Ranendra Pratap Swain: କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
Advertisement
Article Detail0/zeeodisha/odisha2292672

Ranendra Pratap Swain: କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁ ଧନ୍ୟବାଦ ଜଣାଉଛି। 

Ranendra Pratap Swain: କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

Ranendra Pratap Swain: ଭୁବନେଶ୍ଵର, ବିଧାନସଭାର କାମଚଳା ବାଚସ୍ପତି ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାବେ ରାଜଭବନରେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ରଣେନ୍ଦ୍ର ସ୍ୱାଇଁ ଏହି ଦାୟିତ୍ୱ ନେବା ପରେ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁୁ ଶୁଭେଚ୍ଛା ଜଣାଇଛନ୍ତି। 

ଏହି ଅବସରରେ ଶ୍ରୀ ସ୍ବାଇଁଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇବାକୁ ପ୍ରସ୍ତାବ ଦେଇଥିଲେ। ଆସନ୍ତା ୧୮ ଓ ୧୯ ତାରିଖରେ ବିଧାୟକମାନଙ୍କୁ ଶପଥଗ୍ରହଣ କରାଯିବ। ଏହାପରେ ୨୦ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା କରିବେ ଶ୍ରୀ ସ୍ୱାଇଁ। କାମଚଳା ବାଚସ୍ପତି  ଭାବେ ଦାୟିତ୍ୱ ସୁଚାର ରୂପେ ତୁଲାଇବେ ବୋଲି ରଣେନ୍ଦ୍ର ସ୍ୱାଇଁ କହିଛନ୍ତି। 

ସେ ତାଙ୍କର ଏହି ଶପଥ ପାଠରେ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇଥିବାରୁ ଧନ୍ୟବାଦ ଜଣାଉଛି। 

ସେହିପରି ନୂଆ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜୁନ୍ ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରଣପୁରର ବିଜେପି ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି।ସୂଚନାଯୋଗ୍ୟ, କାମଚଳା ବାଚସ୍ପତିଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି କରାଯାଇଥାଏ। କାମଚଳା ବାଚସ୍ପତି ହେଉଛନ୍ତି ଅସ୍ଥାୟୀ ବାଚସ୍ପତି, ଯାହାଙ୍କୁ ରାଜ୍ୟ ବିଧାନସଭା ଗୁଡ଼ିକରେ କାର୍ଯ୍ୟ ପରିଚାଳନା ପାଇଁ ସୀମିତ ସମୟ ପାଇଁ ନିଯୁକ୍ତ କରାଯାଇଥାଏ।