Accident News: ଦୁଃଖଦ ଖବର! ବାଣ କାରଖାନାରେ ନିଆଁ ଲାଗି ୧୬ ଜଣଙ୍କର ମୃତ୍ୟୁ..
Advertisement
Article Detail0/zeeodisha/odisha1920301

Accident News: ଦୁଃଖଦ ଖବର! ବାଣ କାରଖାନାରେ ନିଆଁ ଲାଗି ୧୬ ଜଣଙ୍କର ମୃତ୍ୟୁ..

Accident News: ତାମିଲନାଡୁର ବିରୁଧୁନଗର ଜିଲ୍ଲା‌ରେ ଏକ ବଡ଼ ଅଘଟଣ(Accident) ଘଟିଛି।ଗତ କାଲି ୨ଟି ବାଣ କାରଖାନାରେ ବିସ୍ଫୋରଣ ଘଟି ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଏହି ବିସ୍ଫୋରଣରେ(Explosion) ୯ ଜଣ ମହିଳାଙ୍କ ସମେତ ୧୬ ଜଣ ପ୍ରାଣ ହରାଇଛନ୍ତି। 

Accident News: ଦୁଃଖଦ ଖବର! ବାଣ କାରଖାନାରେ ନିଆଁ ଲାଗି ୧୬ ଜଣଙ୍କର ମୃତ୍ୟୁ..

Accident News: ତାମିଲନାଡୁର ବିରୁଧୁନଗର ଜିଲ୍ଲା‌ରେ ଏକ ବଡ଼ ଅଘଟଣ(Accident) ଘଟିଛି।ଗତ କାଲି ୨ଟି ବାଣ କାରଖାନାରେ ବିସ୍ଫୋରଣ ଘଟି ପାଖାପାଖି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଏହି ବିସ୍ଫୋରଣରେ(Explosion) ୯ ଜଣ ମହିଳାଙ୍କ ସମେତ ୧୬ ଜଣ ପ୍ରାଣ ହରାଇଛନ୍ତି। ବାଣ ପାଇଁ ପ୍ରସିଦ୍ଧ ଶିବକାଶୀର(Shivkashi) ୨ଟି ବଡ଼ ବଡ଼ କାରଖାନାରେ ବାଣର ସାମ୍ପଲ୍‌ ଟେଷ୍ଟ୍ ଚାଲିଥିବା ବେଳେ ଏପରି ଅଘଟଣ ଘଟିଥିବା କୁହାଯାଉଛି। ସାମ୍ପଲ ଟେଷ୍ଟିଂ ବେଳେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା।

ବାଣ ତିଆରି ପାଇଁ ଉଭୟ କାରଖାନା ମାଲିକଙ୍କ ପାଖରେ ଲାଇସେନ୍ସ ଥିଲା। ଏଭଳି ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି। ବିସ୍ଫୋରଣ ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ମୃତ ଦେହ ଉଦ୍ଧାର ସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କର ଚିକିତ୍ସା ଚାଲିଛି।ତେବେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ(M.K Stalin) ଏହି ବିସ୍ଫୋରଣରେ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଗତ ଅକ୍ଟୋବର ୯ ତାରିଖରେ ମଧ୍ୟ ତାମିଲନାଡ଼ୁର(Tamilnadu) ଜିଲ୍ଲାର ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଣି ଥରେ ରଙ୍ଗପଲୟମ ସ୍ଥିତ ବାଣ କାରଖାନାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କମ୍ମପଟ୍ଟି ଗ୍ରାମରେ ଅନ୍ୟ ଏକ ବାଣ କାରଖାନାରେ ୪ ଜଣଙ୍କ ମୃତ୍ୟୁ ହୋଇଛି।

Also Read: Israels Gaza War: ଗାଜାକୁ ଛାଡ଼ି ଲେବାନନ ଉପରେ ଆକ୍ରମଣ କରୁଛି ଇସ୍ରାଏଲ, ୧୦ଟି ବିନ୍ଦୁରେ ଜାଣନ୍ତୁ ପୂରା ଘଟଣା