ଗାନ୍ଧୀଙ୍କ ପରେ ନୋଟରେ ସ୍ଥାନ ପାଇବ ଏହି ନେତାଙ୍କ ଫଟୋ !
Advertisement

ଗାନ୍ଧୀଙ୍କ ପରେ ନୋଟରେ ସ୍ଥାନ ପାଇବ ଏହି ନେତାଙ୍କ ଫଟୋ !

ବର୍ତ୍ତମାନ ପ୍ରଚଳିତ ହେଉଥିବା କୌଣସି ଏକ ନୋଟରେ ଦେଶର ସମ୍ବିଧାନ ନିର୍ମାତାଙ୍କ ଫଟୋକୁ ସ୍ଥାନ ଦିଆଯାଉ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ପରେ ଏବେ ଭାରତୀୟ ନୋଟରେ ସ୍ଥାନ ଦିଆଯାଉ ଦେଶର ସମ୍ବିଧାନ ନିର୍ମାତା ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ର! ଲୋକସଭାର ଶୂ୍ନ୍ୟକାଳରେ ଏହି ଦାବି ଉଠାଇଛନ୍ତି ୱାଏସଆର କଂଗ୍ରେସ ସାଂସଦ। ଲୋକସଭାର ଶୂନ୍ୟକାଳରେ ଏହି ଦାବି ଉଠାଇ ସାଂସଦ ଚିନ୍ତା ଅନୁରାଧା କହିଛନ୍ତି ଯେ, ଦେଶର ପ୍ରଚଳିତ ହେଉଥିବା ନୋଟ ଦେଶର ସମ୍ବିଧାନ ନିର୍ମାତା ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ର ସହ ଛପାଯାଉ।

ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ୱାଏସଆର କଂଗ୍ରେସ ସାଂସଦ କହିଛନ୍ତି ଭାରତୀୟ ସମ୍ବିଧାନ ନିର୍ମାତା ବାବାସାହେବ ଆମ୍ବେଦକର ନିଜ ରଚିତ ପୁସ୍ତକ ମାଧ୍ୟମରେ ଦେଶର ସର୍ବୋଚ୍ଚ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଗଠନ କରିବାର ପରକଳ୍ପନା କରିଥିଲେ। ବର୍ତ୍ତମାନ ଦେଶର ପ୍ରଚଳିତ ହେଉଥିବା କୌଣସି ଏକ ନୋଟରେ ତାଙ୍କର ଫଟୋ ଚିତ୍ରକୁ ସ୍ଥାନ ଦିଆଯାଉ। ଯାହା ଦେଶର ନାଗରିକଙ୍କ ଲାଗି ଗୌରବର ବିଷୟ ହେବ।