ଦିଲ୍ଲୀର ଦିଲ୍ ଜିତିବେ କୃଷକ! ଟ୍ରାକ୍ଟର ରାଲିକୁ ଅନୁମତି, ପେଟ୍ରୋଲ ପମ୍ପରେ ପେଞ୍ଚ
Advertisement

ଦିଲ୍ଲୀର ଦିଲ୍ ଜିତିବେ କୃଷକ! ଟ୍ରାକ୍ଟର ରାଲିକୁ ଅନୁମତି, ପେଟ୍ରୋଲ ପମ୍ପରେ ପେଞ୍ଚ

ସିଙ୍ଘୁ, ଗାଜିପୁର ଓ ଟିକିରି ବର୍ଡରୁ ଟ୍ରାକ୍ଟର ରାଲି (Tractor Rally) ବାହାରିବ। ରାସ୍ତାରେ କେବଳ ଟ୍ରାକର ଗଡିବ, ଟ୍ରଲିକୁ ନ ଯୋଡିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି। 

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶେଷରେ ଟ୍ରାକ୍ଟର ରାଲିକୁ ଅନୁମତି ଦେଲା ଦିଲ୍ଲୀ ପୋଲିସ। କେତେକ ସର୍ତ୍ତ ରଖି ପୋଲିସ କୃଷକଙ୍କୁ ଜାନୁଆରୀ ୨୬ ତାରିଖ ଅର୍ଥାତ ଗଣତନ୍ତ୍ର ଦିବସରେ ରାଲି କରିକୁ ଅନୁମତି ଦେଇଛି। ଜାତୀୟ ରାଜଧାନୀର ୩ଟି ରୁଟରେ ରାଲି ହେବ। ସେପଟେ ପୋଲିସର ଅନୁମତି ପରଠାରୁ ପେଟ୍ରୋଲ ପମ୍ପରେ ଟ୍ରାକ୍ଟରର ଲମ୍ବା ଲାଇନ ଲାଗିଛି।

ଦୀର୍ଘ ୪ ଦିନର ବିଚାର ବିମର୍ଶ ପରେ ରବିବାର ଦିଲ୍ଲୀ ପୋଲିସ (Delhi Police) , କୃଷକଙ୍କ ପ୍ରସ୍ତାବିତ ଟ୍ରାକ୍ଟର ରାଲିକୁ ଅନୁମତି ଦେଇଛନ୍ତି। କିନ୍ତୁ ଏଥିପାଇଁ କିଛି ସର୍ତ୍ତ ରଖାଯାଇଛି। ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଧାରଣାରେ ବସିଛନ୍ତି। କିନ୍ତୁ ସିଙ୍ଘୁ, ଗାଜିପୁର ଓ ଟିକିରି ବର୍ଡରୁ ଟ୍ରାକ୍ଟର ରାଲି (Tractor Rally) ବାହାରିବ। ରାସ୍ତାରେ କେବଳ ଟ୍ରାକର ଗଡିବ, ଟ୍ରଲିକୁ ନ ଯୋଡିବାକୁ କୃଷକଙ୍କୁ ପରାମର୍ଶ ଦିଆଯାଇଛି। 

Also Read: ମୁମ୍ବାଇରେ ଦିଲ୍ଲୀ ସ୍ଥିତି, Power ଦେଖାଇବେ ସରଦ ପାୱାର

କୃଷକମାନେ (Farmer) ଏକ ନିର୍ଦ୍ଧିଷ୍ଟ ସୀମା ଯାଏଁ  ଦିଲ୍ଲୀ ଭିତରେ ପସି ପୁଣି ଫେରି ଯିବେ। ରାଜପଥର ପରେଡ (Rajpath Parade) ପରେ କୃଷକଙ୍କ ଟ୍ରାକ୍ଟର ପରେଡ ହେବ। ଏହି ରାଲି ବେଳେ ଆଇନ ଶୃଙ୍ଖଳାରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ ସେଥିପ୍ରତି ଉଭୟ ପୋଲିସ ଓ ଆନ୍ଦୋଳନକାରୀ କୃଷକ ନେତାମାନେ (Farmer Leader)  ଧ୍ୟାନ ଦେବେ। ପୋଲିସ ରାଲି ପାଇଁ ରୁଟ ମ୍ୟାପ ପ୍ରସ୍ତୁତ କରିଥିବା ବେଳେ କୃଷକ ନେତା ତାର ସମୀକ୍ଷା କରିବେ ବୋଲି କହିଛନ୍ତି।

BKU ପ୍ରବକ୍ତ ରାକେଶ ଟିକେଏତ (Rakesh Tikait) କହିଛନ୍ତି ଯେ, ଟ୍ରାକ୍ଟର ରାଲି ପାଇଁ ଅନୁମତି ମିଳିଛି। ପୋଲିସକୁ କୃଷକମାନେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଏବେ ସରକାରଙ୍କ ସହ କୌଣସି ଆଲୋଚନାରେ ଆବଶ୍ୟକତା ନାହିଁ। ଗଣତନ୍ତ୍ର ଦିବସ (Republic Day) ର ରାଲିରେ ପ୍ରାୟ ୩ ଲକ୍ଷ ଟ୍ରାକ୍ଟର ସାମିଲ ହେବେ। କିନ୍ତୁ ପ୍ରେଟ୍ରୋଲ ପମ୍ପ (Petrol Pump) ଗୁ଼ଡିକରେ ଟ୍ରାକ୍ଟରକୁ ତେଲ ଦିଆଯାଉ ନାହିଁ। ଡବାରେ ତେଲ ଦେବାକୁ ପମ୍ପରେ ମନା କରାଯାଉଛି।

Also Read: କୃଷକ ଆନ୍ଦୋଳନ: କମିଟିରୁ ଭୁପିନ୍ଦର ସିଂହ ଓହରିଲା ପରେ ଏପରି କହିଲେ ସୁପ୍ରିମକୋର୍ଟ

ସେପଟେ ସ୍ୱରାଜ ଅଭିଯାନର ମୁଖ୍ୟ ଯୋଗେନ୍ଦ୍ର ଯାଦବ (Yogendra Yadav) ଙ୍କ କହିବା ଅନୁସାରେ ଦିଲ୍ଲୀ ନୁହେଁ ଦିଲ୍ ଜିତିବାକୁ କୃଷକମାନେ ଯିବେ। ମୋଟ ୫ଟି ରୁଟରେ ଟ୍ରାକ୍ଟର ରାଲି ବାହାରିବ। ଏଥିରେ ଏତେ ସଂଖ୍ୟକ ଟ୍ରାକ୍ଟର ସାମିଲ ହେବ ଯେ, ତାକୁ ଗୋଟିଏ ଲାଇନରେ ରଖିଲେ ତାହା ଦିଲ୍ଲୀରୁ ମୁମ୍ୱାଇ ପହଞ୍ଚିଯିବ। ସେପଟେ ଟ୍ରାକ୍ଟର ରାଲିରେ ସାମିଲ ହେବାକୁ ପଞ୍ଜାବର ସମସ୍ତ ଆମ ଆଦମୀ ପାର୍ଟି ବିଧାୟକ ଆସୁଥିବା ସୂଚନା ମିଳିଛି।