Advertisement
Article Detail0/zeeodisha/odisha2275614
Zee OdishaOdisha National-InternationalAssam Flood: ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୫ ଜୀବନ

Assam Flood: ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୫ ଜୀବନ

ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Assam Flood: ଆସାମରେ ବନ୍ୟା ବିତ୍ପାତ, ଗଲାଣି ୧୫ ଜୀବନ

Assam Flood: ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହି ଥିବାବେଳେ ବର୍ଷା ଉତ୍ତର-ପୂର୍ବ ଭାରତରେ ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସଂଗୀନ ହୋଇ ପଡ଼ିଛି। ଆସାମର ଉତ୍ତର-ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲାଣି। ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସେପଟେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା ରହିଛି। 

ଆସାମର ୧୧ ଜିଲ୍ଲା ପ୍ରଭାବିତ
ଆସାମର ୧୧ଟି ଜିଲ୍ଲାରେ ଶୁକ୍ରବାର ଦିନ ପ୍ରଭାବିତ ଲୋକଙ୍କ ସଂଖ୍ୟା ୩.୫ ଲକ୍ଷ ଥିଲା। ଯଦିଓ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରକାଶ କରିଛି ଯେ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୦କୁ ହ୍ରାସ ପାଇଛି। ମେ ୨୮ ରୁ ୧୫ ମଧ୍ୟରେ କଚ୍ଛାର, ହୈଲାକାଣ୍ଡି ଏବଂ କରିମଗଞ୍ଜ ଜିଲ୍ଲାରେ ବନ୍ୟା ଓ ଝଡ଼ ଯୋଗୁଁ ପ୍ରତ୍ୟେକଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ASDMA ବୁଲେଟିନ୍ କହିଛି ଯେ ରାଜ୍ୟର ତିନୋଟି ପ୍ରମୁଖ ନଦୀ କୋପିଲି, ବାରକ ଏବଂ କୁଶିଆରା ଜଳ ସ୍ତର ବିପଦ ସଙ୍କେତଠାରୁ ଅଧିକ ପ୍ରବାହିତ ହେଉଛି।

ବନ୍ୟା ବିତ୍ପାତ ଫଳରେ ଅବସ୍ଥା ସଂଗୀନ
ଆସାମରେ ବନ୍ୟା ଯୋଗୁଁ ୬,୦୧,୬୪୨ ଲୋକ ପ୍ରଭାବିତ ହୋଇଛନ୍ତି। ଯେଉଁଥିରୁ ନାଗାଓଁ ଅଞ୍ଚଳରେ ସର୍ବାଧିକ ୨,୭୯,୩୪୫ ଲୋକ ପ୍ରଭାବିତ ହୋଇଥିବା ଖବର ରହିଛି। ଏହା ବ୍ୟତୀତ ହୋଜାଇ ଜିଲ୍ଲାରେ ୧,୨୬୮,୧୩ ଲୋକ ଏବଂ କଚ୍ଛାର ୧,୧୨,୨୬୫ଲୋକ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରେ ସ୍ଥାପିତ ୧୮୭ ରିଲିଫ୍ କ୍ୟାମ୍ପରେ ସମୁଦାୟ ୪୧,୫୬୪ ବିସ୍ଥାପିତ ଲୋକ ଆଶ୍ରୟ ନେଇଛନ୍ତି।

Add Zee News as a Preferred Source

ଉତ୍ତର ଭାରତରେ ଗରମ
ଏଠାରେ କହି ରଖୁ ଯେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଏବଂ ହରିୟାଣା-ପଞ୍ଜାବ ଅତ୍ୟଧିକ ଉତ୍ତାପର ସମ୍ମୁଖୀନ ହେଉଛନ୍ତି। ନିକଟରେ ରାଜସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ବିହାରରେ ଗ୍ରୀଷ୍ମ ଲହରୀ ଓ ହିଟ ୱେଭ ଯୋଗୁଁ ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

About the Author