Supreme Court: ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ଏହି ନିର୍ଦ୍ଦେଶ ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ
Advertisement
Article Detail0/zeeodisha/odisha1327586

Supreme Court: ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ଏହି ନିର୍ଦ୍ଦେଶ ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ

Ganesh Festival At Idgah Maidan: ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ବେଞ୍ଚକୁ ପଠାଇଥିଲେ। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ମାମଲାକୁ ଦେଶର ମୁଖ୍ୟ ବିଚାରପତିଙ୍କ ନିକଟରେ ରଖାଯିବା ଆବଶ୍ୟକ। କାରଣ ଏହି ମାମଲାର ଶୁଣାଣି କରୁଥିବା ଦୁଇ ବିଚାରପତିଙ୍କ ମଧ୍ୟରେ କୌଣସି ସହମତି ହୋଇନଥିଲା। 

Supreme Court: ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନକୁ ଏହି ନିର୍ଦ୍ଦେଶ ଦେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ

Chamrajpet Idgah Maidan Case: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁସ୍ଥିତ ଚାମରାଜପେଟ ଇଦଗାହା ମଇଦାନ ଠାରେ ଗଣେଶ ପୂଜା ଆୟୋଜନ କରିବାକୁ ନେଇ ଦାଏର ହୋଇଥିବା ଆବଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ ବେଞ୍ଚ। ସ୍ଥିତାବସ୍ଥା ବଜାୟ ରଖିବାକୁ ଅଦାଲତ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଅର୍ଥ ହେଉଛି ଆସନ୍ତାକାଲି ଚାମରାଜପେଟ ଇଦଗାହା ମଇଦାନ ଠାରେ ଗଣେଶ ଉତ୍ସବ ଆୟୋଜନ ହେବ ନାହିଁ। ଅଗଷ୍ଟ ୩୦ ତାରିଖ ମଙ୍ଗଳବାର ସୁପ୍ରିମକୋର୍ଟ ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ବେଞ୍ଚକୁ ପଠାଇଥିଲେ। ଏନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଏହି ମାମଲାକୁ ଦେଶର ମୁଖ୍ୟ ବିଚାରପତିଙ୍କ ନିକଟରେ ରଖାଯିବା ଆବଶ୍ୟକ। କାରଣ ଏହି ମାମଲାର ଶୁଣାଣି କରୁଥିବା ଦୁଇ ବିଚାରପତିଙ୍କ ମଧ୍ୟରେ କୌଣସି ସହମତି ହୋଇନଥିଲା। ଏହା ପରେ ଓକିଲ ଏହି ମାମଲା ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଲିତାଙ୍କ ଖଣ୍ଡପୀଠରେ ଉପସ୍ଥାପନ କରିଥିଲେ। ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ, ଜଷ୍ଟିସ୍ ଏସ୍ ଓକ୍ ଏବଂ ଜଷ୍ଟିସ୍ ସୁନ୍ଦରେଶଙ୍କୁ ନେଇ ତିନିଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା। 

ଏହି ମାମଲାରେ କର୍ଣ୍ଣାଟକ ୱାକଫ ବୋର୍ଡ (Karnataka Waqf Board) ରାଜ୍ୟର ଉଚ୍ଚନ୍ୟାୟାଳୟ ଆଦେଶକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଥିଲା ମୁସଲିମ ସଂସ୍ଥା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ କପିଲ ଶିବଲ କହିଛନ୍ତି ଯେ ଏହି ଅଞ୍ଚଳରେ ଅନାବଶ୍ୟକ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟ କରାଯାଉଛି। ଗତ ସପ୍ତାହରେ କର୍ଣ୍ଣାଟକ ହାଇକୋର୍ଟ (Karnataka High Court) ରାଜଧାନୀ ବେଙ୍ଗାଲୁରୁସ୍ଥିତ (Bengaluru) ଚାମରାଜପେଟ ଇଦଗାହା ମଇଦାନ (Chamrajpet Idgah Maidan) ଠାରେ ଗଣେଶ ପୂଜା (Ganesh Puja) ଆୟୋଜନ କରିବାକୁ ଅନୁମତି ପ୍ରଦାନ କରିଥିଲେ।

