନିୟମ ଆଣିବେ କେନ୍ଦ୍ର ସରକାର
Advertisement
Article Detail0/zeeodisha/odisha1604031

Spy Glasses Rules: ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଅଧିନରେ ଗୁପ୍ତଚର ଚଶମା ପାଇଁ ନିୟମ ଆଣିବେ କେନ୍ଦ୍ର ସରକାର

Digital India Act: କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଏତେ ଶୀଘ୍ର ବ୍ୟାହତ ହେଉଛି। କୃତ୍ରିମ ବୁଦ୍ଧିମତା, ଏଆଇ କମ୍ପ୍ୟୁଟ୍, ବ୍ଲକ୍ ଚେନ୍ (ପରି ବଡ ବ୍ୟାଘାତକାରୀ ପରିବର୍ତ୍ତନ ଘଟୁଛି। ଏପରି ସମୟରେ ଏହି ନିୟମ ଆଣିବାକୁ ଏକ ପ୍ରସ୍ତୁତି ଚାଲିଛି। 

Spy Glasses Rules: ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଅଧିନରେ ଗୁପ୍ତଚର ଚଶମା ପାଇଁ ନିୟମ ଆଣିବେ କେନ୍ଦ୍ର ସରକାର

Govt Of Rules For Spy Glasses: ମାର୍ଚ୍ଚ ୧୦ ତାରିଖ ଗୁରୁବାର ପ୍ରସ୍ତାବିତ ଡିଜିଟାଲ ଇଣ୍ଡିଆ ଅଧିନିୟମ ଉପରେ ପ୍ରଥମ ଥର ଲାଗି ଏକ ବୈଠକ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ବୈଠକ ସମୟରେ କେନ୍ଦ୍ରମନ୍ତ୍ରୀ ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ଚଶମା ସହ ଜଡିତ ସମସ୍ୟାର ମୁକାବିଲା ସମ୍ବନ୍ଧୀୟ ନିୟମ ଉପରେ ଆଲୋଚନା କରିଥିଲେ। ବେଙ୍ଗାଲୁରୁରେ ପ୍ରଥମ ପରାମର୍ଶ ପରେ ଏବଂ ହିତାଧିକାରୀଙ୍କ ସହ ଆଉ ଦୁଇ ପର୍ଯ୍ୟାୟ ଆଲୋଚନା ପରେ ଡିଜିଟାଲ୍ ଇଣ୍ଡିଆ ଆକ୍ଟ ଡ୍ରାଫ୍ଟ ଚୂଡାନ୍ତ ହେବ।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ ଏହି ଡ୍ରାଫ୍ଟ ଆସନ୍ତା ଅପ୍ରେଲ ମାସରେ ପ୍ରକାଶ ପାଇବ। ଚୂଡ଼ାନ୍ତ ଅନୁମୋଦନ ପାଇଁ ସଂସଦରେ ଆଗତ ହେବା ପୂର୍ବରୁ ପ୍ରାୟ ୪୫-୬୦ ଦିନ ପର୍ଯ୍ୟନ୍ତ ସାଧାରଣ ପରାମର୍ଶ ନିଆଯିବ।  କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଥର ପାଇଁ ସରକାର ଏହି ଆଇନର ମୁଖ୍ୟ ଗଠନ ବିଷୟରେ ପରାମର୍ଶ  ଲୋଡିଛନ୍ତି। ଏହି ଡ୍ରାଫ୍ଟ ଉପରେ ୨ ମାସ ପାଇଁ ବ୍ୟାପକ ଆଲୋଚନା କରାଯିବ। ଏଥିରେ ଗୁପ୍ତଚର କାର୍ଯ୍ୟରେ ବ୍ୟବହୃତ ଚଶମା ମଧ୍ୟ ଯୋଡ଼ାଯାଇଛି। ଏହା ଅଧୀନରେ ଗୁପ୍ତଚର ଚଷମା ପାଇଁ ବର୍ତ୍ତମାନ ନିୟମ ମଧ୍ୟ ପ୍ରସ୍ତୁତ କରାଯିବ।

ପରାମର୍ଶ ପାଇଁ ସମୟସୀମାକୁ ଆଧାର କରି ଜୁଲାଇ ମାସରେ ଡ୍ରାଫ୍ଟ ବିଲ୍ ସଂସଦରେ ରଖାଯିବାର ସମ୍ଭାବନା ରହିଛି। ପରାମର୍ଶ ସମୟରେ ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଏହି ଆଇନ କାର୍ଯ୍ୟକାରୀ ହେବ ବୋଲି ସେ ଆଶାବାଦୀ ଅଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର (Union Minister Rajeev Chandrasekhar) କହିଛନ୍ତି ଯେ ଇନୋଭେସନ ଇକୋସିଷ୍ଟମ (Innovation Ecosystem) ବ୍ୟବସ୍ଥାକୁ ଆଗକୁ ବଢାଇବା, ଗ୍ରାହକଙ୍କୁ ସୁରକ୍ଷା ଦେବା, ଭବିଷ୍ୟତ-ପ୍ରମାଣ ଏବଂ ଭବିଷ୍ୟତ-ପ୍ରସ୍ତୁତ ହେବା ପାଇଁ ଆସନ୍ତା ୧୦ ବର୍ଷ ପାଇଁ ଏହି ଆଇନ କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ।

କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଏତେ ଶୀଘ୍ର ବ୍ୟାହତ ହେଉଛି। କୃତ୍ରିମ ବୁଦ୍ଧିମତା (Artificial Intelligence), ଏଆଇ କମ୍ପ୍ୟୁଟ୍ (AI Compute), ବ୍ଲକ୍ ଚେନ୍ (Blockchain) ପରି ବଡ ବ୍ୟାଘାତକାରୀ ପରିବର୍ତ୍ତନ ଘଟୁଛି। ଏପରି ସମୟରେ ଏହି ନିୟମ ଆଣିବାକୁ ଏକ ପ୍ରସ୍ତୁତି ଚାଲିଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିୟମ ପ୍ରସ୍ତୁତ ହେବା ସହ ସୁରକ୍ଷିତ ରହିବା ଆବଶ୍ୟକ।