ରାଜଧାନୀରେ ଆହୁରି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍
Advertisement

ରାଜଧାନୀରେ ଆହୁରି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ଶୁକ୍ରବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୧୦ ହ୍ରାସ ଘଟିଥିଲା ।

ରାଜଧାନୀରେ ଆହୁରି କମିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ନୂଆଦିଲ୍ଲୀ: Gold-Silver Rate: ଦେଶରେ ଶୁକ୍ରବାର ଅର୍ଥାତ ସେପ୍ଟେମ୍ୱର ୧୦ରେ ସୁନା-ରୁପା ମୂଲ୍ୟ (Gold Silver Price) ରେ ବୃଦ୍ଧି ଘଟିଛି । ସେହିପରି ବୈଶ୍ୱିକ ବଜାରରେ ମୂଲ୍ୟବାନ ଧାତୁ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳିଛି । ଦେଶରେ ଗୁରୁବାର ସୁନା ମୂଲ୍ୟରେ ୧୨୦ ଟଙ୍କାର ହ୍ରାସ ଘଟିଥିଲା । ସେହିପରି ଶୁକ୍ରବାର ଦେଶରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୭,୦୭୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଏହାର ମୂଲ୍ୟ ୪୭,୦୦୦ ଟଙ୍କା ଥିଲା । ସେହିପରି ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୭୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ୧୦ ଗ୍ରାମ ସୁନା ଦର ୪୬,୦୭୦ ଟଙ୍କାରେ ପହଞ୍ଚିଛି । ଗୁରୁବାର ଏହାର ମୂଲ୍ୟ ୪୬,୦୦୦ ଟଙ୍କା ଥିଲା ।

ସେହିପରି ଶୁକ୍ରବାର ଦେଶରେ ରୁପା ମୂଲ୍ୟ (Silver Price) ବୃଦ୍ଧି ଘଟିଛି । ଗୁରୁବାର ଦେଶରେ ରୁପା ମୂଲ୍ୟରେ ୯୦୦ ଟଙ୍କାର ହ୍ରାସ ଘଟି ଥିବା ବେଳେ ଶୁକ୍ରବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୨୦ ଟଙ୍କା ରହିଛି । ଯାହା ଗୁରୁବାର ୬,୩୯୦ ଟଙ୍କା ଥିଲା ।

ଶୁକ୍ରବାର ରାଜଧାନୀ ଭୁବନେଶ୍ୱର (Bhubaneswar) ରେ ସୁନା ଦରରେ ବୃଦ୍ଧି ଘଟିଛି । ଗୁରୁବାର ଭୁବନେଶ୍ୱରରେ ସୁନା ଦର (Gold Price) ରେ ୧୧୦ ହ୍ରାସ ଘଟିଥିଲା । ସେପଟେ ଶୁକ୍ରବାର ୧୦ ଗ୍ରାମ ସୁନା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଯାହା ପରେ ଭୁବନେଶ୍ୱରରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟ ୪୮,୩୯୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ୧୦ ଗ୍ରାମ ସୁନା ମୂଲ୍ୟ ୪୮,୦୯୦ ଟଙ୍କାରେ ବନ୍ଦ ହୋଇଥିଲା । ୨୨ କ୍ୟାରେଟ ୧୦ ଗ୍ରାମ ସୁନା ମୂଲ୍ୟରେ ୧୭୯୦ ଟଙ୍କାର ହ୍ରାସ ଘଟିଛି । ଯାହା ପରେ ୧୦ ଗ୍ରାମ ସୁନା ମୂଲ୍ୟ ୪୪,୧୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଏହାର ମୂଲ୍ୟ ୪୫,୮୯୦ ଟଙ୍କା ଥିଲା ।

ଶୁକ୍ରବାର ଭୁବନେଶ୍ୱରରେ ରୁପା ମୂଲ୍ୟ (Silver Price) ରେ ବୃଦ୍ଧି  ଘଟିଛି । ଗୁରୁବାର ରାଜଧାନୀରେ ରୁପା ମୂଲ୍ୟରେ ୯୦୦ ଟଙ୍କାର ହ୍ରାସ ଘଟି ଥିଲା । ସେପଟେ ଶୁକ୍ରବାର ରୁପା ମୂଲ୍ୟରେ ୩୦୦ ଟଙ୍କାର ବୃଦ୍ଧି ଘଟିଛି । ଫଳରେ ଶୁକ୍ରବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୪,୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଗୁରୁବାର ଗୋଟିଏ କିଲୋଗ୍ରାମ ରୁପା ମୂଲ୍ୟ ୬୩,୯୦୦ ଟଙ୍କା ଥିଲା । ସେହିପରି ୧୦୦ ଗ୍ରାମ ରୁପା ମୂଲ୍ୟ ୬,୪୨୦ ଟଙ୍କା ରହିଛି । ଯାହା ଗୁରୁବାର ୬,୩୯୦ ଟଙ୍କା ଥିଲା ।

ଅଧିକ ପଢ଼ନ୍ତୁ:-ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! ଜାଣନ୍ତୁ କେତେ ବଢ଼ିପାରେ ଦରମା

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ଏସବୁ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ଅର୍ଥ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ପାକିସ୍ତାନର ନୂଆ ଗେମ୍ ପ୍ଲାନ, ପାକିସ୍ତାନୀ ଟଙ୍କା ଆପଣାଇବ ତାଲିବାନ