କୃଷକ ଆନ୍ଦୋଳନ: ଆସନ୍ତା ୨୬ରେ ଟ୍ରାକ୍ଟର ରାଲି, ଓହରିବାକୁ ନାରାଜ କୃଷକ
Advertisement
Article Detail0/zeeodisha/odisha830084

କୃଷକ ଆନ୍ଦୋଳନ: ଆସନ୍ତା ୨୬ରେ ଟ୍ରାକ୍ଟର ରାଲି, ଓହରିବାକୁ ନାରାଜ କୃଷକ

ଏକ ଟ୍ୱିଟ୍‌ରେ ଶିରୋମଣି ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ (Prakash Singh Badal) ଏହାକୁ ଚାଷୀଙ୍କୁ ଭୟଭୀତ କରିବାର ପ୍ରୟାସ ବୋଲି କହିଛନ୍ତି।

କୃଷକ ଆନ୍ଦୋଳନ: ଆସନ୍ତା ୨୬ରେ ଟ୍ରାକ୍ଟର ରାଲି, ଓହରିବାକୁ ନାରାଜ କୃଷକ

ନୂଆଦିଲ୍ଲୀ: ଦିଲ୍ଲୀର ବିଭିନ୍ନ ସୀମାରେ ବିଗତ ୫୪ ଦିନ ଧରି କୃଷକମାନେ ଆନ୍ଦୋଳନ (Farmer Protest) ଜାରି ରଖିଛନ୍ତି । ଫଳରେ ଯାତାୟତରେ ଅନେକ ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳୁଛି । ସେପଟେ ଆସନ୍ତା ୨୬ ତାରିଖ ଦିନ ଆନ୍ଦୋଳନରତ କୃଷକମାନେ (Farmer) ବିଶାଳ ଟ୍ରାକ୍ଚର ରାଲି (Tractor Rally) କରିବାକୁ ଅଡ଼ି ବସିଛନ୍ତି । ଏହି ସମୟରେ କୃଷକଙ୍କ ପ୍ରସ୍ତାବିତ ଚାଷ ରାଲି ବିରୋଧରେ ସୁପ୍ରିମକୋର୍ଟ  (Supreme Court) ସୋମବାର ଏକ ଆବେଦନ ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନ ବିଚାରପତି (CJI) ଶରଦ ଅରବିନ୍ଦ ବୋବଡେଙ୍କ (Sharad Aravind Bobde) ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ ବୋଲି ସୂଚନା ରହିଛି । 

ଅଧିକ ପଢନ୍ତୁ: ମଦ ବେପାର ପାଲଟିଲା କାଳ, ଝିଅକୁ ହତ୍ୟା ପାଇଁ ମା'ର ସୁପାରୀ

ଏହି ଟ୍ରାକ୍ଟର ରାଲିକୁ (Tractor Rally) ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ୪୦ ଜଣ କୃଷକ ନେତାଙ୍କୁ ସମନ ଜାରି କରିଛି । ସମନ ହୋଇଥିବା କୃଷକ ନେତାଙ୍କ ମଧ୍ୟରେ ବଲ୍ଲଭ ସିଂହ ଶିର୍ଷାଙ୍କୁ (Ballav Singh Sirsa) ମଧ୍ୟ ସମନ ଜାରି କରାଯାଇଛି। ଏହି ଆନ୍ଦୋଳନରେ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜଣେ କୃଷକ ନେତା ଅଭିଯୋଗ କରିଛନ୍ତି। ଏନଆଇଏ ଯେଉଁ ପଦକ୍ଷେପ ନେଉଛି ତାହାକୁ ଆମେ ନିନ୍ଦା କରୁଛୁ, କେବଳ କୋର୍ଟରେ ନୁହେଁ, ଆଇନଗତ ଭାବେ ଏହି ଲଢେଇ ଜାରି ରହିବ ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ

ଏକ ଟ୍ୱିଟ୍‌ରେ ଶିରୋମଣି ଅକାଳୀ ଦଳର ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ (Prakash Singh Badal) ଏହାକୁ ଚାଷୀଙ୍କୁ ଭୟଭୀତ କରିବାର ପ୍ରୟାସ ବୋଲି କହିଛନ୍ତି। କୃଷକ ନେତା ତଥା କିଶାନ ଆନ୍ଦୋଳନଙ୍କ ସମର୍ଥକଙ୍କୁ NIA ଏବଂ ED ଦ୍ୱାରା ପଚରାଉଚରା ପାଇଁ ଡକାଇ ଡରାଇବା ପାଇଁ କେନ୍ଦ୍ରର ପ୍ରୟାସକୁ ଦୃଢ ନିନ୍ଦା କରାଯାଇଛି। ସେମାନେ ନାଗରିକ ବିରୋଧୀ ନୁହଁନ୍ତି ଏବଂ ନବମ ଥର ପାଇଁ ଆଲୋଚନା ବିଫଳ ହେବା ପରେ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଭାରତ ସରକାର କେବଳ ଚାଷୀଙ୍କୁ ଧୋକା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । 

ଅଧିକ ପଢନ୍ତୁ: ହ୍ୱାଟସ ଆପ୍ ର ୟୁ ଟର୍ଣ୍ଣ, Users ଙ୍କ ଭରସା ଜିତିବ କିଏ ?

ସେପଟେ ଆନ୍ଦୋଳନ ରାଜନୈତିକ ପ୍ରସଂଗ ପାଲଟିସାରିଲାଣି। ଆନ୍ଦୋଳନକୁ ନେଇ ଉତ୍ତର ପ୍ରଦେଶର ବଲିୟା ସାଂସଦ ତଥା ବିଜେପି କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିରେନ୍ଦ୍ର ସିଂ ମସ୍ତ ଏହି ଆନ୍ଦୋଳନକୁ ରାଷ୍ଟ୍ରବିରୋଧୀ ଶକ୍ତିର ସମର୍ଥନ ରହିଥିବା ନେଇ ଅଭିଯୋଗ କରିଥିଲେ। ରାଷ୍ଟ୍ର ବିରୋଧୀ ଶକ୍ତି କେନ୍ଦ୍ର ସରକାରଙ୍କ କୃଷି କାନୁନକୁ ବିରୋଧ କରୁଥିବା ବେଳେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି । ଏହି ଆନ୍ଦୋଳନ ସମଗ୍ର କୃଷକ ଜାତିକୁ ଅପମାନ କରୁଛି ବୋଲି ସେ କହିଥିଲେ ।