ହ୍ୱାଟସ ଆପ୍ ର ୟୁ ଟର୍ଣ୍ଣ, Users ଙ୍କ ଭରସା ଜିତିବ କିଏ ?
Advertisement
Article Detail0/zeeodisha/odisha829856

ହ୍ୱାଟସ ଆପ୍ ର ୟୁ ଟର୍ଣ୍ଣ, Users ଙ୍କ ଭରସା ଜିତିବ କିଏ ?

ଚାହୁଁ ଚାହୁଁ ରାତାରାତି ସୋସିଆଲ ମିଡିଆ ପପୁଲାର ଲିଷ୍ଟରେ ସାମିଲ ହୋଇଥିଲେ ଟେଲିଗ୍ରାମ ଓ ସିଗନାଲ ।  ଅସ୍ଥାୟୀ ରୋକ୍ କେତେଦିନ ଯାଏଁ ନିଜ ୟୁଜର୍ସଙ୍କୁ ଅଟକାଇ ରଖିପାରିବ ହ୍ୱାଟସ ଆପ୍ । 

ହ୍ୱାଟସ ଆପ୍ ର ୟୁ ଟର୍ଣ୍ଣ, Users ଙ୍କ ଭରସା ଜିତିବ କିଏ ?

ନୂଆଦିଲ୍ଲୀ: ଗୋଟିଏ କ୍ଲିକରେ ମିଟିଂ, ସେଟିଂ, ମେସେଜ, ଷ୍ଚାଟସ ଆଉ ଭିଡିଓ ପୋଷ୍ଟ । ଲୋକପ୍ରିୟତା ହାସଲ କରିଥିବା ମେସେଜିଂ ଆପ ହ୍ୱାଟସ ଆପର ଏବେ ୟୁ ଟର୍ଣ୍ଣ । ଲୋକଙ୍କ ନିଜସ୍ୱ ସୂଚନା ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ, ଟ୍ରାଞ୍ଜାକ୍ସନ, ଲୋକେସନ ଡିଟେକ୍ଟ ର ଡାଟା ନେବା ପାଇଁ ପଠାଯାଇଥିବା ନୋଟିଫିକେସନକୁ ନେଇ ହ୍ୱାଟସଆପ୍ ର ୟୁଜର୍ସ ଅସନ୍ତୋଷ ପ୍ରକାଶ କରିଥିଲେ। ଯାହାଫଳରେ ହ୍ୱାଟସଆପ ଏବେ ନିଜର ମନ ପରିବର୍ତ୍ତନ କରି ଏକ ଷ୍ଟାଟସ ଛାଡ଼ିଛି ଯାହାଫଳରେ ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ରୋକ ଲାଗିଛି । 

ହେଲେ ଏବେ ପ୍ରଶ୍ନ ଉଠୁଛି ଏହି ଅସ୍ଥାୟୀ ରୋକ୍ କେତେଦିନ ଯାଏଁ ନିଜ ୟୁଜର୍ସ(Users) ଙ୍କୁ ଅଟକାଇ ରଖିପାରିବ ହ୍ୱାଟସ ଆପ୍ (WhtsApp) । କାରଣ ଜାନୁଆରୀ ୫ରେ ହ୍ୱାଟସଆପ୍ ବିଶ୍ୱର ସମସ୍ତ ୟୁଜର୍ସଙ୍କୁ ନୂତନ ଗୋପନୀୟତା ନୀତିର ନୋଟିଫିକେସନ (Privacy Policy Notification) ପଠାଇଥିଲା । ଏହାପରେ ଧିରେ ଧିରେ ଏହି ଆପକୁ ନେଇ ବିରୋଧାଭାଷ ଦେଖିବାକୁ ମିଳିଥିଲା । ଯାହାଫଳରେ ୟୁଜର୍ସ ମାନେ ନିଜର ଗୋପନୀୟତାର ନିୟନ୍ତ୍ରଣ ନିଜ ହାତରେ ରଖିବାକୁ ଯାଇ ଅନ୍ୟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ (Telegram) ଓ ସିଗନାଲ (Signal) ପରି ଆପ୍ ସହ ଯୋଡ଼ିହେଲେ । 

