Karnataka: ହାଇକୋର୍ଟ ନିର୍ଦ୍ଦେଶ ପରେ ଇଦଗାହ ମୈଦାନ ଠାରେ ପାଳିତ ହେବ ଗଣେଶ ଉତ୍ସବ
Advertisement
Article Detail0/zeeodisha/odisha1328781

Karnataka: ହାଇକୋର୍ଟ ନିର୍ଦ୍ଦେଶ ପରେ ଇଦଗାହ ମୈଦାନ ଠାରେ ପାଳିତ ହେବ ଗଣେଶ ଉତ୍ସବ

Ganesh Festival At Idgah Maidan: ଗତକାଲି ବିଳମ୍ବିତ ରାତିରେ ଏନେଇ ଦାଖଲ ହୋଇଥିବା ମାମଲା ଉପରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଅଗଷ୍ଟ ୩୧ ତାରିଖ ବୁଧବାର ଠାରୁ ଗଣେଶ ଉତ୍ସବ ହୁବଲି ଇଦଗାହା ମୈଦାନ ଠାରେ ଅନୁଷ୍ଠିତ ହୋଇପାରିବ। 

Karnataka: ହାଇକୋର୍ଟ ନିର୍ଦ୍ଦେଶ ପରେ ଇଦଗାହ ମୈଦାନ ଠାରେ ପାଳିତ ହେବ ଗଣେଶ ଉତ୍ସବ

Ganesh Puja Celebration: କର୍ଣ୍ଣାଟକ ହାଇକୋର୍ଟ ଆବେଦନ ପ୍ରତ୍ୟାଖ୍ୟାନ କରି ହୁବଲି ଇଦଗାହା ମୈଦାନ ଠାରେ ଗଣେଶ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ହିନ୍ଦୁ ସଙ୍ଗଠନ ସହ ଜଡିତ କାର୍ଯ୍ୟକର୍ତ୍ତା କର୍ଣ୍ଣାଟକ ହାଇକୋର୍ଟ ରାୟ ଆସିବା ପରେ ଗଣପତି ବପ୍ପାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ଧାରୱାଡ଼ ଲୋକସଭା ସାଂସଦ ପ୍ରହ୍ଲାଦ ଯୋଶୀ ମଧ୍ୟ ଏହି ଅବସରରେ ହାଇକୋର୍ଟ ନିଷ୍ପତ୍ତିକୁ ନେଇ ଖୁସି ବ୍ୟକ୍ତ କରିଥିଲେ।

ଏନେଇ ପ୍ରତିକ୍ରିୟା ରଖି ଧାରୱାଡ଼ ଲୋକସଭା ସାଂସଦ (Dharwad Lok Sabha MP) ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ (Union Minister Pralhad Joshi) କହିଛନ୍ତି ଯେ କର୍ଣ୍ଣାଟକ ହାଇକୋର୍ଟ (Karnataka High Court) ଏକ ଭଲ ନିଷ୍ପତ୍ତି ନେଇଛନ୍ତି। ମୁଁ ଏହାକୁ ସ୍ୱାଗତ କରୁଛି। ହୁବଲି ଇଦଗାହା ମୈଦାନ (Hubli Idgah Maidan) ଠାରେ ଗଣେଶ ଉତ୍ସବ କରିବାକୁ ନେଇ ଅନାବଶ୍ୟକ ଭାବେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ଇଦଗାହ ମୈଦାନ ଏକ ସର୍ବସାଧାରଣ ସମ୍ପତ୍ତି। ନମାଜ ପଢିବା ଲାଗି ଅନୁମତି ଦେବା ବ୍ୟତୀତ ଏହା ହେଉଛି ନଗର ନିଗମ ସମ୍ପତ୍ତି। ଏହାକୁ ନେଇ କୌଣସି ବିବାଦ କରିବାର ନଥିଲା। ହେଲେ କେତେକ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ହେଲେ ଏହା ଠିକ ନୁହେଁ। ସାମଗ୍ରିକ ଭାବେ ଉପରେ ନିଷ୍ପତ୍ତି ନିଆଯାଇଛି। ଏହି ଆଦେଶକୁ କେହି ଅବମାନନା କରିବା ଉଚିତ ନୁହେଁ ଏବଂ ଆଗାମୀ ୩ ଦିନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିବା ଆବଶ୍ୟକ। ମୁଁ ଏକ ସମ୍ପ୍ରଦାୟକୁ  ନିବେଦନ କରୁଛି ଯେ ନମାଜ ପଢିବାକୁ ନେଇ ଆମର କୌଣସି ଅଭିଯୋଗ ନାହିଁ। କେହି  ଗଣେଶ ଉତ୍ସବକୁ ବିରୋଧ କରାଯିବା ଠିକ ନୁହେଁ।

