Gir Forest Lions: ଗିର ଜାତୀୟ ଉଦ୍ୟାନରେ କାହିଁକି ପ୍ରାଣ ହରାଉଛନ୍ତି ସିଂହ? ୨ ବର୍ଷରେ ଚାଲିଯାଇଛି ୩୧୩ ସିଂହଙ୍କ ଜୀବନ
Advertisement
Article Detail0/zeeodisha/odisha1609555

Gir Forest Lions: ଗିର ଜାତୀୟ ଉଦ୍ୟାନରେ କାହିଁକି ପ୍ରାଣ ହରାଉଛନ୍ତି ସିଂହ? ୨ ବର୍ଷରେ ଚାଲିଯାଇଛି ୩୧୩ ସିଂହଙ୍କ ଜୀବନ

Gir National Park Lions Death:  ମୃତକ ସିଂହଙ୍କ ମଧ୍ୟରୁ ୬୯ ସିଂହଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଛି। ଅନ୍ୟପଟେ ୨ ସିଂହ ଅସ୍ୱାଭାବିକ ଭାବରେ ପ୍ରାଣ ହରାଇଛନ୍ତି। ସେହିପରି ୭୭ ସିଂହୀଙ୍କ ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା ବେଳେ ୧୩ ଜଣ ଅସ୍ୱାଭାବିକ ଭାବରେ ପ୍ରାଣ ହରାଇଛନ୍ତି। 

Gir Forest Lions: ଗିର ଜାତୀୟ ଉଦ୍ୟାନରେ କାହିଁକି ପ୍ରାଣ ହରାଉଛନ୍ତି ସିଂହ? ୨ ବର୍ଷରେ ଚାଲିଯାଇଛି ୩୧୩ ସିଂହଙ୍କ ଜୀବନ

313 Lions Died in Gir National Park Last 2 Years: ଗୁଜୁରାଟ ସ୍ଥିତ ଗିର୍ ଜାତୀୟ ଉଦ୍ୟାନକୁ ନେଇ ଆସିଛି ଏକ ବଡ଼ ଖବର। ବିଗତ ୨ ବର୍ଷରେ ଏଠାରେ ୩୧୩ ସିଂହ ଜୀବନ ଚାଲିଯାଇଥିବା ଜଣାପଡ଼ିଛି।  ଅଧିକାଂଶ ସିଂହଙ୍କ ମୃତ୍ୟୁ ଅସ୍ୱାଭାବିକ କାରଣରୁ ହୋଇଥିବା ଜଣାପଡ଼ିଛି। ଗୁଜୁରାଟ ଜୁନାଗଡ଼ ଜିଲ୍ଲାରେ ଅବସ୍ଥିତ ଗିର୍ ଜାତୀୟ ଉଦ୍ୟାନ ହେଉଛି ଏସୀୟ ପ୍ରଜାତିର ସିଂହଙ୍କ ଏକମାତ୍ର ପ୍ରାକୃତିକ ବାସସ୍ଥାନ। ଗତବର୍ଷ ଗୁଜୁରାଟ ବିଧାନସଭାର ସିଂହ ମୃତ୍ୟୁ ସମ୍ପର୍କରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଉପରୋକ୍ତ ତଥ୍ୟ ପ୍ରଦାନ କରାଯାଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଗତ ୨୦୧୯ ଜାନୁୟାରୀରୁ ୨୦୨୦ ଡିସେମ୍ବର ମଧ୍ୟରେ ଗିର ଜାତୀୟ ଉଦ୍ୟାନରେ ମୋଟ ୩୧୩ ସିଂହଙ୍କ ମୃତ୍ୟୁ ହୋଇଛି।

