Flight Service: ଦିଲ୍ଲୀରୁ ସାନ୍‍ଫ୍ରାନ୍ସିସ୍କୋ ଯାଉଥିବା ବିମାନରେ ତ୍ରୁଟି, ସବୁ ଯାତ୍ରୀ ସୁରକ୍ଷିତ କହିଲା ଏୟାର ଇଣ୍ଡିଆ
Advertisement
Article Detail0/zeeodisha/odisha2342758

Flight Service: ଦିଲ୍ଲୀରୁ ସାନ୍‍ଫ୍ରାନ୍ସିସ୍କୋ ଯାଉଥିବା ବିମାନରେ ତ୍ରୁଟି, ସବୁ ଯାତ୍ରୀ ସୁରକ୍ଷିତ କହିଲା ଏୟାର ଇଣ୍ଡିଆ

Flight Service: ଦିଲ୍ଲୀରୁ ସାନ୍‍ ଫ୍ରାନ୍ସିସ୍କୋ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ବୋଇଂ ୭୭୭ ବିମାନ ଋଷରେ ଜରୁରୀ ଅବତରଣ କରିଛି। ବିମାନର କାର୍ଗୋ ଅଞ୍ଚଳରେ କିଛି ଯାତ୍ରିକ ତ୍ରୁଟି ଯୋଗୁ ପାଇଲଟ ବିମାନକୁ ଜରୁରୀ ଅବତରଣ କରିବାକୁ ଚାହିଁଥିଲେ। ଏଣୁ ନିକଟସ୍ଥ କ୍ରାସ୍ନୋୟାର୍ସ୍କ ଆନ୍ତର୍ଜାତିକ ବିମାନ ବନ୍ଦରକୁ ବାଛିଥିଲେ ପାଇଲଟ। ତେବେ ବିମାନଟି ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିବା ସହ ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି ବୋଲି କହିଛି ଏୟାର ଇଣ୍ଡିଆ। 

ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ, ଏହି ବିମାନରେ ସମୁଦାୟ ୨୨୫ ଜଣ ଯାତ୍ରୀ ଏବଂ ୧୯ ଜଣ କ୍ରିୟୁ ସଦସ୍ୟ ଥିଲେ। ସେମାନଙ୍କୁ ଟର୍ମିନାଲ୍‍ କୋଠାକୁ ନିଆଯାଇ ଆବଶ୍ୟକତା ଅନୁସାରେ ପଦକ୍ଷେପ ନିଆଯାଉଛି।  ଯେହେତୁ କ୍ରାସ୍ନୋୟାର୍ସ୍କ ବିମାନ ବନ୍ଦରରେ ଏୟାର ଇଣ୍ଡିଆାର କୌଣସି ସଦସ୍ୟ ନାହାନ୍ତି ଏଣୁ ତୃତୀୟ ପକ୍ଷ ସେବା ପ୍ରଦାରନକାରୀଙ୍କ ସହାୟତାରେ ଯାତ୍ରୀଙ୍କୁ ପରିଚାଳନା କରାଯାଉଥିବା ଏୟାର ଇଣ୍ଡିଆ କହିଛି।  ଏହାସହ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଉଭୟ ଋଷ ଏବଂ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ପଦକ୍ଷେପ ନେଉଥିବା କହିଛି। ଗତ ରାତିରେ ଏହି ବିମାନ ଦିଲ୍ଲୀ ଛାଡ଼ିଥିଲା। କିନ୍ତୁ ମଧ୍ୟରାତ୍ରୀ ବେଳକୁ ବିମାନରେ ତ୍ରୁଟି ଥିବା  ଅନୁମାନ କରାଯାଇଥିଲା। ଏହା ଏକ କ୍ଷତିକାରକ ତ୍ରୁଟିରେ ପରିଣତ ହେବ ବୋଲି ଆଶଙ୍କା କରି ପାଇଲଟ ତୁରନ୍ତ ନିକଟସ୍ଥ ବିମାନ ବନ୍ଦରକୁ ମୁହାଁଇ ଜରୁରୀ ଅବତରଣ କରିଥିଲେ। 

ଯାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ କ୍ଧ୍ୟାନ ଦେଉଥିବା କହିଛି ଏୟାର ଇଣ୍ଡିଆ। ଖୁବ୍‍ ଶୀଘ୍ର ତ୍ରୁଟି ସୁଧାର କରାଯାଇ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି ଗତକାଲି ମଧ୍ୟରାତ୍ରୀରେ ଏୟାର ଇଣ୍ଡିଆ ଟ୍ୱିଟ କରି ଜଣାଇଛି। ଅପରପକ୍ଷେ ଋଷ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିଲ୍ଲୀରୁ ୬ ଘଣ୍ଟା ଉଡ଼ାଣ କରିବା ପରେ କ୍ରାସ୍ନୋୟାର୍ସ୍କ ଠାରେ ବିମାନର କାର୍ଗୋ ଅଞ୍ଚଳରେ ନିଆଁଲାଗିବା ନେଇ ଆଲାର୍ମ ବାଜି ଉଠିଥିଲା। ଋଷ ସଂଘୀୟ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସୀ ଅନୁସାରେ ସେଠାରେ କୌଣସି ନିଆଁ ଲାଗି ନାହିଁ ବା ଧୂଆଁ ଉଠି ନାହିଁ।