Also Read; ବିରାଟ କୋହଲିଙ୍କୁ ଆଉ ଏକ ସଫଳତା; ଇନଷ୍ଟାଗ୍ରାମରେ ଫ୍ୟାନ ଫଲୋଅର୍ସ ୯୦ ମିଲିୟନରୁ ଅଧିକ

ଚାହୁଁ ଚାହୁଁ ରାତାରାତି ସୋସିଆଲ ମିଡିଆ (Social Media) ପପୁଲାର ଲିଷ୍ଟ (Popular List) ରେ ସାମିଲ ହୋଇଥିଲେ ଟେଲିଗ୍ରାମ ଓ ସିଗନାଲ । କେବଳ ସାଧାରଣ ୟୁଜର୍ସ ନୁହଁନ୍ତି ଟେସଲା, ମହେନ୍ଦ୍ରା (Mahindra) , ଟାଟା (Tata) , ପେଟିଏମ୍ (Paytm), ଫୋନପେ (Phonepe) ଭଳି ପ୍ରତିଷ୍ଠିତ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ WhatsApp ବଦଳରେ Telegram ଓ Signal ବ୍ୟବହାର କରିବା ଆରମ୍ଭ କରିଦେଲେଣି। 

ତେବେ ଏଥିରୁ ଧିରେ ଧିରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି ଯେ, ଯଦି ହ୍ୱାଟସ ଆପ (WhtsApp) ନିଜର ନିଷ୍ପତ୍ତି ପରିବର୍ତ୍ତନ ନକରେ ତେବେ ଏହି ପପୁଲାର ମେସେଜିଂ ଆପ୍ (Popular Messaging App) ଏକ ବିରାଟ କ୍ଷତି ସହିବ କାରଣ ଆମ ଦେଶ ଭାରତ (India) ରେ ଏହାର କୋଟି କୋଟି ୟୁଜର୍ସ ରହିଛନ୍ତି । ହେଲେ ଏବେ ସାଧାରଣରେ ପ୍ରଶ୍ନ ଉଠିଲାଣି ହ୍ୱାଟସ ଆପ ଯଦି ମେ ୧୫ ପରେ ପୂର୍ବ ପରି ସମସ୍ତ ପ୍ରାଇଭେସି ନିଜ ୟୁଜର୍ସଙ୍କ ହାତରେ ରଖେ ତେବେ ନୂଆ ନୂଆ ଟ୍ରେଣ୍ଡିଂରେ ଥିବା ମେସେଜିଂ ଆପ୍ ଟେଲିଗ୍ରାମ ଓ ସିଗନାଲ ଭଳି ଆପଙ୍କ ଭାଗ୍ୟ କଣ ହେବ । କାରଣ ଦୀର୍ଘବର୍ଷ ଧରି ୟୁଜର୍ସଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ କରିସାରିଛି ହ୍ୱାଟସ ଆପ୍ । 

Also Read; ଆଉ ଏକ ଖୁସି ଖବର ଦେଲା ରେଲୱେ!

ସେପଟେ ଯଦି ହ୍ୱାଟସ ନିଜର ପ୍ରଥମ ନିଷ୍ପତ୍ତିରେ ଅଟଳ ରୁହେ ତେବେ କୋଟି କୋଟି ୟୁଜର୍ସ ନିଜ ବାଟ ନିଜେ ବାଛିଦେବେ । ତେବେ ଦେଖିବାକୁ ରହିଲା ସୋସିଆଲ ମିଡିଆ ବ୍ୟବହାର କରୁଥିବା ପ୍ରତିଟି ମଣିଷ ଏବେ କାହାକୁ ଭରସା କରିବେ ?