ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ
Advertisement
Article Detail0/zeeodisha/odisha1397921

ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ

ଶୀତଋତୁର ଆଗମନରେ ଚିଲିକା ମୁଁହା ଏବେ ବିଦେଶାଗତ ପକ୍ଷୀ। ବର୍ତ୍ତମାନ ଚିଲିକା ନଳବଣରେ ବିଦେଶାଗତ ପକ୍ଷୀ ମାଇଲ ମାଇଲି ଦୂର ଅତିକ୍ରମ କରି ଚିଲିକାରେ ପହଁଚିଛନ୍ତି। ଅକ୍ଟୋବର ମାସରେ ହିଁ ଚିଲିକାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି।

ମରାଳ ମାଳିନୀ ନିଳାମ୍ବୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ମେଳା: ବଢୁଛନ୍ତି ପର୍ଯ୍ୟଟକ

ପୁରୀ (ସଞ୍ଜୟ ମହାପାତ୍ର): ଶୀତ ଋତୁର ଆଗମନ ପୂର୍ବରୁ ଏବେ ଚିଲିକାରେ ପହଞ୍ଚିଲେଣି ବିଦେଶାଗତ ପକ୍ଷୀ। ହେଲେ ଚଳିତ ବର୍ଷ ନଳବଣରେ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ନେଇ ଖୁସିବ୍ଯକ୍ତ କରିଛନ୍ତି ପରିବେଶବିତ। ସାଇବେରିଆନ ପକ୍ଷୀ ହୁଅନ୍ତୁ ଅବା କାଶ୍ମୀର ଲଦାଖରୁ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଗଡୁଖଲ ପକ୍ଷୀ ଚିଲିକା ନଳବଣରେ ପହଞ୍ଚିଛନ୍ତି। ତେବେ ବିଦେଶାଗତ ପକ୍ଷୀଙ୍କ ଆଗମନକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏବେଠୁ ଆରମ୍ଭ କରିଛି ବନବିଭାଗ। 

ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକାରେ ୨୦ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଥିବା ବେଳେ ଚିଲିକାକୁ ସମୁଦ୍ର ପଟ ହେଉ ଅବା ନଳବଣ ପାର୍ଶ୍ଵରେ ହେଉ କୌଣସି ବାହାର ଡଙ୍ଗା କି ବୋଟ ପ୍ରବେଶ ନକରେ ସେଥିପାଇଁ କୋଷ୍ଟଗାର୍ଡ ଓ ନୌସେନାକୁ ଚିଠି ଲେଖାଯାଇଥିବା କହିଛନ୍ତି ଦାୟୀତ୍ୱରେ ଥିବା ଡିଏଫଓ। ସେପଟେ ପ୍ରତିବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପକ୍ଷୀଙ୍କ ସୁରକ୍ଷା ସବୁଠୁଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପରିବେଶବିତ୍।

ଶୀତଋତୁର ଆଗମନରେ ଚିଲିକା ମୁଁହା ଏବେ ବିଦେଶାଗତ ପକ୍ଷୀ। ବର୍ତ୍ତମାନ ଚିଲିକା ନଳବଣରେ ବିଦେଶାଗତ ପକ୍ଷୀ ମାଇଲ ମାଇଲି ଦୂର ଅତିକ୍ରମ କରି ଚିଲିକାରେ ପହଁଚିଛନ୍ତି। ଅକ୍ଟୋବର ମାସରେ ହିଁ ଚିଲିକାରେ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି। ସୁଦୂର କାଶ୍ମୀରର ଲଦାଖରୁ ମାଇଲ ମାଇଲ ରାସ୍ତା ଅତିକ୍ରମ କରି ଗଡ଼ୱାଲ ପକ୍ଷୀ ଚିଲିକା ନଳବଣରେ ପହଞ୍ଚିଛନ୍ତି। ଚିଲିକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଖବର ପାଇ ବନ ବିଭାଗ ପକ୍ଷୀଙ୍କ ସୁରକ୍ଷା ନେଇ ପ୍ରସ୍ତୁତି ଆରମ୍ଭ କରିଛି। 