ଗତକାଲି ବିଳମ୍ବିତ ରାତିରେ ଏନେଇ ଦାଖଲ ହୋଇଥିବା ମାମଲା ଉପରେ ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଅଗଷ୍ଟ ୩୧ ତାରିଖ ବୁଧବାର ଠାରୁ ଗଣେଶ ଉତ୍ସବ ହୁବଲି ଇଦଗାହା ମୈଦାନ ଠାରେ ଅନୁଷ୍ଠିତ ହୋଇପାରିବ। କର୍ଣ୍ଣାଟକ ହାଇକୋର୍ଟ ଗତ କାଲି ରାତି ଦଶଟା ସମୟରେ ହୁବଲି ଇଦଗାହା ମୈଦାନ ଠାରେ ଗଣେଶ ଉତ୍ସବ ଆୟୋଜନ ଲାଗି ଅନୁମତି ଦେଇଥିବା ସରକାରୀ ଆଦେଶକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରିଥିଲେ। ଜଷ୍ଟିସ ଅଶୋକ କିନାଗୀଙ୍କ କକ୍ଷରେ ଏହି ଶୁଣାଣି ହୋଇଥିଲା। ହୁବଲି ଧାରୱାଡ ନଗର ନିଗମ (Hubli Dharwad Municipal Corporation) ସ୍ଥାନୀୟ ଇଦଗାହ ମୈଦାନ ଠାରେ ୩ ଦିନ ଧରି ପାଳିତ ହେବାକୁ ଥିବା ଗଣେଶ ଉତ୍ସବ ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଥିଲା।

Also Read: Supreme Court: ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ଏହି ନିର୍ଦ୍ଦେଶ ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ

ମଙ୍ଗଳବାର ହୁବଲି ଇଦଗାହା ମୈଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ବିରୋଧ କରି ଅଞ୍ଜୁମାନ-ଇ-ଇସଲାମ (Anjuman e Islam) ପକ୍ଷରୁ ଦାଏର କରାଯାଇଥିବା ଆବେଦନ ଉପରେ ଶୁଣାଣ କରିଥିଲେ କର୍ଣ୍ଣାଟକ ହାଇକୋର୍ଟ। ଏହି ମାମଲାରେ ହାଇକୋର୍ଟ ହୁବଲି ଧାରୱାଡ ନଗର ନିଗମ ସ୍ଥାନୀୟ ଇଦଗାହ ମୈଦାନ ଠାରେ ୩ ଦିନ ଧରି ପାଳିତ ହେବାକୁ ଥିବା ଗଣେଶ ଉତ୍ସବ ଆୟୋଜନ କରିବାକୁ ପ୍ରଦାନ କରିଥିବା ଅନୁମତିକୁ ଠିକ ବୋଲି ଦର୍ଶାଇଥିଲେ। ଅନ୍ୟପଟେ  ପ୍ରଦାନ କରିଥିଲା। ଅଞ୍ଜୁମାନ-ଇ-ଇସଲାମ ପକ୍ଷରୁ ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଥିଲେ।