Advertisement
Article Detail0/zeeodisha/odisha764063
Zee OdishaOdisha National-Internationalଚାଞ୍ଚଲ୍ୟକର ଖୁଲାସା: ହାଥରସ ଘଟଣା ପଛରେ ପାକିସ୍ତାନର ହାତ !

ଚାଞ୍ଚଲ୍ୟକର ଖୁଲାସା: ହାଥରସ ଘଟଣା ପଛରେ ପାକିସ୍ତାନର ହାତ !

ହିଂସାତ୍ମକ କାର୍ଯ୍ୟକଳାପ ଭିଆଇବା ପାଇଁ ସୋସିଆଲ ମିଡ଼ିଆ (Social Media) ରେ ଉସୁକାଇବା ଭଳି ବାର୍ତ୍ତା ପ୍ରଚାର କରାଯାଉଛି। ଆଉ ଏହି ସବୁ ବାର୍ତ୍ତା ପାକିସ୍ତାନ (Pakistan) ରୁ ହେଉଛି ବୋଲି ତଦନ୍ତକାରୀ ଦଳ ପ୍ରକାଶ କରିଛନ୍ତି। 

ଚାଞ୍ଚଲ୍ୟକର ଖୁଲାସା: ହାଥରସ ଘଟଣା ପଛରେ ପାକିସ୍ତାନର ହାତ !

ନୂଆଦିଲ୍ଲୀ: ହାଥରସ ଘଟଣାର ଯାଞ୍ଚ କରୁଥିବା ତଦନ୍ତକାରୀ ଦଳ ବେଶ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛି। ଉତ୍ତରପ୍ରଦେଶର ଯୋଗୀ ସରକାର (Yogi Government) ଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡ଼ିଆ (Social Media) ମାଧ୍ୟମରେ ଏକ ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିବା ନେଇ ପ୍ରକାଶ କରିଛି। ଉତ୍ତରପ୍ରଦେଶରେ (Uttarpradesh) ଯୋଗୀ ସରକାରଙ୍କୁ ବଦନାମ କରିବା ପାଇଁ ରାଜ୍ୟରେ ଦଙ୍ଗା ପାଇଁ ଷଡ଼ଯନ୍ତ୍ର ହୋଇଛି। ଏଥିପାଇଁ ବିଦେଶରୁ ପୁଳାପୁଳା ଟଙ୍କା ମଧ୍ୟ ଆସିଥିବା ଜଣାପଡ଼ିଛି। ହିଂସାତ୍ମକ କାର୍ଯ୍ୟକଳାପ ଭିଆଇବା ପାଇଁ ସୋସିଆଲ ମିଡ଼ିଆ (Social Media) ରେ ଉସୁକାଇବା ଭଳି ବାର୍ତ୍ତା ପ୍ରଚାର କରାଯାଉଛି। ଆଉ ଏହି ସବୁ ବାର୍ତ୍ତା ପାକିସ୍ତାନ (Pakistan) ରୁ ହେଉଛି ବୋଲି ତଦନ୍ତକାରୀ ଦଳ ପ୍ରକାଶ କରିଛନ୍ତି। 

ତଦନ୍ତକାରୀ ଦଳ କରିଥିବା ଖୁଲାସାରେ ଆହୁରି ମଧ୍ୟ ଦର୍ଶାଇଛି ଯେ, ବିଭିନ୍ନ ପ୍ରକାର ମିଛ ଖବରକୁ ମଧ୍ୟ ପ୍ରଚାର କରାଯାଉଛି। ଏହି ସବୁ ବାର୍ତ୍ତା ଟ୍ୱିଟର ଜରିଆରେ ପ୍ରସାରିତ କରାଯାଉଛି। କୁହାଯାଉଛି ଯେ ଏହି ସବୁ କାଣ୍ଡ ଭିଆଇବା ପଛରେ ଏକ ନିର୍ଦ୍ଦିଷ୍ଟ ସମୁଦାୟର ସମର୍ଥନ ରହିଛି। ଏଥିପାଇଁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ସେପଟେ ହାଥରସରେ ଗୁରୁତର ଧାରାରେ ମାମଲା ରୁଜୁ ହେବା ପରେ ଏହି ଟ୍ୱିଟର ଆକାଉଣ୍ଟ ଗୁଡ଼ିକ ବନ୍ଦ କରିଦିଆଯାଇଥିବା ଜଣାପଡ଼ିଛି। କରାଯାଇଥିବା ଟ୍ୱିଟ ଗୁଡ଼ିକ ମଧ୍ୟ ଡିଲିଟ କରିଦିଆଯାଇଥିବା ଜଣାପଡ଼ିଛି। 

ଅନ୍ୟପକ୍ଷରେ, ଏହି ମାମଲାରେ ପିଏଫଆଇର ସମ୍ପର୍କରେ ଜଣାପଡ଼ିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଜେରା କରିବ ବୋଲି ସୂଚନା ରହିଛି। ଲକ୍ଷ୍ନୌ ଶାଖା ମଥୁରା ଜେଲରେ ବନ୍ଦ ହୋଇଥିବା ପିଏଫ୍ଆଇର ସଦସ୍ୟମାନଙ୍କୁ ପଚରାଉଚରା  କରିବାକୁ ଯାଉଛି। ସମ୍ପ୍ରତି ହାଥରସ ମାମଲାରେ ପିଏଫଆଇର ଏହି ସଦସ୍ୟମାନଙ୍କୁ ପୋଲିସ ଗିରଫ କରିଥିଲା। ଦିଲ୍ଲୀରେ ପ୍ରଥମଥର ପାଇଁ ପିଏଫଆଇ ସଦସ୍ୟଙ୍କ ବିରୋଧରେ ECIR ଆଧାରରେ ମାମଲା ରୁଜୁ ହୋଇଛି। ଏହାକୁ ଆଧାର କରି ଇଡ଼ି ପିଏଫଆଇର ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଧୀରେଧୀରେ ଆଗକୁ ବଢାଉଥିବା ବେଳେ ତାଙ୍କୁ ଜେରା କରିପାରେ ବୋଲି ସୂଚନା ରହିଛି। 

Add Zee News as a Preferred Source

ତେବେ ଏହା ପୂର୍ବରୁ ଇଡ଼ି ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୟାନ ସାମ୍ନାକୁ ଆସିଛି। ଇଡ଼ି କହିଛି ଯେ, ଚନ୍ଦ୍ରଶେଖର ଆଜାଦ (Chandrasekhar Azad) ଙ୍କ ଭୀମ ଆର୍ମି (Bhim Army) ସହିତ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ସହିତ କୌଣସି ଲିଙ୍କ ନାହିଁ। କେବଳ ଏତିକି ନୁହେଁ, ଉତ୍ତରପ୍ରଦେଶରେ ଦଙ୍ଗା ପାଇଁ ବିଦେଶରୁ ଆସିଥିବା ଆର୍ଥିକ ସହାୟତାକୁ ଖଣ୍ଡନ କରିଛି ଇଡ଼ି। 

About the Author