ଭାସମାନ ଖ୍ରୀଷ୍ଟମାସ ଟ୍ରି ଦେଖି ସମସ୍ତେ ଆଶର୍ଯ୍ୟ, ଦେଖିବାକୁ ଲୋକଙ୍କ ଲାଗିଛି ଭିଡ
Advertisement

ଭାସମାନ ଖ୍ରୀଷ୍ଟମାସ ଟ୍ରି ଦେଖି ସମସ୍ତେ ଆଶର୍ଯ୍ୟ, ଦେଖିବାକୁ ଲୋକଙ୍କ ଲାଗିଛି ଭିଡ

ଖ୍ରୀଷ୍ଟମାସକୁ ନେଇ ସବୁଠି ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି 

ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସକୁ ମାତ୍ର ଆଉ କିଛି ଦିନ ବାକି ଥିବାବେଳେ ଏବେଠୁ ପୂରା ଦୁନିଆ ଏବେଠୁ ରଙ୍ଗିନ ନଜର ଆସୁଛି । ଖ୍ରୀଷ୍ଟମାସକୁ ନେଇ ସବୁଠି ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କେଉଁଠି ଭଳିକି ଭଳି ସାଣ୍ଟା ଦେଖିବାକୁ ମିଳୁଛି ତ, ଆଉ କେଉଁଠି ସୁସଜ୍ଜିତ ଆଲୋକମାଳାର ସମାହାର ।
ବ୍ରାଜିଲର ରିୟୋରେ ନିର୍ମାଣ ହୋଇଥିବା କ୍ରିସମାସ ଟ୍ରିକୁ ସମଗ୍ର ଦୁନିଆର ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହେବାରେ ଲାଗୁଛନ୍ତି । କାରଣ ଏହି କ୍ରିସମାସ ଟ୍ରି ପାଣିରେ ଭାସମାନ ଅବସ୍ଥାରେ ରହିଛି । ଏହି କ୍ରିସମାସ ଟ୍ରିର ଉଚ୍ଚତା ହିଁ ଏହାର ବିଶେଷତ୍ୱ ବୃଦ୍ଧି କରୁଛି । ୨୩୦ ଫୁଟ ଉଚ୍ଚ ଏହି କ୍ରିସମାସ ଟ୍ରିରେ ରଙ୍ଗବେରଙ୍ଗ ଲାଇଟ ଲଗାଯାଇଛି । ଏହି ଉତ୍ସବରେ ଲୋକମାନେ ବିଭିନ୍ନ ଗୀତ ବଜାଇବା ସହ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।
ଶନିବାର ଏହାର ଉଦଘାଟନକୁ ଦେଖିବା ପାଇଁ  ଅନେକ ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା ।  ପ୍ରଥମେ ଏହି ଉତ୍ସବରେ ୭ ମିନିଟ ଧରି ଗୀତ ବଜା ଯାଇଥିଲା ପରେ ରଙ୍ଗବେରଙ୍ଗ ଲାଇଟର କ୍ରିସମାସ ଟ୍ରିର ଉଦଘାଟନ କରାଯାଇଥିଲା । ୨୪ ମହଲା ବିଶିଷ୍ଟ ଲମ୍ୱା କ୍ରିସମାସ ପାଣିରେ ଭାସମାନ ଅବସ୍ଥାରେ ଦେଖି ଲୋକମାନେ ବେଶ ଖୁସି ହୋଇଥିଲେ । ଏହି କ୍ରିସମାସ ଟ୍ରିରେ ୯ଲକ୍ଷରୁ ଅଧିକ LED ଲାଇଟର ବ୍ୟବହାର କରାଯାଇଛି । ଏହି ଲାଇଟ ଦ୍ୱାରା ୮ଟି ଭିନ୍ନ ଭିନ୍ନ ରୂପରେ କ୍ରିସମାସ ଟ୍ରି ନଜର ଆସୁଥିବା ଦେଖିବାକୁ ମିଳିଛି ।
ସମୁଦ୍ରରେ ସର୍ଫିଙ୍ଗ କରିବା ସହ ଲୋକମାନଙ୍କୁ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିଲା ।ଗ୍ରୀସର ଏଥେନ୍ସରେ ଶତାଧିକ ସାଣ୍ଟା ଗୋଟିଏ ସାଙ୍ଗରେ ରାସ୍ତାରେ ଦୌଡୁଥିବା ଦେଖିବାକୁ ମିଳିଥିଲା । ସମସ୍ତ ଲୋକମାନେ ସାଣ୍ଟା ପୋଷାକ ପିନ୍ଧିବା ସହ ହାତରେ ଘଣ୍ଟି ଓ ହସି ହସି ଦୌଡୁଥିବା ଦେଖିବାକୁ ମିଳିଥିଲା ।

ଆମେରିକାରେ ମଧ୍ୟ କ୍ରିସମାସ ପ୍ରସ୍ତୁତିର ଧୁମ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ନ୍ୟୁୟର୍କର ହେଲି ପାଣ୍ଡା ଫେଷ୍ଟିବାଲରେ ସୁସଜ୍ଜିତ ଆଲୋକମାଳାର ଦୃଶ୍ୟ ଲୋକମାନେ ଖୁବ ମଜ୍ଜା ଉଠାଇଛନ୍ତି । ଏହି ଫେଷ୍ଟିଭାଲରେ ୬୦ ଫୁଟ ଉଚ୍ଚର କ୍ରିସମାସ ଟ୍ରି ଲଗାଯାଇଛି । ଏହାର ଭିତରକୁ ଗଲେ ସମୁଦ୍ର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିବ । ଯାହା ଆଲୋକମାଳାରେ ଖୁବ ସୁନ୍ଦର ଦେଖାଯାଉଛି । ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟିବାଲ ଚାଲିବ । ଏହି ଫେଷ୍ଟିବାଲରେ ୧୦ ମିଲିୟନ ଲାଇଟର ବ୍ୟବହାର କରାଯାଇଛି ।