ଦିଗବିଜୟ ସିଂହଙ୍କ ପବ୍ଲିସିଟି ଷ୍ଟଣ୍ଟ୍: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ୧,୧୧,୧୧୧ ଟଙ୍କାର ଚେକ୍
Advertisement

ଦିଗବିଜୟ ସିଂହଙ୍କ ପବ୍ଲିସିଟି ଷ୍ଟଣ୍ଟ୍: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ୧,୧୧,୧୧୧ ଟଙ୍କାର ଚେକ୍

ହିନ୍ଦୁଙ୍କ ଭାବାବେଗର କାନ୍ଧରେ ବନ୍ଧୁକ ରଖି BJPକୁ ନିଶାନା ଲଗାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ସୋମବାର ଅଯୋଧ୍ୟା ଶ୍ରୀରାମ ମନ୍ଦିର (Ayodhya Ram Temple) ନିର୍ମାଣ ପାଇଁ ଲକ୍ଷେ ଏଗାର ହଜାର ଶହେ ଏଗାର ଟଙ୍କା ଦାନ କରିଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ପବ୍ଲିସିଟି ପାଇଁ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଦେଖାଇଛନ୍ତି ନୂଆ ଷ୍ଟଣ୍ଟ୍। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ଚିଠି ଲେଖିବା ସହ ଲକ୍ଷେ ଏଗାର ହଜାର ଶହେ ଏଗାର ଟଙ୍କାର ଏକ ଚେକ୍ ପଠାଇଛନ୍ତି। ତେବେ ଏହି ଟଙ୍କା ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣରେ ଲଗାଇବା ପାଇଁ ସେ ନିବେଦନ କରିଛନ୍ତି। 

ହିନ୍ଦୁଙ୍କ ଭାବାବେଗର କାନ୍ଧରେ ବନ୍ଧୁକ ରଖି BJP କୁ ନିଶାନା ଲଗାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଧ୍ୟମରେ ସୋମବାର ଅଯୋଧ୍ୟା ଶ୍ରୀରାମ ମନ୍ଦିର (Ayodhya Ram Temple) ନିର୍ମାଣ ପାଇଁ ଲକ୍ଷେ ଏଗାର ହଜାର ଶହେ ଏଗାର ଟଙ୍କା ଦାନ କରିଛନ୍ତି। ଦିଗବିଜୟ ଏକ ଖୋଲା ଚିଠି ମାଧ୍ୟମରେ ଏହାର ଘୋଷଣା କରିଛନ୍ତି। ତେବେ ଏହା ସାଧାରଣ ଦାନ ନା ଦିଗବିଜୟ ସିଂହ (Digvijay Singh) ଙ୍କ ପବ୍ଲିସିଟି ଷ୍ଟଣ୍ଟ୍ ତାହାକୁ ନେଇ ଚର୍ଚ୍ଚା ଚାଲିଛି। 

Also Read: CVoter Opinion Poll: କାହା ଦଖଲରେ ବଙ୍ଗ? ଦିଦି, ମୋଦି ନା ରାହୁଲ

ରାଜ୍ୟସଭା ସାଂସଦ (Rajayasabha MP) ଦିଗବିଜୟ ତାଙ୍କ ଖୋଲା ଚିଠିରେ ଲେଖିଛନ୍ତି ଯେ, ସେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ କିଭଳି ଟଙ୍କା ଜମା କରାଯିବ ତାହା ଜାଣିନାହାନ୍ତି। ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀ (PM Modi) ଏହି ଟଙ୍କାକୁ ଉପଯୁକ୍ତ ଆକାଉଣ୍ଟରେ ଜମା କରନ୍ତୁ। ଭଗବାନ ରାମ କେବଳ ଭାରତ ନୁହଁ ବିଶ୍ୱର ସମସ୍ତ ସନାତନଧର୍ମୀଙ୍କ ଆଦର୍ଶ। ତେଣୁ ଆମେ ଅଯୋଧ୍ୟାରେ ଶୀଘ୍ର ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଦେଖିବାକୁ ଚାହିଁବୁ। 

