ଏହି ମିଠାକୁ ଖାଇବା ପାଇଁ ସର୍ବନିମ୍ନ ପ୍ରୟାସ ଆବଶ୍ୟକ ହୁଏ କାରଣ ରସଗୋଲା ପାଟିରେ ରଖିବା ମାତ୍ରେ ଏହି ମିଠାଟି ମିଳେଇଯାଏ । ରସଗୋଲାର କୋମଳତା ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ ।
Trending Photos
ନୂଆଦିଲ୍ଲୀ: କହିବାକୁ ଗଲେ ସମସ୍ତ ମିଠା ସ୍ୱାଦିଷ୍ଟ, କିନ୍ତୁ ରସଗୋଲାର କଥା ଯେତେବେଳେ ସାମ୍ନାକୁ ଆସେ ବିଷୟ କିଛି ଅଲଗା ହୋଇଯାଏ । ରସଗୋଲା ନାମ ଶୁଣି ସମସ୍ତଙ୍କ ପାଟିରେ ଲାଳ ଆସିଯାଏ। ବିଶେଷକରି ପୂର୍ବ ଭାରତରେ ଏହି ମିଠା ବେଶ ଲୋକପ୍ରିୟ । ଏହି ମିଠାକୁ ଖାଇବା ପାଇଁ ସର୍ବନିମ୍ନ ପ୍ରୟାସ ଆବଶ୍ୟକ ହୁଏ କାରଣ ରସଗୋଲା ପାଟିରେ ରଖିବା ମାତ୍ରେ ଏହି ମିଠାଟି ମିଳେଇଯାଏ । ରସଗୋଲାର କୋମଳତା ଲୋକଙ୍କୁ ବେଶ ଆକୃଷ୍ଟ କରିଥାଏ ।
ରସଗୋଲାକୁ ନିଜର କରିବା ପାଇଁ ଦେଶର ଦୁଇ ରାଜ୍ୟ ମଧ୍ୟରେ ବହୁତ କଳହ ମଧ୍ୟ ଲାଗିସାରିଛି। ପଶ୍ଚିମବଙ୍ଗ ସରକାର କହିଛନ୍ତି ଯେ, ରସଗୋଲା ସେମାନଙ୍କ ରାଜ୍ୟର ହୋଇଥିବା ବେଳେ ଓଡ଼ିଶା ବି ଏହାକୁ ନିଜର ବୋଲି କହିଥିଲା । ଶେଷରେ, ରସଗୋଲା କାହାର ନେଇ ଏକଚାଟିଆ ଓଡ଼ିଶା ସହିତ ପଶ୍ଚିମବଙ୍ଗ ଦୀର୍ଘ ଆଇନଗତ ଯୁଦ୍ଧ ପରେ ପ୍ରଥମେ ପଶ୍ଚିମବଙ୍ଗ ଓ ପରେ ଓଡ଼ିଶାକୁ ଭୌଗୋଳିକ ସୂଚକାଙ୍କ (GI) ଟ୍ୟାଗ୍ ମିଳିଥିଲା । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଜାଣିବାକୁ ଚେଷ୍ଟା କରିଛନ୍ତି କି ଆପଣ ଭଲପାଉଥିବା ରସଗୋଲାର ମିଠାକୁ ଇଂରାଜୀରେ କଣ କୁହାଯାଏ?
Also Read: ଶିଶୁ କନ୍ୟାକୁ ଜନ୍ମ ଦେଇ ମାଆ ଫେରାର
ରସଗୋଲାର ଇଂରାଜୀ ଅନୁବାଦ ଜାଣିବା ପାଇଁ, ଆମେ ଅକ୍ସଫୋର୍ଡ ଅଭିଧାନ ଯାଞ୍ଚ କରିଥିଲୁ ଏବଂ ଏହା ପରେ ଗୁଗୁଲ୍ (Google) ଅନୁବାଦରେ ମଧ୍ୟ ରସଗୋଲାର ଇଂରାଜୀ ନାମ ଜାଣିବାକୁ ଚାହୁଁଥିଲୁ । ପ୍ରତିକ୍ରିୟାରେ ଯାହା ବାହାରିଲା ତାହା ଆକର୍ଷଣୀୟ ଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ଅନେକ ବଡ Interview ରେ ମଧ୍ୟ ସମାନ ପ୍ରଶ୍ନ ପଚରାଯାଏ ଯେ , ରସଗୋଲାର ଇଂରାଜୀ ୱାର୍ଡ (English Word)କଣ । କିନ୍ତୁ ଅଧିକାଂଶ ପ୍ରାର୍ଥୀ ଏହାର ସଠିକ୍ ଉତ୍ତର ଜାଣି ନାହାଁନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରସଗୁଲାଙ୍କୁ ଇଂରାଜୀରେ ସିରପ୍ ଫିଲ୍ଡ୍ ରୋଲ୍ (Syrup Filled Roll) ବୋଲି କୁହାଯାଏ । ଏହା ଏକ ଭିନ୍ନ କଥା ଯେ ଆଜି ମଧ୍ୟ ଗୁଗୁଲରେ ରସଗୋଲାକୁ (Rasgulla) କୁହାଯାଉଛି । କିନ୍ତୁ ଏହାର ସଠିକ୍ ନାମ ହେଉଛି ସିରପ୍ ଫିଲ୍ଡ ରୋଲ୍ !