କିଭଳି ଚଳିତ ବର୍ଷ ଚିଲିକାରେ ବିଦେଶାଗତ ପକ୍ଷୀମାନଙ୍କୁ ଆବଶ୍ଯକୀୟ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ବନବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେପଟେ ପକ୍ଷୀ ସୁରକ୍ଷା ଖାସ କରି ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ନେଇ ସମଗ୍ର ଚିଲିକାରେ ମୋଟ ୨୦ଟି ଅସ୍ଥାୟୀ ପକ୍ଷୀ ସୁରକ୍ଷା ଶିବିର କରାଯାଇଛି। ଚିଲିକାର ଟାଙ୍ଗି, ରମ୍ଭା, ସାତପଡା, ନୂଆପଡା ଓ ଚିଲିକା ଡିଭିଜନରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପକ୍ଷୀ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ସିଡିଏକୁ ପେଟ୍ରୋଲିଂ ପାଇଁ ବୋଟ ଯୋଗାଇବା ଓ ନଳବଣ ଅଭୟାରଣ୍ୟକୁ ବାହାର ଡଙ୍ଗା ପ୍ରବେଶ ନକରିବା ପାଇଁ କୋଷ୍ଟଗାର୍ଡ ଓ ନୌସେନାକୁ ଚିଠି ଲେଖାଯାଇଛି ବୋଲି କହିଛନ୍ତି ଚିଲିକା ବନଖଣ୍ଡ ଦାୟିତ୍ୱରେ ଥିବା ଡିଏଫଓ।

ସେପଟେ ଗତବର୍ଷ ଚିଲିକାରେ ୧୮୩ପ୍ରଜାତିର ପ୍ରାୟ ୧୦ଲକ୍ଷ ୭୪ହଜାର ୧୭୩ଟି ପକ୍ଷୀ ଆସିଥିଲେ। ସେଥିରୁ ୧୦୭ଟି ପ୍ରଜାତିର ବିଦେଶାଗତ ପକ୍ଷୀ ଓ ୭୬ଟି ପ୍ରଜାତିର ଆଦ୍ରଭୁମୀ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଥିଲା। ଆଉ ସେଥିରୁ ୧୬ବର୍ଗ କିଲୋମିଟର ନଳବଣ ପକ୍ଷୀ ଅଭୟାରଣ୍ୟରେ ୧୧୪ଟି ପ୍ରଜାତିର ୪ଲକ୍ଷ ୬ହଜାର ପକ୍ଷୀ ଆସିଥିବାର ତଥ୍ୟ ରହିଛି। ସେପଟେ ଗତବର୍ଷ ଅକ୍ଟୋବରରେ ୬୨ଟି ବିରଳ ବିଦେଶାଗତ ପକ୍ଷୀ ଚିଲିକାକୁ ଆସିଥିବା ବେଳେ ପେରେଗ୍ରୀନ ଫାଲକନ,ଗ୍ରେହେରନ, କଡୱଲ,ପ୍ଲିଣ୍ଟେନ, ବିଲ୍ଡ ଡକ୍ ଆଦି ପକ୍ଷୀଙ୍କର କ୍ରମାଗତ ଆଗମନ ହେଉଛି। ତେଣୁ ଚଳିତବର୍ଷ ଶିତରୁତୁ ଆଗରୁ ଚିଲିକାକୁ ପକ୍ଷୀଙ୍କ ଆଗମନ ପକ୍ଷୀ ପ୍ରେମୀଙ୍କୁ ଆକୃଷ୍ଟ କରିଥିବା ବେଳେ ପକ୍ଷୀ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପକ୍ଷୀ ପ୍ରେମୀ।

ଏସିଆ ମହାଦେଶର ସର୍ବବୃହତମ ଲୁଣା ହ୍ରଦ ଚିଲିକାକୁ ବର୍ତ୍ତମାନ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇ ସାରିଛି। କିଚିରି ମିଚିରି ଶବ୍ଦ କରି ଚିଲିକା ନଳବଣ ଉପରେ ଫରଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି। ଶୀତ ଯେତିକି ବଢିବ ଚିଲିକା ନଳବଣରେ ବିଦେଶାଗତ ପକ୍ଷୀ ମାନଙ୍କ ସଂଖ୍ୟା ବଢିବ। ଏଣୁ ଚଳିତ ବର୍ଷ ବନବିଭାଗ ପକ୍ଷରୁ କିଭଳି ପକ୍ଷୀ ସୁରକ୍ଷା ଦିଗରେ ପଦକ୍ଷେପ ନେବ ଆଉ ଉପଯୁକ୍ତ ସୁରକ୍ଷା ଯୋଗାଇଦେବ ତାହା ଉପରେ ରହିଛି ପକ୍ଷୀ ପ୍ରେମୀଙ୍କ ନଜର।