ଏନେଇ କର୍ଣ୍ଣାଟକ ହୋଇକୋର୍ଟ କହିଥିଲେ କୌଣସି ପର୍ବ ପର୍ବାଣୀ ପାଳନ ଲାଗି  ଅନୁମତି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ। ସ୍ଥିତି ବଜାୟ ରଖିବା ପାଇଁ ଅଗଷ୍ଟ ୨୫ ତାରିଖରେ ମଧ୍ୟବର୍ତ୍ତୀକାଳୀନ ଆଦେଶକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଏକ ଆବେଦନ କରିବା ପରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟବର୍ତ୍ତୀକାଳୀନ ଆଦେଶରେ ହାଇକୋର୍ଟ ସଂଶୋଧନ କରିଛନ୍ତି। ଅଗଷ୍ଟ ୩୧ ତାରିଖରୁ ସୀମିତ ସମୟ ପାଇଁ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ପାଇଁ ଜମି ବ୍ୟବହାର କରିବାକୁ ଅନୁମତି ଚାହୁଁଥିବା ଆବେଦନ ଉପରେ ବିଚାର କରିବାକୁ କୋର୍ଟ କର୍ଣ୍ଣାଟକ ସରକାରଙ୍କୁ (Karnataka Govt) ନିର୍ଦ୍ଦେଶ ଦେଇଥିଲେ।

Also Read: Karnataka: ଗଣେଷ ପୂଜା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା କର୍ଣ୍ଣାଟକ ୱାକଫ ବୋର୍ଡ

ରାଜଧାନୀ ବେଙ୍ଗାଲୁରୁସ୍ଥିତ ଏକ ମଇଦାନରେ ଗଣେଶ ପୂଜା କରିବାକୁ ଅନୁମତି ଦେଇଥିବା କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଟାରେ ପହଞ୍ଚିଛି ରାଜ୍ୟ ୱାକଫ ବୋର୍ଡ। ଏନେଇ କର୍ଣ୍ଣାଟକ ୱାକଫ ବୋର୍ଡ ପକ୍ଷରୁ  କୁହାଯାଇଛି ଯେ ଯେଉଁଠାରେ ଗଣେଶ ପୂଜା କରିବାକୁ ପ୍ରସ୍ତୁତି କରାଯାଉଛି ତାହା ହେଉଛି ୱାକଫ ବୋର୍ଡ ସମ୍ପତ୍ତି। ୧୯୬୪ ମସିହା ପର ଠାରୁ ସେଠାରେ ଇଦ୍ ପ୍ରାର୍ଥନା ଅନୁଷ୍ଠିତ ହେଉଛି। ସେଠାରେ ଗଣେଶ ପୂଜା କରିବା କାରଣରୁ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟି ହୋଇପାରେ।  

ଗତ ଅଗଷ୍ଟ ୨୬ ତାରିଖରେ କର୍ଣ୍ଣାଟକ ହାଇକୋର୍ଟ ଡିଭିଜନ ବେଞ୍ଚ ରାଜ୍ୟ ସରକାରଙ୍କୁ ଏହା କହିଥିଲେ ଯେ ଚାମରାଜପେଟସ୍ଥିତ ଇଦଗାହା ମଇଦାନ ଠାରେ ଗଣେଶ ପୂଜା କରିବା ପାଇଁ ଅନୁମତି ମାଗୁଥିବା ଲୋକଙ୍କ ଆବେଦନ ଉପରେ ନିୟମ ଅନୁଯାୟୀ ବିଚାର କରାଯାଉ। ଏହାପୂର୍ବରୁ ହାଇକୋର୍ଟ ସିଙ୍ଗଲ୍ ବେଞ୍ଚ ଜମି ସମ୍ପର୍କରେ ସ୍ଥିତିବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲା। ଚାମରାଜପେଟସ୍ଥିତ ଇଦଗାହା ମଇଦାନ ଉପରେ ୱାକଫ ବୋର୍ଡ ପକ୍ଷରୁ କରାଯାଉଥିବା ଦାବିକୁ ବିବାଦୀୟ ବୋଲି କହିଥିଲେ କର୍ଣ୍ଣାଟକ ସରକାର। ଏନେଇ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପୂଜାପାଠ ଲାଗି ଅନୁମତି ଦେବା ଉପରେ ବିଚାର କରିବା ଲାଗି ରୋକା ଯାଇ ପାରିବ ନାହିଁ।