fallback

ଏହା ବ୍ୟତୀତ ସେ କଥାରେ କଥାରେ BJPର ବିଚାରଧାରା ଉପରେ ହାଲକା ହାତୁଡି ମାରିଛନ୍ତି। ଦିଗବିଜୟ ସିଂହ କହିଛନ୍ତି, ଧର୍ମ ମାନବର ବ୍ୟକ୍ତିଗତ ମାମଲା। ଏହା ମନ, ବଚନ ଓ କର୍ମକୁ ପ୍ରବିତ୍ର କରିବାକୁ ସହ ଲୋକ କଲ୍ୟାଣର ମାର୍ଗକୁ ପ୍ରଶସ୍ତ କରିଥାଏ।  ତେଣେ କିଏ କେତେ ଧାର୍ମିକ, ତାହାର ପ୍ରଦର୍ଶନ କରିବାକୁ ତାଙ୍କୁ ଅହଂକାର ଆଡକୁ ନିଏ। ଜାତୀୟତା ପାଇଁ ଧର୍ମ ଏକ ପରୀକ୍ଷା ନୁହିଁ। ଏହା ଭଗବାନ ଓ ଭକ୍ତର ସମ୍ପର୍କ। 

ଦିଗବିଜୟ ସିଂହଙ୍କ ପବ୍ଲିସିଟି ଷ୍ଟଣ୍ଟ୍: ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ୧,୧୧,୧୧୧ ଟଙ୍କାର ଚେକ୍

ସେପଟେ ଦିଗବିଜୟ ସିଂହଙ୍କ ଖୋଲା ଚିଠି ପରେ କଂଗ୍ରସ (Congress) କୁ ସେପ୍ଟେମ୍ବର ୨୦୦୭ର କଥା ମନେପକେଇ ଦେଇଛି BJP। ମନମୋହନ ସରକାର ଅଯୋଧ୍ୟାରେ ଶ୍ରୀରାମଙ୍କ ଜନ୍ମକୁ ନେଇ ପ୍ରଶ୍ନ ଉଠାଇଥିଲା। ଏପରି କି ସୁପ୍ରିମକୋର୍ଟରେ ଏକ ଆଫିଡେଫିଟ୍ ଦେଇ ରାମାୟଣର ଐତିହାସିକ ପ୍ରମାଣ ନାହିଁ ବୋଲି କହିଥିଲା। ଆଉ ଏବେ ହଠାତ ଦଳୀୟ ନେତାଙ୍କ ମନବଦଳାଇବା ଏହା ସେମାନଙ୍କ ହିପୋକ୍ରାସିର ପ୍ରମାଣ ବୋଲି ଦଳ ଅଭିଯୋଗ କରିଛି। 

Also Read: ଝଡ଼ ଦେଖି ରଙ୍ଗ ବଦଳାଇଲେ ଅକ୍ଷୟ କୁମାର!

ସୂଚନାଯୋଗ୍ୟ, ଗତ ୧୫ ତାରିଖ ଠାରୁ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ଆଦାୟ ହେଉଛି। ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏହା ଆସନ୍ତା ୪୪ ଦିନ ପର୍ଯ୍ୟନ୍ତ ଚାଲିବ। ତେବେ ଏଥିପାଇଁ ଲାଠି ଏବଂ ହାତ ହତିଆର ଧରି ରାଲି କରାଯାଉଥିବା ଦେଖିବାକୁ ମିଳିଛି। ଯାହାକୁ ଅନେକ ବୁଦ୍ଧିଜୀବୀ ନିନ୍ଦା କରୁଛନ୍ତି। ସେପଟେ ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ରାଜନେତା, ଅଭିନେତା, ସାଧାରଣ ଜନତା ସମେସ୍ତେ ଦାନ ଦେଉଛନ୍ତି।