ମୃତକ ସିଂହଙ୍କ ମଧ୍ୟରୁ ୬୯ ସିଂହଙ୍କ ମୃତ୍ୟୁ (Lions Death) ପ୍ରାକୃତିକ କାରଣରୁ ହୋଇଛି। ଅନ୍ୟପଟେ ୨ ସିଂହ ଅସ୍ୱାଭାବିକ ଭାବରେ ପ୍ରାଣ ହରାଇଛନ୍ତି। ସେହିପରି ୭୭ ସିଂହୀଙ୍କ (Lionesses) ମୃତ୍ୟୁ ପ୍ରାକୃତିକ କାରଣରୁ ହୋଇଥିବା ବେଳେ ୧୩ ଜଣ ଅସ୍ୱାଭାବିକ ଭାବରେ ପ୍ରାଣ ହରାଇଛନ୍ତି। ସେହିପରି ୧୫୨ ସିଂହ ଶାବକଙ୍କ (Lion Cub) ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୧୪୪ ଜଣଙ୍କ ମୃତ୍ୟୁ ସ୍ୱାଭାବିକ ଭାବରେ ହୋଇଛି। ଅନ୍ୟପଟେ ୮ ଜଣଙ୍କ ମୃତ୍ୟୁ ଅସ୍ୱାଭାବିକ କାରଣରୁ ହୋଇଛି।

ରାଜ୍ୟରେ ଅବସ୍ଥିତ ଗିର୍ ଜାତୀୟ ଉଦ୍ୟାନରେ (Gir National Park) ହେଉଥିବା ସିଂହ ମୃତ୍ୟୁକୁ ରୋକିବା କ'ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଜଣାଇଛି ଗୁଜୁରାଟ ସରକାରଙ୍କ ବନ ବିଭାଗ (Gujarat Government Forest Department)। ଏନେଇ ଗୁଜୁରାଟ ବନ ବିଭାଗ (Gujarat Forest Department) ପକ୍ଷରୁ କୁହାଯାଇଛି ଦିନ ଏବଂ ରାତି ସମୟରେ ଗିର୍ ଜାତୀୟ ଉଦ୍ୟାନ ପରିସରରେ ପାଟ୍ରୋଲିଂ କରାଯାଉଛି। ପାଟ୍ରୋଲିଂ ଗାଡି, ଅସ୍ତ୍ରଶସ୍ତ୍ର, ୱାକି ଟକି, ଟାବଲେଟ ବ୍ୟବହାର କରି ଦିନରାତି ଗିର୍ ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରାଯାଉଥିବା ଜଣାଇଛି ବନ ବିଭାଗ। 

ଗୁଜୁରାଟ ବନ ବିଭାଗ କହିବା କଥା ଯେ, ଅନେକ ଅସ୍ୱାଭାବିକ କାରଣରୁ ସିଂହଙ୍କ ମୃତ୍ୟୁ ହୋଇଛି। କାରଣ ଗିର ଜଙ୍ଗଲ ବାହାରେ ଅବସ୍ଥିତ ରହିଥିବା ବିଭିନ୍ନ ଅଞ୍ଚଳରୁ ଗୋରୁ ଶାବକଙ୍କୁ ଗିରି ଅଞ୍ଚଳକୁ ଅଣାଯାଇ ସିଂହଙ୍କୁ ଖାଇବାକୁ ଦିଆଯାଉଥିଲା। ସଂକ୍ରମିତ ପଶୁ କାରଣରୁ ଅନେକ ସିଂହଙ୍କ ସିଂହଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ସିଂହ ମୃତ୍ୟୁକୁ ନେଇ ସରକାର କୌଣସି ଅଭିଯୋଗ ଗ୍ରହଣ କରିନାହାଁନ୍ତି। ଯଦି ଗ୍ରହଣ କରାଯାଏ ତାହେଲେ ଏହି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସିଂହ ଜନଗଣନା ୨୦୨୦ ଅନୁଯାୟୀ (Lion Census 2020) ଗୁଜୁରାଟସ୍ଥିତ ଜାତୀୟ ଉଦ୍ୟାନରେ ୬୭୪ ଏସୀୟ ପ୍ରଜାତିର ସିଂହ (Asiatic lion) ଅଛନ୍ତି। ଯାହା ଗତ ୨୦୧୫ ବର୍ଷରେ ହୋଇଥିବା ପୂର୍ବ ଜନ ଗଣନା ପର ଠାରୁ ଗୁଜୁରାଟରେ ଏସୀୟ ପ୍ରଜାତିର ସିଂହଙ୍କ ସଂଖ୍ୟାରେ ୨୯% ବୃଦ୍ଧି ଘଟିଥିବାର ଜଣାପଡ଼ିଥିଲା।