Hawaiian Airlines: ଅବତରଣ କରିବାର ୩୦ ମିନିଟ୍ ପୂର୍ବରୁ ଝଡ଼ରେ ଫସିଗଲା ବିମାନ, ଅଚାନକ ଆକାଶରେ ହରାଇଲା ଭାରସାମ୍ୟ
Advertisement
Article Detail0/zeeodisha/odisha1494158

Hawaiian Airlines: ଅବତରଣ କରିବାର ୩୦ ମିନିଟ୍ ପୂର୍ବରୁ ଝଡ଼ରେ ଫସିଗଲା ବିମାନ, ଅଚାନକ ଆକାଶରେ ହରାଇଲା ଭାରସାମ୍ୟ

Hawaiian Airlines Flight:  ହୋନୋଲୁଲୁ ବିମାନ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି ଫିନିକ୍ସ ଠାରୁ ଆସିଥିବା ହାୱାଇ ଏୟାରଲାଇନ୍ସ ବିମାନର ୩୬ ଜଣ ଯାତ୍ରୀଙ୍କୁ ଏୟାରପୋର୍ଟ ପରିସରରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ୨୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଆହତ ହୋଇଥିଲେ। ବାକି ୯ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। 

Hawaiian Airlines: ଅବତରଣ କରିବାର ୩୦ ମିନିଟ୍ ପୂର୍ବରୁ ଝଡ଼ରେ ଫସିଗଲା ବିମାନ, ଅଚାନକ ଆକାଶରେ ହରାଇଲା ଭାରସାମ୍ୟ

Hawaiian Airlines News: ହାୱାଇ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏକ ବିମାନ ଏକ ବଡ଼ ଦୁର୍ଘଟଣାର ଶୀକାର ହେବାରୁ ଅଳ୍ପକେ ବର୍ତ୍ତିଯାଇଛି। ଫିନିକ୍ସ ଠାରୁ ହୋନୋଲୁଲୁ ଅଭିମୁଖେ ଯାଉଥିବା ବିମାନ ହଠାତ ଆକାଶରେ ଭାରସାମ୍ୟ ହରାଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଏନେଇ ହୋନୋଲୁଲୁ ଜରୁରୀକାଳୀନ ଚିକିତ୍ସା ସେବା ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ  ଏହି ଘଟଣାରେ ୧୧ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ୯ ଜଣଙ୍କ ଅବସ୍ଥା ସ୍ଥିର ରହିଛି।

ହୋନୋଲୁଲୁ ବିମାନ ବନ୍ଦରର ଜରୁରୀକାଳୀନ ମେଡିକାଲ ଏଜେନ୍ସି (Honolulu Airport Emergency Medical Agency) ଅନୁସାରେ ହାୱାଇ ଏୟାରଲାଇନ୍ସ (Hawaiian Airlines) ଦ୍ୱାରା ପରିଚାଳିତ ଏକ ବିମାନ ଝଡ଼ରେ ଫସି ଯାଇଥିଲା। ଏହି ବିମାନ ଅବତରଣ କରିବାର ପ୍ରାୟ ୩୦ ମିନିଟ୍ ପୂର୍ବରୁ ଝଡ଼ର ସାମ୍ନା କରିଥିଲା। ଏହି ଘଟଣାକୁ ନେଇ ବିମାନରେ ବହୁତ ଉତ୍ତେଜନା ଦେଖାଦେଇଥିଲା। ଯେଉଁ କାରଣରୁ ଅନେକ ଯାତ୍ରୀ ଆହତ ହୋଇଥିଲେ। ଏହି ଘଟଣାରେ ୧୧ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Also Read: Shocking News: ବିମାନ ଯାତ୍ରା ବେଳେ ଚର୍ଚ୍ଚାକୁ ଆସିଲେ ମହିଳା ଯାତ୍ରୀ, କାରନାମା ଶୁଣିଲେ ଉଡ଼ିଯିବ ହୋସ

ଅନ୍ୟପଟେ ହୋନୋଲୁଲୁ ବିମାନ ବନ୍ଦର ପ୍ରଶାସନ (Honolulu Airport Authority) ପକ୍ଷରୁ କୁହାଯାଇଛି ଫିନିକ୍ସ (Phoenix) ଠାରୁ ଆସିଥିବା ହାୱାଇ ଏୟାରଲାଇନ୍ସ ବିମାନର (Hawaiian Airlines Flight) ୩୬ ଜଣ ଯାତ୍ରୀଙ୍କୁ ଏୟାରପୋର୍ଟ ପରିସରରେ ଚିକିତ୍ସା ସୁବିଧା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ୨୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଗୁରୁତର ଆହତ ହୋଇଥିଲେ। ବାକି ୯ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାରେ କିଛି ଯାତ୍ରୀଙ୍କ ମୁଣ୍ଡ ମଧ୍ୟ ଫାଟି ଯାଇଥିବେଳେ ଅନ୍ୟ କେତେକଙ୍କ ମୁଣ୍ଡରେ ଆଘାତ ଲାଗିଛି। ଏପରିକି କିଛି ଲୋକ ବେହୋଶ ମଧ୍ୟ ହୋଇଯାଇଥିଲେ।

Also Read: Shocking News: ବିମାନ ପାଇଁ ୯୦ ହଜାର ଘର ହୋଇଗଲା ଅନ୍ଧାର, ଜାଣନ୍ତୁ କିପରି

ଏହି ଘଟଣାରେ ପ୍ରତିକ୍ରିୟା ରଖି କେଏଲି ରେୟେସ୍ ହାୱାଇ ନ୍ୟୁଜ୍ ନାଓ ନାମକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ବିମାନ ଝଡ଼ରେ ଫସି ଯିବା ବେଳେ ତାଙ୍କ ମାଆ ତାଙ୍କ ଆସନରେ ଥିଲେ। ସ୍ଥିତି ଏପରି ହୋଇଥିଲା ଯେ ମୋ ମାଆ ନିଜ ସିଟ ବେଲ୍ଟ ମଧ୍ୟ ବାନ୍ଧି ପାରିନଥିଲେ। ସିଟ୍ ବେଲ୍ଟ ଉଡ଼ିଯାଇ ବିମାନ ଛାତରେ ପିଟି ହୋଇଯାଇଥିଲା। ଅନ୍ୟପଟେ ହାୱାଇ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ବିମାନରେ ୨୭୮ ଜଣ ଯାତ୍ରୀ ଏବଂ ୧୦ ଜଣ ଚାଳକ ଦଳ ସଦସ୍ୟ ଯାତ୍ରା କରୁଥିଲେ। ସମସ୍ତେ ସକାଳ ପ୍ରାୟ ୧୦.୫୦ ମିନିଟ ସମୟରେ ହୋନୋଲୁଲୁ ଠାରେ ନିରାପଦରେ ଅବତରଣ କରିଛନ୍ତି।