ସରକାରଙ୍କ ସନ୍ଦେହ ଯେ, ଚୀନ୍ ଏବଂ ଭାରତ ମଧ୍ୟରେ ଥିବା କଠିନ ପରିସ୍ଥିତିରେ ଏହି ୫୪ ଟି ଚାଇନିଜ୍ ଆପ୍ ଦେଶର ସୁରକ୍ଷା ପ୍ରତି ବିପଦ ହୋଇପାରେ ଏବଂ ତେଣୁ ଏହାକୁ ନିଷିଦ୍ଧ କରିବା ଆବଶ୍ୟକ।
Trending Photos
ନୂଆଦିଲ୍ଲୀ: ନ୍ୟୁଜ୍ ଏଜେନ୍ସି ANI ନିକଟରେ ଟ୍ୱିଟରରେ ଏକ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ଯେ ଖୁବ ଶୀଘ୍ର ଭାରତ ସରକାର ୫୪ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ସୂତ୍ରରୁ ପ୍ରକାଶ ଯେ ସରକାର ଅନୁଭବ କରୁଛନ୍ତି ଯେ ଏହି ଆପଗୁଡ଼ିକ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ଏବଂ ତେଣୁ ସେହି ସବୁ ଆପ ଗୁଡିକୁ ଶୀଘ୍ର ନିଷିଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯିବ। ଏହି ଆପ ଗୁଡ଼ିକରେ ଆପଲକ୍ ଏବଂ Garena Free Fireର ପରି ଅନେକ ଲୋକପ୍ରିୟ ଆପ୍ ଅନ୍ତର୍ଭୁକ୍ତ ରହିଛି।
ସହଯୋଗୀ ଖବର ସରବରାହ ସଂସ୍ଥା ଏଏନଆଇ (ANI) କିଛି ସମୟ ପୂର୍ବରୁ ଏହି ସୂଚନା ଟ୍ୱିଟ ଯୋଗେ ଜଣାଇଛି। ଭାରତ ସରକାର ଚୀନକୁ ପୁଣିଥରେ କୂଟନୈତିକ ସ୍ତରରେ ଝଟକା ଦେବାକୁ ଯାଉଛନ୍ତି। ସରକାର ଏହି ସୂଚନା ଦେଇଛନ୍ତି ଯେ ସରକାର ୫୪ ଟି ଚାଇନା ଆପ୍ (Chinese App) ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ଏହା ପଛର କାରଣ ଦେଶର ସୁରକ୍ଷା ସହ ଜଡିତ ବୋଲି କୁହାଯାଉଛି। ସରକାରଙ୍କ ସନ୍ଦେହ ଯେ, ଚୀନ୍ ଏବଂ ଭାରତ ମଧ୍ୟରେ ଥିବା କଠିନ ପରିସ୍ଥିତିରେ ଏହି ୫୪ ଟି ଚାଇନିଜ୍ ଆପ୍ ଦେଶର ସୁରକ୍ଷା ପ୍ରତି ବିପଦ ହୋଇପାରେ ଏବଂ ତେଣୁ ଏହାକୁ ନିଷିଦ୍ଧ କରିବା ଆବଶ୍ୟକ।
ଏଠାରେ କହିରଖୁଛୁ ଯେ, ବର୍ତ୍ତମାନ ସେହି ଆପଗୁଡ଼ିକର ନାମଗୁଡ଼ିକର ସଂପୂର୍ଣ୍ଣ ତାଲିକା ଯାହା ସରକାର ନିଷିଦ୍ଧ କରୁଛନ୍ତି ତାହା ପ୍ରକାଶ ପାଇନାହିଁ, କିନ୍ତୁ ଯେଉଁ ନାମ ଆସିଛି ତାହା ହେଉଛି Beauty Camera: Sweet Selfie HD, Beauty Camera: Selfie Camera, Equalizer & Bass Booster, Camcorder for Salesforce Ant, Isoland 2: Ashes of Time Light, Viva Video Editor, Tencent XRiver, AppLock and Dual Space Lite ଭଳି ଚାଇନିଜ୍ ଆପ୍ ରହିଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭାରତରେ ଚାଇନିଜ ଆପକୁ ବ୍ୟାନ କରାଯାଇଛି। ସେଥିମଧ୍ୟରୁ ଅନଲାଇନ ଗେମିଂ ଆପ୍ PUBG, ଟିକ୍ ଟକ୍ (TikTok) ଓ କ୍ୟାମ ସ୍କାନର ପରି ଅନେକ ଆପକୁ ଭାରତ ବ୍ୟାନ କରିସାରିଛି।
Also Read: ପିଏମ ମୋଦିଙ୍କ ସେହି କେଇପଦ କଥା, ଯାହା ଲେଖି ଦେଇଥିଲା ପୁଲୱାମା ପ୍ରତିଶୋଧର କାହାଣୀ
Also Read: ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ହଡ଼ପ କରୁଥିବା ଠକ ଗିରଫ; ଗୋଟିଏ କି ଦୁଇଟି ନୁହେଁ, ଅଛନ୍ତି ୧୦ରୁ ଅଧିକ ପତ୍ନୀ