Domestic Airfares: ଖୁସି ଖବର: ୫୦% ହ୍ରାସ ପାଇଲା ବିମାନ ଭଡା!
Advertisement

Domestic Airfares: ଖୁସି ଖବର: ୫୦% ହ୍ରାସ ପାଇଲା ବିମାନ ଭଡା!

Domestic Airfares: ସରକାର ସେପ୍ଟେମ୍ବର ୧ ତାରିଖରୁ ବିମାନ ଚଳାଚଳ ଉପରେ ଫେୟାର କ୍ୟାପ୍ ରଦ୍ଦ କରିଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଏହି ବାଧ୍ୟତାମୂଳକ କାର୍ଯ୍ୟ ଶେଷ ହେବା ମାତ୍ରେ ବିମାନ କମ୍ପାନୀ ଗୁଡ଼ିକ ସେମାନଙ୍କ ଭଡା ହ୍ରାସ କରିବାରେ ଲାଗିଛନ୍ତି ।

ସୌ: ସୋସିଆଲ ମିଡିଆ

Domestic Airfares: ସରକାର ବିମାନ ଭଡା ଉପରେ ବାଧ୍ୟତାମୂଳକ ଫେୟାର କ୍ୟାପ୍ ପ୍ରତ୍ୟାହାର କରିବା ମାତ୍ରେ ବିମାନ ଭଡା (Airfares) ଏକ ବଡ ମାତ୍ରାରେ ହ୍ରାସ ହେବା ଆରମ୍ଭ କରିଛି । ଗତ ମାସ ପର୍ଯ୍ୟନ୍ତ ଆକାଶ ଛୁଇଁଥିବା ବିମାନ ଯାତ୍ରା ଭଡା ଏବେ ବର୍ତ୍ତମାନ ସ୍ଥଳଭାଗରେ ସିଧାସଳଖ ପହଞ୍ଚିଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ଏହି ବାଧ୍ୟତାମୂଳକ କାର୍ଯ୍ୟ ଶେଷ ହେବା ମାତ୍ରେ ବିମାନ କମ୍ପାନୀ (Airlines) ଗୁଡ଼ିକ ସେମାନଙ୍କ ଭଡା ହ୍ରାସ କରିବାରେ ଲାଗିଛନ୍ତି । ଗତ ମାସ ତୁଳନାରେ ଦିଲ୍ଲୀ, ମୁମ୍ବାଇ ସମେତ ଅନେକ ରୁଟରେ ବିମାନ ଭଡା ୫୦ ପ୍ରତିଶତ ହ୍ରାସ କରାଯାଇଛି।

ଖବର ଅନୁଯାୟୀ ସରକାର ଗତ ସପ୍ତାହରେ ବାଧ୍ୟତାମୂଳକ ଫେୟାର କ୍ୟାପ୍ ରଦ୍ଦ କରିଦେଇଥିଲେ । ଫେୟାର କ୍ୟାପ୍ ର ଅର୍ଥ ହେଉଛି ଯେ କମ୍ପାନୀଗୁଡିକ ଭଡାକୁ ନିର୍ଦ୍ଦିଷ୍ଟ ସୀମାଠୁ କମ୍ ଭଡ଼ା ରଖିପାରିବେ ନାହିଁ ଓ ସର୍ବାଧିକ ସୀମାଠାରୁ ଅଧିକ ଭଡା ବୃଦ୍ଧି କରିପାରିବେ ନାହିଁ । କିନ୍ତୁ, ଏହାର ବାଧ୍ୟତାମୂଳକ ଫେୟାର କ୍ୟାପ୍ ପ୍ରତ୍ୟାହାର ହେବା ପରେ, ବଜାରରେ ବଢ଼ୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କୁ ଲୋଭାନ୍ନିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରୁଛନ୍ତି । ଏହି କାରଣରୁ ଆକାସା ଏୟାର, ଇଣ୍ଡିଗୋ, ଏୟାରଏସିଆ, ଗୋଫିର୍ଷ୍ଟ ଓ ଭିସ୍ତାରା ଭଳି କମ୍ପାନୀ ସେମାନଙ୍କ ଭଡା ଉପରେ ବଡ଼ ହ୍ରାସ କରିଛନ୍ତି ।

ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିବା ବିମାନ ସେବା ଆକାସା ଏୟାର ଏହାର ସମସ୍ତ ରୁଟରେ ଭଡା ହ୍ରାସ କରିଛି । ଏହି କମ୍ପାନୀ ବର୍ତ୍ତମାନ ମୁମ୍ବାଇ-ବାଙ୍ଗାଲୋର ରୁଟରେ ୨,୦୦୦-୨,୨୦୦ ଟଙ୍କାରେ ବିମାନ ଯାତ୍ରା ପ୍ରଦାନ କରୁଥିବାବେଳେ, ଗତ ମାସ ପର୍ଯ୍ୟନ୍ତ ଏହି ମାର୍ଗରେ ଭଡା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୩,୯୪୮ ଟଙ୍କା ଥିଲା । ସେହିଭଳି ମୁମ୍ବାଇ-ଅହମ୍ମଦାବାଦ ଭଡା ଗତ ମାସ ପର୍ଯ୍ୟନ୍ତ ୫,୦୦୮ ଥିଲା, ଯାହା ବର୍ତ୍ତମାନ ୧୪୦୦ ଟଙ୍କାକୁ ଖସି ଆସିଛି । ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ମଧ୍ୟ ଆକାସା ଏୟାର ରୁଟରେ ଏହାର ସମସ୍ତ ଭଡା ହ୍ରାସ କରିଥିବାବେଳେ ଗୋ-ଫାର୍ଷ୍ଟ ମଧ୍ୟ ଏହି ରୁଟରେ ଭଡା ହ୍ରାସ କରିଛି । ଏହାସହ ଭିନ୍ନ ଭିନ୍ନ ରୁଟରେ ମଧ୍ୟ ଭଡା ହ୍ରାସ ହୋଇଥହିବା ଦେଖିବାକୁ ମିଳିଛି ।

ବିମାନ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କମ୍ ଚାହିଦା ଯୋଗୁଁ ଭଡା ହ୍ରାସ ମଧ୍ୟ ଆସିଛି । ଅନେକ ମାର୍ଗରେ ଜୁଲାଇ-ସେପ୍ଟେମ୍ବରରେ ଚାହିଦା କମ୍ ରହିଥାଏ, ଯେଉଁ କାରଣରୁ ଅଫ୍ ସିଜନରେ ଭଡା ମଧ୍ୟ କମିଯାଏ । ପାର୍ବଣ ସିଜିନ ଆଗକୁ ଆରମ୍ଭ ହେବ ଓ ବିମାନ ଭଡା ପୁଣି ଥରେ ବଢିପାରେ । ଅବଶ୍ୟ, ଏହା ସତ୍ତ୍ୱେ ମୂଲ୍ୟ କମ୍ ରହିବ କାରଣ ଫେୟାର କ୍ୟାପ୍ ରଦ୍ଦ ହେବା ପରେ ଭଡା ମଧ୍ୟ ପ୍ରଭାବିତ ହେବ ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଗତ ମାସରୁ କର୍ପୋରେଟ୍ ଟ୍ରାଭେଲରେ ବୃଦ୍ଧି ଘଟିଛି, ଯାହାଦ୍ୱାରା ଘରୋଇ କମ୍ପାନୀମାନଙ୍କୁ ସେମାନଙ୍କର ଭଡା ହ୍ରାସ କରିବା ପାଇଁ ଆତ୍ମବିଶ୍ୱାସ ଦେଇଛି । କମ୍ପାନୀଗୁଡିକ ସେମାନଙ୍କ ବ୍ୟବସାୟରେ ଏକ ଅଭିବୃଦ୍ଧି ଆଶା କରୁଛନ୍ତି, ଯାହାର ଲାଭ ସେମାନେ ଭଡା ହ୍ରାସ କରି ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି । କୋରୋନା ଅବଧି ମଧ୍ୟରେ ମେ' ୨୦୨୦ ସମୟରେ ସରକାର ଘରୋଇ ବିମାନ ଉପରେ ପ୍ରାଇସ ବ୍ୟାଣ୍ଡ ସ୍ଥିର କରିଥିଲେ, ଯାହା ଦ୍ୱାରା କି ଭଡା ଅନାବଶ୍ୟକ ଭାବରେ ବୃଦ୍ଧିକି ରୋକାଯାଇ ପାରିବ ।

ଏହା ବି ପଢ଼ନ୍ତୁ: Cyrus Mistry: ଓଡ଼ିଶାକୁ ନେଇ ମିସ୍ତ୍ରୀ-ଟାଟାଙ୍କ ସେହି ବିବାଦ, ଯାହା ପୂରା କର୍ପୋରେଟ୍ ଦୁନିଆକୁ ହଲାଇ ଦେଇଥିଲା