କୃଷକ ଆନ୍ଦୋଳନ; ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ ବାଦଲ
Advertisement

କୃଷକ ଆନ୍ଦୋଳନ; ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ ବାଦଲ

ସମାଧାନର ବାଟ ଖୋଜିବାକୁ ସରକାର ମାରାଥନ ବୈଠକ କରୁଥିବା ସତ୍ତ୍ୱେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଆଉ ଏହାରି ଭିତରେ ଗୁରୁବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ତାଙ୍କର ପଦ୍ମ ବିଭୂଷଣ ସମ୍ମାନଙ୍କୁ ଫେରାଇଛନ୍ତି।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ଆଣି ଅଡୁଆରେ ପଡିଛନ୍ତି କେନ୍ଦ୍ରର ମୋଦି ସରକାର। ଆଇନ ପ୍ରତ୍ୟାହାର ଦାବିରେ କୃଷକମାନେ ଆନ୍ଦୋଳ ଜାରି ରଖିଛନ୍ତି। ସେପଟେ ସମାଧାନର ବାଟ ଖୋଜିବାକୁ ସରକାର ମାରାଥନ ବୈଠକ କରୁଥିବା ସତ୍ତ୍ୱେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଆଉ ଏହାରି ଭିତରେ ଗୁରୁବାର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ତାଙ୍କର ପଦ୍ମ ବିଭୂଷଣ ସମ୍ମାନଙ୍କୁ ଫେରାଇଛନ୍ତି।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ କୃଷକଙ୍କ ସମସ୍ୟାକୁ ନେଇ ଗୁରୁବାର ଦିଲ୍ଲୀ ବିଜ୍ଞାନ ଭବନରେ ୪ର୍ଥ ପର୍ଯ୍ୟାୟ ବୈଠକ ବସିଛି। କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩୪ ଜଣ କୃଷକ ପ୍ରତିନିଧି ଯୋଗ ଦେଇଥିଲେ। ତେବେ ପୂର୍ବ ପରି ଆଲୋଚନାରେ କୌଣସି ନିଷ୍କର୍ଷ ବାହାରି ନାହିଁ। ୩ଟି ନୂଆ କୃଷି ଆଇନ (farm laws) କୁ ପ୍ରତ୍ୟାହାର କରିବା ସହ MSP ଉପରେ ନୂଆ ଆଇନ ଆଣିବାକୁ କୃଷକମାନେ ଦାବି କରିଛନ୍ତି।

Also Read: କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଲେ ବିବାଦୀୟ ଶାହୀନବାଗ ଦାଦି

ସେପଟେ କୃଷକ ଆନ୍ଦୋଳନ (Farmers protest) କୁ ସମର୍ଥନ ଜଣାଇଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲ (Parkash Singh Badal) । କେନ୍ଦ୍ର ସରକାର କୃଷକଙ୍କ ସହ ବିଶ୍ୱାସ ଘାତକତା କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ସହ ଗୁରୁବାର ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦ (Ramnath Kobind) ଙ୍କୁ ଚିଠି ଲେଖି ନିଜର ପଦ୍ମ ବିଭୂଷଣ (Padma Vibhushan) ପୁରସ୍କାରକୁ ଫେରାଇଛନ୍ତି। 

Also Read: ଷଷ୍ଠ ଦିନରେ ପହଞ୍ଚିଲା କୃଷି ଆନ୍ଦୋଳନ, ସମର୍ଥନରେ ଆସିଲେ କାନାଡା ପ୍ରଧାନମନ୍ତ୍ରୀ

ସେ ତାଙ୍କ ଚିଠରେ ଲେଖିଛନ୍ତି ଯେ, "ମୁଁ ଯାହା, ତାହା କେବଳ ସାଧାରଣ ଜନତା ବା କୃଷକଙ୍କ ପାଇଁ। ଆଜି ସେମାନେ ତାଙ୍କ ସମ୍ମାନଠୁ ବହୁତ କିଛି ହରେଇଲେଣି। ତେଣୁ ଏପରି କ୍ଷେତ୍ରରେ ମୁଁ ପଦ୍ମ ପୁରସ୍କାର ରଖିବାରର କୌଣସି ମାନେ ନାହିଁ। କୃଷକମାନେ କେବଳ ତାଙ୍କ ମୌଳିକ ଅଧିକାର ପାଇଁ ଆଜି ରାଜରାସ୍ତାରେ ଆଉ ଶୀତ କାରକରେ ବସିଛନ୍ତି। କିନ୍ତୁ ସରକାର ବିବାଦୀୟ କୃଷି ଆଇନ ପତ୍ୟାହାର କରିବାକୁ ପ୍ରସ୍ତୁତ ନାହାନ୍ତି।"

ସୂଚନାଯୋଗ୍ୟ, ଗତ ନଭେମ୍ବର ୨୬ ତାରିଖରୁ ପଞ୍ଜାବ ଓ ହରିୟାଣାର ହଜାର ହଜାର ସଂଖ୍ୟକ ଚାଷୀ ଦିଲ୍ଲୀ ସୀମାରେ ପ୍ରଦର୍ଶନ କରୁଛନ୍ତି। ଜୁନରେ ସରକାର ଆଣିଥିବା ୩ଟି ନୂଆ କୃଷି ଆଇନ ଫେରାଇ ନାବାକୁ ଦାବି କରି ଧାରଣାରେ ବସିଛନ୍ତି। ନୂଆ ଆଇନରେ ପୁଞ୍ଜିପତିଙ୍କୁ ଅଧିକ ଲାଭବାନ ହେବେ ଓ କୃଷକ କ୍ଷତି ସହିବାର ସମ୍ଭାବନା ରହିଛି। ସୁରକ୍ଷିତ MSPକୁ ବି ନେଇ ସେମାନେ ଆଶଙ୍କା କରୁଛନ୍ତି।