ଇଷ୍ଟର ପର୍ବରେ ମିଳିବନି ମଦ, ନିର୍ଦ୍ଦେଶନାମା ଜାରି କଲେ ସରକାର
Advertisement
Article Detail0/zeeodisha/odisha876612

ଇଷ୍ଟର ପର୍ବରେ ମିଳିବନି ମଦ, ନିର୍ଦ୍ଦେଶନାମା ଜାରି କଲେ ସରକାର

ଦକ୍ଷିଣ ଆଫ୍ରିକାରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। କେବଳ ଇଷ୍ଟର ପର୍ବ ୨୦୨୧ ଗୋଟିଏ ଦିନ ପାଇଁ ଏହି ନିଷ୍ପତ୍ତି ନିଆଯାଉଛି । ଏହା ପଛରେ ସରକାରଙ୍କ କାରଣ ହେଉଛି ଯେ, ଉତ୍ସବରେ ମଦ ବିକ୍ରି ବନ୍ଦ କରି ସାମାଜିକ ସମାବେଶରେ ଭିଡ଼ ନିୟନ୍ତ୍ରଣ କରାଯାଇପାରିବ।  କୋରୋନା ସଂକ୍ର

ଇଷ୍ଟର ପର୍ବରେ ମିଳିବନି ମଦ, ନିର୍ଦ୍ଦେଶନାମା ଜାରି କଲେ ସରକାର

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି। କେବଳ ଇଷ୍ଟର ପର୍ବ ୨୦୨୧ ଗୋଟିଏ ଦିନ ପାଇଁ ଏହି ନିଷ୍ପତ୍ତି ନିଆଯାଉଛି । ଏହା ପଛରେ ସରକାରଙ୍କ କାରଣ ହେଉଛି ଯେ, ଉତ୍ସବରେ ମଦ ବିକ୍ରି ବନ୍ଦ କରି ସାମାଜିକ ସମାବେଶରେ ଭିଡ଼ ନିୟନ୍ତ୍ରଣ କରାଯାଇପାରିବ। 

କୋରୋନା ସଂକ୍ରମଣ (Corona Infection) ବିସ୍ତାରକୁ ରୋକିବା ପାଇଁ ଇଷ୍ଟର୍ ପର୍ବ ୨୦୨୧ ରେ ଦକ୍ଷିଣ ଆଫ୍ରିକା (South Africa) ରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ। ଏହିଦିନ ଧାର୍ମିକ ତଥା ସାମାଜିକ ସମାରୋହରେ ଲୋକଙ୍କ ସଂଖ୍ୟା ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଷ୍ଟ୍ରପତି ସିରିଲ ରାମାଫୋସା (President Cyril Ramaphosa) ଏକ ରାଷ୍ଟ୍ରବ୍ୟାପୀ ସମ୍ବୋଧନ ପ୍ରସାରଣରେ କହିଛନ୍ତି, ଯେ 'ମଦ୍ୟପାନ କରି ଦାୟିତ୍ୱହୀନ ଆଚରଣକୁ ଧ୍ୟାନରେ ରଖି ଆମେ ଇଷ୍ଟର୍ ଉପରେ କିଛି ପ୍ରତିବନ୍ଧକ ଲଗାଇବୁ।'

Also Read:  AIDS ରୋକିବାକୁ ସ୍କୁଲରେ ଲାଗିଛି କଣ୍ଡୋମ ଭେଣ୍ଡିଂ ମେସିନ

ମଦ୍ୟପାନର ଖୁଚୁରା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ରାଷ୍ଟ୍ରପତି ସିରିଲ ରାମାଫୋସା  (President Cyril Ramaphosa)  କହିଛନ୍ତି । ବାର୍ ଏବଂ ରେସ୍ତୋରାଁରେ ମଦ ବିକ୍ରି ହୋଇପାରିବ, କିନ୍ତୁ ଏହାର ବିକ୍ରୟ ରାତି ୧୧ ଟା ପରେ ବନ୍ଦ କରାଯିବ । ଗୋଟିଏ ସ୍ଥାନରେ ଧାର୍ମିକ ସମାରୋହରେ ସର୍ବାଧିକ ୨୫୦ ଲୋକଙ୍କ ସମାବେଶକୁ ଅନୁମତି ଦିଆଯିବ। ସେପଟେ ୫୦୦ ଲୋକଙ୍କୁ ବାହାର କାର୍ଯ୍ୟକ୍ରମ ଅର୍ଥାତ୍ ବାହାରେ ହେଉଥିବା ଇଭେଣ୍ଟରେ ଏକାଠି ହେବାକୁ ଅନୁମତି ଦିଆଯିବ । 

Also Read: କୋରୋନାର ପ୍ରକୋପ: ଏହି ଦେଶରେ ୪ ସପ୍ତାହ ପାଇଁ ଲାଗିଲା ଲକଡାଉନ, ସ୍କୁଲ ବି ରହିବ ବନ୍ଦ

ମଙ୍ଗଳବାର ଦିନ କୋଭିଡ -19 ର ଦ୍ୱିତୀୟ ଲହରର ବିସ୍ତାରକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଧାର୍ମିକ ନେତାଙ୍କ ସହ ଆଲୋଚନା କରିବାବେଳେ ରାମାଫୋସା ଏହି ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା (South Africa) ରେ ୧୫ ଲକ୍ଷରୁ ଅଧିକ କୋରୋନା ଭାଇରସ୍ (Corona Virus) ରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଆଫ୍ରିକାରେ ସର୍ବାଧିକ ସଂଖ୍ୟକ ବୋଲି କୁହାଯାଉଛି । ଦେଶରେ ଏହି ମହାମାରୀ ଯୋଗୁଁ ୫୨ ହଜାର ୭୮୮ ଜଣଙ୍କର ମୃତ୍ୟୁ ହୋଇଛି।