Doanld Trump: ଇମ୍ରାନଙ୍କ ପଥକୁ ଅନୁସରଣ କଲେ ଟ୍ରମ୍ପ! ଗିରଫ ହେବା ଭୟରେ ସମର୍ଥକଙ୍କୁ କଲେ ଏହି ଅନୁରୋଧ
Advertisement

Doanld Trump: ଇମ୍ରାନଙ୍କ ପଥକୁ ଅନୁସରଣ କଲେ ଟ୍ରମ୍ପ! ଗିରଫ ହେବା ଭୟରେ ସମର୍ଥକଙ୍କୁ କଲେ ଏହି ଅନୁରୋଧ

Donald Trump Claim: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଦିନ ଜେଲ ଯାଇପାରନ୍ତି ବୋଲି ଟ୍ରୁଥ୍ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ସୂଚନା ଦେଇଛି ।

ସାଙ୍କେତିକ ଛବି

Donald Trump claims he will be arrested: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ ନ୍ୟୁୟର୍କର ଓକିଲମାନେ କିଛି ମହିଳାଙ୍କୁ ଟଙ୍କା ପେମେଣ୍ଟ ଉପରେ ଯାଞ୍ଚ କରୁଛନ୍ତି ଓ ତାଙ୍କୁ ମଙ୍ଗଳବାର ଦିନ ଗିରଫ କରାଯିବ । କହିରଖୁଛୁ ଯେ ତାଙ୍କ ଉପରେ ଅଭିଯୋଗ ହୋଇଛି ଯେ ପୂର୍ବତନ ରାଷ୍ଟ୍ରପତି ଏହି ମହିଳାମାନଙ୍କୁ ଯୌନ ସମ୍ପର୍କ ବଦଳରେ ଟଙ୍କା ଦେଇ ମାମଲାକୁ ସାର୍ବଜନୀନ ନକରିବାକୁ କହିଥିଲେ ।

ଶନିବାର ଦିନ ସୋସିଆଲ ନେଟୱାର୍କ ଟ୍ରୁଥରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯେ ମ୍ୟାନହଟନ ଜିଲ୍ଲା ଓକିଲ ସଂଘର ସୂଚନା "ବେଆଇନ ଭାବେ ଲିକ୍ରୁ ସୂଚନା ମିଳିଛି ଯେ ଆସନ୍ତା ସପ୍ତାହରେ ରିପବ୍ଲିକାନ ପ୍ରାର୍ଥୀ ତଥା ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗିରଫ କରାଯିବ ।"

ବିରୋଧ କରିବାକୁ ଟ୍ରମ୍ପ ନିଜ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି । ନ୍ୟୁୟର୍କରେ ଆଇନ ଶୃଙ୍ଖଳା ଅଧିକାରୀ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରସ୍ତୁତି କରୁଛନ୍ତି । ପୂର୍ବତନ ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ କି ନାହିଁ ସେନେଇ ସମ୍ଭାବ୍ୟ ଭୋଟ୍ ସମେତ ଖଣ୍ଡପୀଠଙ୍କ ନିଷ୍ପତ୍ତି ପାଇଁ କୌଣସି ସମୟ ସୀମା ଘୋଷଣା କରାଯାଇ ନାହିଁ ।

ଯଦି ସେ ଗିରଫ ହୁଅନ୍ତି ତେବେ ଆମେରିକାର ଇତିହାସରେ ଟ୍ରମ୍ପ ପ୍ରଥମ ପୂର୍ବତନ ରାଷ୍ଟ୍ରପତି ହେବେ ଯିଏକି କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହେବେ । କହିରଖୁଛୁ ଯେ ୨୦୧୬ ରେ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧.୩୦ ଲକ୍ଷ ଡଲାରର ପେମେଣ୍ଟର ଯାଞ୍ଚ ଚାଲିଛି । ମିଡିଆ ରିପୋର୍ଟ ଅନୁଯାୟୀ, ଟ୍ରମ୍ପଙ୍କ ସହ ହୋଇଥିବା ସମ୍ପର୍କକୁ ନେଇ ସେ ଚୁପ୍ ରଖିଥିବାରୁ ଡାନିଏଲ୍ସଙ୍କୁ ଏହି ଟଙ୍କା ଦିଆଯାଇଛି ।

କହିରଖୁଛୁ ଗୋଟିଏ ଦିନ ପୂର୍ବରୁ ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । ସେ ଶୁକ୍ରବାର ଦିନ ଫେସବୁକରେ ପୋଷ୍ଟ କରିଛନ୍ତି ମୁଁ ଫେରି ଆସିଛି । ୨୦୨୧ ମସିହାରେ, କ୍ୟାପିଟାଲ ହିଲ ଦଙ୍ଗାକୁ ଟ୍ରମ୍ପଙ୍କ ଫେସବୁକ ଆକାଉଣ୍ଟକୁ ସସ୍ପେଣ୍ଡ କରଯାଇଥିଲା ।

ତୋସାଖାନା ମାମଲାରେ ପୋଲିସ ଇମ୍ରାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା ​​କିନ୍ତୁ ବିଫଳ ହୋଇଥିଲା । ପୋଲିସର ବିଫଳତା ପଛରେ ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ରହିଛି । ଯଦିଓ ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ସେମାନଙ୍କର ପରବର୍ତ୍ତୀ ରଣନୀତି କ’ଣ ହେବ ସେନେଇ ବର୍ତ୍ତମାନ କିଛି କୁହାଯାଇପାରିବ ନାହିଁ, କିନ୍ତୁ ଇମ୍ରାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି । 

ଏହା ବି ପଢ଼ନ୍ତୁ: ପୂର୍ବରୁ ଜୋରରେ ଚାଲୁଥିବା ଆପଣଙ୍କ ପଙ୍ଖା ବର୍ତ୍ତମାନ ଧୀରେ ଚାଲୁଛି କି? ଏହି ୪ଟି ଉପାୟରେ ବଢ଼ାଇ ପାରିବେ ଗତି

ଏହା ବି ପଢ଼ନ୍ତୁ: Flying Bike Video: ଆସିଗଲା ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍, ଭିଡିଓ ଦେଖିବା ପରେ ବିଶ୍ୱାସ କରିପାରୁନାହାଁନ୍ତି ଲୋକେ!