ମଦ ବେପାର ପାଲଟିଲା କାଳ, ଝିଅକୁ ହତ୍ୟା ପାଇଁ ମା'ର ସୁପାରୀ
Advertisement

ମଦ ବେପାର ପାଲଟିଲା କାଳ, ଝିଅକୁ ହତ୍ୟା ପାଇଁ ମା'ର ସୁପାରୀ

ଝିଅକୁ ମାରିବା ପାଇଁ ମା'ର ସୁପାରୀ। ୩୬ ବର୍ଷର ବିବାହିତ ଝିଅକୁ ମାରିବା ପାଇଁ ୫୮ ବର୍ଷୀୟ ମା' ଦେଇଥିଲା ସୁପାରୀ । 

ମଦ ବେପାର ପାଲଟିଲା କାଳ, ଝିଅକୁ ହତ୍ୟା ପାଇଁ ମା'ର ସୁପାରୀ

ବାଲେଶ୍ୱର: ବାଲେଶ୍ୱରର ଚର୍ଚ୍ଚିତ ଶିବାନୀ ହତ୍ୟାକାଣ୍ଡର (Balasore Shibani Murder Case) ଗୁମର ଖୋଲିଛି ପୋଲିସ। ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ପଛର ରହସ୍ୟ ଉପରୁ ମଧ୍ୟ ପରଦା ହଟାଇଛି । ଏହି ହତ୍ୟାକାଣ୍ଡରେ ନିଜ ବିବାହିତ ଝିଅକୁ ମାରିବା ପାଇଁ ମା' ସୁପାରୀ ଦେଇଥିବା ନେଇ ପୋଲିସ ପ୍ରକାଶ କରିଛି । 

ଅଧିକ ପଢନ୍ତୁ: ଭାଙ୍ଗିଯିବ କି ଶିବରାଜ ସରକାର?

ଝିଅକୁ ମାରିବା ପାଇଁ ମା'ର ସୁପାରୀ। ୩୬ ବର୍ଷର ବିବାହିତ ଝିଅକୁ ମାରିବା ପାଇଁ ୫୮ ବର୍ଷୀୟ ମା' ଦେଇଥିଲା ସୁପାରୀ । ବାଲେଶ୍ବର ସଦର ଥାନା ଅନ୍ତର୍ଗତ ନଗ୍ରମ ଅଞ୍ଚଳରେ ମହିଳାଙ୍କୁ ହତ୍ୟା ଘଟଣାରେ ସଦର ଥାନା ପୋଲିସ ଦ୍ୱାରା ଦୁଇ ଜଣ ଗିରଫ ହୋଇଛନ୍ତି । ଆଉ ଗିରଫ ପରେ ଖୋଲିଛି ଘଟଣାର ସାଙ୍ଘାତିକ କାରଣ ।

ମଦ ବ୍ୟାପାରକୁ ନେଇ ସୁପାରୀ ଦିଆଯାଇ ମହିଳା ଶିବାନୀ ନାୟକଙ୍କୁ ହତ୍ୟା କରାଯାଇଥିବା ପୋଲିସ ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ତେବେ ଘଟଣା ଅନୁସାରେ ସଦର ଥାନା ରାଇସୁଆଁ ଅଞ୍ଚଳର ଶିବାନୀ ନାୟକ ବିବାହ ପରେ ବାପ ଘରେ ରହୁଥିଲେ। ସେହିପରି ଶିବାନୀଙ୍କର ଦୁଇ ପୁଅ ଓ ଝିଅ ମଧ୍ୟ ରହିଛନ୍ତି । ତେବେ ଶିବାନୀ ଦୀର୍ଘଦିନ ଧରି ମଦ ବ୍ୟବସାୟରେ ରହିଥିବା ବେଳେ ତାଙ୍କର ମା' ବାରମ୍ବାର ମନା କରିବା ପରେ ମଧ୍ୟ ମାନି ନଥିଲେ। 

ଅଧିକ ପଢନ୍ତୁ: ସୁରଙ୍କ ତୁଣ୍ଡର ଟାଣୁଆ ବାଣୀ: ପାଣ୍ଡିଆନ ତମେ କି ଭାଗ୍ୟ ପାଇଛ ହୋ....

ଫଳରେ ନାତି ନାତୁଣୀଙ୍କ ଉପରେ କୁପ୍ରଭାଵ ପଡ଼ିବା ସନ୍ଦେହରେ ୫୦ ହଜାର ଟଙ୍କା ସୁପାରୀ ଦେଇଥିଲେ ମା ସୁକାନ୍ତି ଗିରି । ତେବେ ଗିରଫ ଦୁଇ ଜଣ ହେଲେ ପ୍ରମୋଦ ଜେନା ଓ ସୁକାନ୍ତି ଗିରି। ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ଏହି ହତ୍ୟା ଘଟଣାରେ ୫୦ହଜାର ଟଙ୍କା ଡିଲ ହୋଇଥିବା ବେଳେ ୮ହଜାର ଟଙ୍କା ଦିଆଯାଇଥିଲା ।