)
ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ପୁଣି ଏକ ଶକ୍ତ ଝଟକା ଲାଗିଛି। ଆଶ୍ୱସ୍ତି ନାଁରେ ତାଙ୍କର କାରାବାସ ଅବଧିକୁ ୪ ସପ୍ତାହ ବୃଦ୍ଧି କରାଯାଇଛି। ଚିକିତ୍ସା ପାଇଁ ଦିଲ୍ଲୀ AIIMS ଡାକ୍ତରୀ ଦଳ ଯେଉଁ ମାସେ ସମୟ ମାଗିଛନ୍ତି ତାକୁ ସ୍ୱିକାର କରାଯାଇଛି। କିନ୍ତୁ ଏହି ସମୟ ଲାଲୁଙ୍କ ଜେଲ ଦଣ୍ଡାଦେଶ ଅବଧିରେ ସାମିଲ ହେବ ବୋଲି ଜେଲ୍ ଆଇଜି ବିରେନ୍ଦ୍ର ଭୂଷଣ କହିଛନ୍ତି। ସେପଟେ ଜେଲରେ ଫୋନ କରିବା ପ୍ରସଙ୍ଗରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଚିକିତ୍ସା ପାଇଁ ଲାଲୁ ପ୍ରସାଦ ଯାଦବ (Lalu Prasad Yadav) ଙ୍କୁ ଦିଲ୍ଲୀ AIIMS ରେ ଭର୍ତ୍ତି କରାଯାଇଛି। ସେ ସୁସ୍ଥ ଥିଲେ ମଧ୍ୟ ତାଙ୍କର କିଛି ଅଙ୍ଗ କାମ କରୁନାହିଁ। ଏଥିପାଇଁ ଡାକ୍ତରୀ ଦଳ ମାସେ ସମୟ ମାଗିଛନ୍ତି। ଜେଲ୍ ଆଇଜି ବିରେନ୍ଦ୍ର ଭୂଷଣ ଏହି ଆବେଦନକୁ ଗ୍ରହଣ କରିଛନ୍ତି। ଯାହା ପରେ AIIMSରେ ଲାଲୁ ଆଉ ୪ ସପ୍ତାହ ରହିବା ସ୍ପଷ୍ଟ ହୋଇଛି। କିନ୍ତୁ ହସ୍ପିଟାଲ ବଦଳରେ ଜେଲରେ ରହିଥିବା ଅବଧି ଲାଲୁଙ୍କୁ କାରାଦଣ୍ଡ (Jail) ରେ ସାମିଲ କରାଯିବ ବୋଲି ବିରେନ୍ଦ୍ର କହିଛନ୍ତି।
ସେପଟେ ଜେଲରେ ଥିବା ବେଳେ ଲାଲୁ ମୋବାଇଲରେ କଥା ହୋଇଥିବା ନେଇ ପ୍ରଶାସନ ଶକ୍ତ ହୋଇଛି। ଏଥିପାଇଁ ଲାଲୁଙ୍କ ସୁରକ୍ଷା (Lalu Security) ଦାୟୀତ୍ୱରେ ଥିବା ପୋଲିସ କର୍ମୀ ଓ ଅଧିକାରୀଙ୍କୁ ଦାୟୀ କରାଯାଇଛି। ତଦନ୍ତ ରିପୋର୍ଟରେ ଜେଲକର୍ମୀ ଅବହେଳା କରିଥିବା କୁହାଯାଇଛି। ତେବେ ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେଥିପାଇଁ ସେହି ସମୟର ଡ୍ୟୁଟି ରୋଷ୍ଟରର ଯାଞ୍ଚ କରାଯାଉଥିବା ଜେଲ ସୁପରିଟେଣ୍ଟର ହାମିଦ ଅଖତାର କହିଛନ୍ତି।
ସୂଚନାଯୋଗ୍ୟ, ଚାରା ଘୋଟାଲା (Fodder Scam) ସହ ଅନେକ ମାମଲାରେ ଲାଲୁ ପ୍ରସାଦ ଜେଲ ସଜା ଭୋଗୁଛନ୍ତି। ତେବେ ସେ ଜେଲ ଭିତରେ ମୋବାଇଲ ଯୋଗେ ଅନେକ ସମୟରେ କଥା ହେଉଥିବା ଅଭିଯୋଗ ହେଉଛି। ଯାହାର ଅଡିଓ ମଧ୍ୟ ଭାଇରାଲ ହେଇଥିଲା। ଯାହାପରେ ଜେଲ ପ୍ରଶାସନ ଅକ୍ସନ ମୁଡକୁ ଆସି ଘଟଣାର ତଦନ୍ତ ଚଳାଇଛି।