Mark Zuckerbergଙ୍କ ବଢିଲା ଅଡୁଆ, ଆମେରିକା ରାଡାରରେ Facebook-Insta
Advertisement

Mark Zuckerbergଙ୍କ ବଢିଲା ଅଡୁଆ, ଆମେରିକା ରାଡାରରେ Facebook-Insta

ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୪୫  (ଇଟି ଟାଇମ ଜୋନ)ରୁ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ଏବଂ ମେସେଞ୍ଜର ଅଚଳ ହୋଇଯାଇଥିଲା। ଯାହା ପ୍ରାୟ ୬ ଘଣ୍ଟା ବନ୍ଦ ରିହିବା ପରେ ପୁନଃ କାର୍ଯ୍ୟକ୍ଷମ ହୋଇଛି। ହ୍ୱାଟସଆପ୍ ବନ୍ଦକୁ ଟ୍ରାକ୍ କରୁଥିବା ଏକ ୱେବସାଇଟ୍ ଡାଉଣ୍ଡେଟେକ୍ଟର ଅନୁଯାୟୀ, ୪୦ ପ୍ରତିଶତ ଉପଭୋକ୍ତା ଆପ୍ ଡାଉନଲୋଡ୍ କରିବାରେ ଅସମର୍ଥ ହୋଇଥିଲେ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରାୟ ୬ ଘଣ୍ଟା ବନ୍ଦ ହେବା ପରେ ମଙ୍ଗଳବାର ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟସ୍ଆପ୍ ସେବା ଆରମ୍ଭ ହୋଇଛି। ସିଇଓ ମାର୍କ ଜୁକରବର୍ଗ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ଏବଂ ମେସେଞ୍ଜରର ସେବା ଫେରି ଆସିଛି। ଏହି ତ୍ରୁଟି ପାଇଁ ଆମେ ଦୁଃଖିତ। ମୁଁ ଜାଣେ ଆପଣ ନିଜ ପ୍ରିୟ ଲୋକଙ୍କ ସହିତ ଯୋଡି ହୋଇ ରହିବାକୁ ଆମର ସେବା ଉପରେ କେତେ ବିଶ୍ୱାସ କରନ୍ତି।'

ସୋମବାର ସନ୍ଧ୍ୟା ପ୍ରାୟ ୫ଟା ୪୫  (ଇଟି ଟାଇମ ଜୋନ)ରୁ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ଏବଂ ମେସେଞ୍ଜର ଅଚଳ ହୋଇଯାଇଥିଲା। ଯାହା ପ୍ରାୟ ୬ ଘଣ୍ଟା ବନ୍ଦ ରିହିବା ପରେ ପୁନଃ କାର୍ଯ୍ୟକ୍ଷମ ହୋଇଛି। ହ୍ୱାଟସଆପ୍ ବନ୍ଦକୁ ଟ୍ରାକ୍ କରୁଥିବା ଏକ ୱେବସାଇଟ୍ ଡାଉଣ୍ଡେଟେକ୍ଟର ଅନୁଯାୟୀ, ୪୦ ପ୍ରତିଶତ ଉପଭୋକ୍ତା ଆପ୍ ଡାଉନଲୋଡ୍ କରିବାରେ ଅସମର୍ଥ ହୋଇଥିଲେ। ୩୦ ପ୍ରତିଶତଙ୍କୁ ମେସେଜ୍ ପଠାଇବାରେ ଅସୁବିଧା ହୋଇଥିଲା ଏବଂ ୨୨ ପ୍ରତିଶତ ୱେବ୍ ଭର୍ସନରେ ସମସ୍ୟା ହୋଇଥିଲା।

ମଙ୍ଗଳବାର ସକାଳେ ହ୍ୱାଟସଆପ୍ (Whatsapp) ଟ୍ୱିଟରରେ କହିଛି, 'ଯେଉଁମାନେ ଆଜି ହ୍ୱାଟସଆପ୍ ବ୍ୟବହାର କରିପାରୁ ନାହାଁନ୍ତି ସେମାନଙ୍କୁ ଦୁଃଖିତ। ଆମେ ଧୀରେ ଧୀରେ ଏବଂ ସତର୍କତାର ସହିତ ହ୍ୱାଟସଆପର ସେବାଗୁଡିକୁ କାର୍ଯ୍ୟକ୍ଷମ କରୁଛୁ। ଆପଣଙ୍କ ଧର୍ଯ୍ୟ ପାଇଁ ବହୁତ ଧନ୍ୟବାଦ। ଯେତେବେଳେ ଆମର ନିକଟରେ ଅଧିକ ସୂଚନା ଆସିବ, ଆମେ ଆପଣଙ୍କୁ ଅପଡେଟ୍ କରିବା ଜାରି ରଖିବୁ।'

