ଜାନୁଆରୀ ୧ ରୁ ଛୋଟ ପିଲାଙ୍କୁ ଟିକାକରଣ, ଜାଣନ୍ତୁ କେମିତି କରିବେ ବୁକିଂ...
Advertisement

ଜାନୁଆରୀ ୧ ରୁ ଛୋଟ ପିଲାଙ୍କୁ ଟିକାକରଣ, ଜାଣନ୍ତୁ କେମିତି କରିବେ ବୁକିଂ...

DCGI ୧୨ବର୍ଷରୁ ଅଧିକ ବୟସ୍କର ପିଲାମାନଙ୍କ ପାଇଁ ସରକାର ଏହି ଟୀକାକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର କେବଳ ୧୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଟୀକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । 

ଜାନୁଆରୀ ୧ ରୁ ଛୋଟ ପିଲାଙ୍କୁ ଟିକାକରଣ, ଜାଣନ୍ତୁ କେମିତି କରିବେ ବୁକିଂ...

ନୂଆଦିଲ୍ଲୀ: ଏବେ ସାରା ଦେଶରେ ପୁଣିଥରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ତେବେ ଏହାରି ଭୟାବହତା ମଧ୍ୟରେ ପିଲାମାନଙ୍କୁ ଦିଆଯିବାକୁ ଥିବା କୋଭାକ୍ସିନ ଟିକାକୁ DCGI ଅନୁମୋଦନ କରିଛି । ଜରୁରୀକାଳୀନ ପରିସ୍ଥିତିରେ ୧୨ ରୁ ୧୮ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଇପାରେ ।DCGI ୧୨ବର୍ଷରୁ ଅଧିକ ବୟସ୍କର ପିଲାମାନଙ୍କ ପାଇଁ ସରକାର ଏହି ଟୀକାକୁ ମଞ୍ଜୁରୀ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର କେବଳ ୧୫ ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଟୀକା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । କୋୱିନ୍ ପୋର୍ଟାଲରେ ପିଲାମାନଙ୍କର ଟିକାକରଣ ପଞ୍ଜୀକରଣ ଜାନୁୟାରୀ ୧ ରୁ ଆରମ୍ଭ ହେବ । 

ଏହି ନିଷ୍ପତ୍ତି ନିଆଯାଇଛି ଯେଉଁ ସମୟରେ ଦେଶରେ ଓମିକ୍ରନ୍ ମାମଲା ଦ୍ରୁତ ଗତିରେ ବଢୁଛି, ଯେତେବେଳେ ସମସ୍ତ ବିଶେଷଜ୍ଞ ଶିଶୁ ଟିକାକରଣ (Covid Vaccination)  ଉପରେ ଗୁରୁତ୍ୱ ଦେଉଛନ୍ତି। ବାକି ଅନ୍ୟଦେଶ ମାନଙ୍କରେ ପିଲାମାନଙ୍କର ଟୀକାକରଣ କାର୍ଯ୍ୟ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି । ଆମେରିକା, ବ୍ରିଟେନ ଓ ଅନ୍ୟ ଦେଶ ମାନେ ବହୁ ଆଗରୁ ଏହି ବୟସ୍କଙ୍କ ଟିକାକରଣ ଆରମ୍ଭ କରିସାରିଛନ୍ତି।

ଭାରତ ସରକାରଙ୍କ ପ୍ରସ୍ତୁତି  

ଜାନୁୟାରୀ ୧ ରୁ କୋୱିନ୍ ପୋର୍ଟାଲ (Cowin Portal)ରେ ପିଲାମାନଙ୍କର ଟିକାକରଣ ପଞ୍ଜିକରଣ ଆରମ୍ଭ ହେବ 
ଦଶମଶ୍ରେଣୀର ଛାତ୍ରଛାତ୍ରୀଙ୍କ ପରିଚୟ ପତ୍ର ବା ଆଇଡଣ୍ଟିଟି କାର୍ଡ ଲିଙ୍କ୍ କରାଯିବ
ଜାନୁଆରୀ ୩ ରୁ ପିଲାମାନଙ୍କର ଟୀକାକରଣ ସରକାରୀ ଭାବେ ଆରମ୍ଭ କରାଯିବ
ବର୍ତ୍ତମାନ, କେବଳ ଭାରତୀୟ ପିଲାମାନଙ୍କୁ କୋଭାକ୍ସିନ୍ (Covaxin) ହିଁ ଦିଆଯିବ
ଏଥିପାଇଁ ୨୮ ଦିନର ବ୍ୟବଧାନ ସ୍ଥିର କରାଯାଇଛି 

ଦୁନିଆରେ ଶିଶୁ ମାନଙ୍କ ଟିକା ବିଷୟରେ କହିବାକୁ ଗଲେ, ଫାଇଜର ବାୟୋଟେକ୍ ୫ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକା ପ୍ରସ୍ତୁତ କରୁଛି । ଏହି ଟିକାକରଣ ଆମେରିକା ଏବଂ ୟୁରୋପରେ ଆରମ୍ଭ ହୋଇଛି ।
ମଡର୍ଣ୍ଣା ଟିକା ୧୨ ବର୍ଷରୁ ଅଧିକ ଶିଶୁଙ୍କ ପାଇଁ । ଏହା ପିଲାମାନଙ୍କ ଉପରେ ପ୍ରଭାବ ପକାଉଛି ବୋଲି ଦାବି କରାଯାଇଛି।ସେହିପରି  ୧୨ ରୁ ୧୭ ବର୍ଷ ବୟସ୍କ ବର୍ଗ ପାଇଁ ସ୍ପୁଟନିକ୍ ଭି ର ପରୀକ୍ଷା ଚାଲିଛି । ଜନସନ ଆଣ୍ଡ ଜନସନ ଟୀକା ମଧ୍ୟ ୧୨ ରୁ ୧୭ ବର୍ଷ ବୟସ ବର୍ଗଙ୍କ ପାଇଁ ଏକ ଟିକା ମଧ୍ୟ ପ୍ରସ୍ତୁତ କରୁଛନ୍ତି, ଯାହାର ଟ୍ରାଏଲ ଜାରି ରହିଛି। 

Also Read: ଦିଦି ହେବେ ରାଜ୍ୟପାଳ!

Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଗୁମର ଖୋଲିଲେ ରାଜନାଥ ସିଂହ

Also Read: ଏପର୍ଯ୍ୟନ୍ତ ତିଆରି ହୋଇନାହିଁ ରାସନ କାର୍ଡ? ଚିନ୍ତା କରିବାର ଆବଶ୍ୟକତା ନାହିଁ, ଘରେ ବସି ଏପରି କରନ୍ତୁ ଆପ୍ଲାଇ, ଯିବାକୁ ପଡ଼ିବନି ଅଫିସ୍