Finance Ministry: ଅର୍ଥମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ, ଏବେ ଗ୍ରାହକ ସହଜରେ ପାଇବେ ଏହି ସୁବିଧା
Advertisement

Finance Ministry: ଅର୍ଥମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ, ଏବେ ଗ୍ରାହକ ସହଜରେ ପାଇବେ ଏହି ସୁବିଧା

Finance Minister Nirmala Sitharaman: ମନ୍ତ୍ରଣାଳୟ ଦ୍ୱାରା ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତ୍ୟେକ ଗାଁର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧରେ ଅତି କମରେ ଗୋଟିଏ ବ୍ୟାଙ୍କ ରହିବା ଆବଶ୍ୟକ। ଏହାର ଉଦ୍ଦେଶ୍ୟ ହେଉଛି ଚାଷୀ ମାନଙ୍କୁ ସହଜରେ ଋଣ ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ସ୍ଥିତିକୁ ମଜଭୁତ କରିବା । 

Finance Ministry: ଅର୍ଥମନ୍ତ୍ରୀ ବ୍ୟାଙ୍କ ମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ, ଏବେ ଗ୍ରାହକ ସହଜରେ ପାଇବେ ଏହି ସୁବିଧା

Finance Ministry: ଆଉ କିଛିମାସ ପରେ ଆସିବ ୨୦୨୩-୨୪ ବର୍ଷର ବଜେଟ୍ । ଦେଶର ବଜେଟକୁ ନେଇ ସବୁ କିଛି ପ୍ରସ୍ତୁତି ସରିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ  ଚାଷୀଙ୍କ ଆମଦାନୀରେ ବୃଦ୍ଧି ନେଇ ଲଗାତାର ପ୍ରୟାସ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦେଶର ପଛୁଆ ଜିଲ୍ଲାମାନଙ୍କରେ ଋଣ ବଣ୍ଟନ ବୃଦ୍ଧି କରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଥିଲେ ଯେ ପ୍ରତ୍ୟେକ ଗାଁର ପାଞ୍ଚ କିଲୋମିଟର ବ୍ୟାସାର୍ଦ୍ଧରେ ଅତି କମରେ ଗୋଟିଏ ବ୍ୟାଙ୍କ ରହିବା ଆବଶ୍ୟକ। ଏହାର ଉଦ୍ଦେଶ୍ୟ ହେଉଛି ଚାଷୀ ମାନଙ୍କୁ ସହଜରେ ଋଣ ଯୋଗାଇବା ଏବଂ ସେମାନଙ୍କର ଆର୍ଥିକ ସ୍ଥିତିକୁ ମଜଭୁତ କରିବା । ଏହାପୂର୍ବରୁ ଦେଶର ପ୍ରତ୍ୟେକ ଚାଷୀଙ୍କୁ କ୍ରେଡିଟ କାର୍ଡ ପ୍ରଦାନ କରିବାକୁ ସରକାର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। 

ଟାର୍ଗେଟେଡ୍ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ (TFIIP) ଅଧୀନରେ ଥିବା ୧୧୨ ପଛୁଆ ଜିଲ୍ଲାର ଅଗ୍ରଗତି, ବ୍ୟାଙ୍କ ସଚିବ ବିବେକ ଯୋଶୀଙ୍କ ଅଧ୍ୟକ୍ଷତାରେ ଲିଡ୍ ଜିଲ୍ଲା ପରିଚାଳକ (LDMs) ଏବଂ ଆସ୍ପିରେସନ୍ ଜିଲ୍ଲାର ରାଜ୍ୟ ସ୍ତରୀୟ ବ୍ୟାଙ୍କ କମିଟି (SLBC) କନଭେନର୍ସଙ୍କ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ଆର୍ଥିକ ଅନ୍ତର୍ଭୁକ୍ତୀକରଣ (Financial Inclusion Schemes) ଯୋଜନାର କାର୍ଯ୍ୟଦକ୍ଷତାକୁ ଆହୁରି ଉନ୍ନତ କରିବା ପାଇଁ ପଞ୍ଚାୟତ ରାଜ ଅନୁଷ୍ଠାନ ସହାୟତାରେ ଗ୍ରାମଗୁଡିକରେ ଆର୍ଥିକ ଶିକ୍ଷା ଶିବିର ଆୟୋଜନ କରିବାକୁ ବ୍ୟାଙ୍କଗୁଡ଼ିକୁ ମଧ୍ୟ ଅନୁରୋଧ କରାଯାଇଥିଲା।

ପୁରସ୍କାର ଓ ପ୍ରୋତ୍ସାହନ ଦିଆଯିବ
ଏହା ସହିତ ଉନ୍ନତ ପ୍ରଦର୍ଶନକାରୀ ଜିଲ୍ଲା ଏବଂ SLBC ଗୁଡ଼ିକୁ ପୁରସ୍କାର ଏବଂ ପ୍ରୋତ୍ସାହନ ମଧ୍ୟ ଦିଆଯିବ । ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଡ୍ରାଇଭକୁ ପ୍ରୋତ୍ସାହିତ କରିବାରେ SLBC ଏବଂ LDM ର ପ୍ରୟାସକୁ ଯୋଶୀ ପ୍ରଶଂସା କରିଥିଲେ । ଲକ୍ଷ୍ୟ ହାସଲ କରିବାକୁ ଆସନ୍ତା ୬ମାସ ମଧ୍ୟରେ ନୂତନ ଶକ୍ତି ଏବଂ ଉତ୍ସାହ ସହିତ କାର୍ଯ୍ୟ କରିବାକୁ ସେମାନଙ୍କ ସଂଯୋଜକମାନଙ୍କୁ ଅନୁରୋଧ କରିଥିଲେ।

ସମୀକ୍ଷା ବୈଠକରେ ନିତୀ ଆୟୋଗ, ପଞ୍ଚାୟତି ରାଜ ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ୍) ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଜାନୁଆରୀ ୨୦୧୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆସ୍ପିରେସନ୍ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଦେଶର ୧୧୨ ପଛୁଆ ଜିଲ୍ଲାରେ ଶୀଘ୍ର ଏବଂ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବାକୁ ଲକ୍ଷ୍ୟ ରଖିଛି।

Also Read: Indian Railway: ଆସନ୍ତା ୨୦୨୫ ପର୍ଯ୍ୟନ୍ତ ପ୍ରସ୍ତୁତ ହେବ ୨୭୮ ବନ୍ଦେ ଭାରତ ଟ୍ରେନ, ଉପଲବ୍ଧ ହେବ ଅତ୍ୟାଧୁନିକ ସୁବିଧା

Also Read: New Parliament Building: ଏଥର ନୂତନ ସଂସଦରେ ପାରିତ ହେବ ବଜେଟ୍, ଜାଣନ୍ତୁ କ'ଣ ରହିଛି ଖାସ୍

Also Read:  Republic Day 2023: ଏଥର ପରେଡ ଦେଖିବାକୁ ଏକ ଲକ୍ଷ ନୁହେଁ ମାତ୍ର ୪୫ ହଜାର ଲୋକଙ୍କୁ ଅନୁମତି, ଜାଣନ୍ତୁ କାହିଁକି ବଦଳିଲା ନିୟମ