Also Read: ଅଧରାତିରେ ଫଟା ଗଞ୍ଜି ଓ ଗାମୁଛା ପିନ୍ଧି ବାହାରିଲେ ସବ୍ୟସାଚୀ

କମ୍ପାନୀ ସୋମବାର ଏକ ପୋଷ୍ଟରେ କହିଛି, 'ଡାଉନ୍ ଡିଟେକ୍ଟର ୱେବସାଇଟ୍ ରିପୋର୍ଟ କରିଛି ଯେ, ଏହା ସର୍ବ ବୃହତ ବଗ୍ ଅଟେ, ଯାହା ସାରା ବିଶ୍ୱରେ ୧୦.୬ ନିୟୁତ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥାଏ।' ଗତ ଏପ୍ରିଲରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ବିଶ୍ୱର ଅନେକ ସ୍ଥାନରେ କିଛି ଘଣ୍ଟା ପାଇଁ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ରହିଥିଲା। ଏକ ମାସରୁ କମ୍ ସମୟ ମଧ୍ୟରେ ସୋସିଆଲ୍ ନେଟୱାର୍କିଂ ଜଏଣ୍ଟରେ ଆଉଟେଜ୍ ହେଉଛି ଦ୍ୱିତୀୟ ଥର। ଗତ ମାର୍ଚ୍ଚରେ ୪୫ ମିନିଟ ପାଇଁ ଫେସବୁକ ବନ୍ଦ ହୋଇଥିଲା। ତାହା ପୂର୍ବରୁ ୨୦୨୦ ମସିହାରେ ୪ ଥର ଓବଂ ୨୦୧୯ରେ ଆପଲ ସହ ବିବାଦ ପରେ ଫେସବୁକ ଅଚଳ ହୋଇଥିଲା।

ପ୍ରଖ୍ୟାତ ଡେଭଲପର୍ ଜେନ୍ ୱଙ୍ଗ ଏକ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ଯେ, ଏହି ଅଘଟଣ ଫେସବୁକ (Facebook) ର ଆଭ୍ୟନ୍ତରୀଣ ୱେବସାଇଟକୁ ମଧ୍ୟ ପ୍ରଭାବିତ କରିଛି। କୁହାଯାଉଛି ଯେ ଫେସବୁକ୍, ହ୍ୱାଟସଆପ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ ହେବାର କାରଣ ହେଉଛି- ଫେସବୁକର ଡୋମେନ୍ ନେମ୍ ସିଷ୍ଟମ୍ (DNS) ର ବିଫଳତା। ଏହାର ବିଫଳତା ହେତୁ ଫେସବୁକକୁ ଏଣ୍ଟ୍ରୀ କରିବାକୁ ଇଣ୍ଟରନେଟ (Internet) ର 'ରୁଟ୍' ବାଧାପ୍ରାପ୍ତ ହେଲା। DNS ଯେକୌଣସି ୱେବସାଇଟକୁ ଏକ IP ଠିକଣାରେ ଟ୍ରାନ୍ସଲେଟ୍ କରେ ଏବଂ ଉପଭୋକ୍ତା ସେ ଖୋଲିବାକୁ ଚାହୁଁଥିବା ପେଜ୍ ପର୍ଯ୍ୟନ୍ତ ପହଞ୍ଚାଏ।

ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଫେସବୁକର ସମସ୍ତ ବର୍ଡର ଗେଟୱେ ପ୍ରୋଟୋକଲ୍ (BGP) ବନ୍ଦ ହୋଇ DNS ବିଫଳ ହୋଇଛି। DNS, BGP 'ରୁଟ୍' ସାହାଯ୍ୟରେ କାମ କରେ। ତେବେ ବର୍ତ୍ତମାନ ସୁଦ୍ଧା BGP ବନ୍ଦ ହେବାର ପ୍ରକୃତ କାରଣ ଜଣାପଡିନାହିଁ। କିଛି ବିଶେଷଜ୍ଞଙ୍କ ଅନୁସାରେ ଫେସବୁକର DNSକୁ ହ୍ୟାକ୍ କରାଯାଇଥିଲା, ଫଳରେ କମ୍ପାନୀ ତାର ସମସ୍ତ ସୋସିଆଲ ମେସେଜିଂ ସାଇଟକୁ ବନ୍ଦ କରିଥିଲା। ଫେସବୁକ, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ ଅଚଳ ହେବାରୁ ଭାରତର ପ୍ରାୟ ଶହେ କୋଟି ୟୁଜର୍ସ ପ୍ରଭାବିତ ହୋଇଛନ୍ତି। ଭାରତରେ ୫୩ କୋଟି ହ୍ୱାଟସ୍ଅପ, ୨୧ କୋଟି ଇନଷ୍ଟା ଓ ୪୧ କୋଟି ଫେସବୁକ ୟୁଜର୍ସ ଅଛନ୍ତି।

Also Read: ପୁଣି ବଢିଲା ତୈଳ ଦର; ୧୦ ଦିନରେ ଅଢେଇ ଟଙ୍କା ମହଙ୍ଗା ଡିଜେଲ, ଜଣାନ୍ତୁ କେତେ ଅଛି ପେଟ୍ରୋଲ

 

ଫେସବୁକ ବିଶ୍ୱର ଦ୍ୱତୀୟ ବୃହତମ ଡିଜିଟାଲ ଆଡଭର୍ଟାଇଜିଂ କମ୍ପାନୀ। ଯଦି ଏହା ଘଣ୍ଟାକ ପାଇଁ ବନ୍ଦ ହୁଏ ତେବେ କମ୍ପାନୀକୁ ୫ ଲକ୍ଷ ୪୫ ହଜାର ଆମେରିକୀୟ ଡଲାର କ୍ଷତି ସହିବାକୁ ପଡେ। ସୋମବାର ହୋଇଥିବା ଡାଉନଟାଇମ ଯୋଗୁଁ ଫେସବୁକକୁ ଶହ ଶହ କୋଟି ଟଙ୍କା କ୍ଷତି ହୋଇଛି। ଏହି ସମୟରରେ ସେୟାର ମାର୍କେଟରେ କମ୍ପାନୀର ଭ୍ୟାଲୁ ୪.୯ ପ୍ରତିଶତ ହ୍ରାସ ହୋଇଥିଲା। ଯାହା ଗତ ବର୍ଷ ନଭେମ୍ବର ପରଠାରୁ ଟେକ୍ନୋଲୋଜି ଷ୍ଟକରେ ସର୍ବାଧିକ।

ସେପଟେ ଆମେରିକା ସରକାରଙ୍କ ସ୍କାନରରେ ଫେସବୁକ ଅଛି। କମ୍ପାନୀ ଜାଣିଶୁଣି ଆପତ୍ତିଜନକ ପୋଷ୍ଟ ହଟାଉନଥିବା ଆମେରିକା ସରକାର ଅଭିଯୋଗ କରିଛନ୍ତି। ଏପରି କି କମ୍ପାନୀର ବହୁତ ଗୁଡିଏ ପ୍ରଜେକ୍ଟ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି। ଇନଷ୍ଟାଗ୍ରାମ ଯୋଗୁଁ ଆମେରିକାର କିଶୋର କିଶୋରୀ ପ୍ରଥଭ୍ରଷ୍ଟ ହେଉଥିବା ଏବଂ ଲୋକଙ୍କ ସୁରକ୍ଷାକୁ ନେଇ କମ୍ପାନୀ ଖେଳୁଥିବା ମଧ୍ୟ ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ ଯେ, ଏହି ପ୍ରସଙ୍ଗରେ ଫେସବୁକର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ ଫ୍ରାନ୍ସେସ ହଗେନ୍ସ ମଙ୍ଗଳବାର ସିନେଟ ସବ-କମିଟି ଆଗରେ ହାଜର ହେବ। ଅନ୍ୟପଟେ ଫେସବୁକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେରିକା କଂଗ୍ରେସ ଦାବି କରିଛି।