ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର
Advertisement
Article Detail0/zeeodisha/odisha1162634

ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର

ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଛିି ଏକ ହେଲିକ୍ୟାପ୍ଟର।    

ଉଡ଼ାଣ ବେଳେ ଅଚାନକ ସମୁଦ୍ରରେ ଖସି ପଡ଼ିଲା ହେଲିକ୍ୟାପ୍ଟର

Helicopter  falls in to  Sea:  ସୋସିଆଲ ମିଡି଼ଆ ରେ ପ୍ରତ୍ୟେକ ଦିନ  କୌଣସି ନା କୌଣସି ଚକିତ କରିବା ଭଳି ଘଟଣା ଦେଖିବାକୁ ମିଳିଥାଏ।  ଏପରି କିଛି ଘଟଣା ଘଟିଥାଏ ଯାହାକୁ ଦେଖିବା ଆମେ ଆମର ଆଖି ଉପରେ ବିଶ୍ୱାସ କରି ପାରି ନ  ଥାଉ।  ଏଭଳି କିଛି ଘଟଣାର ଭିଡି଼ଓ  ଆସିଥାଏ ଯାହାକୁ  ଦେଖିବା ପରେ  ସହଜେ ବିଶ୍ୱାସ କରାଯାଇ ପାରି ନ ଥାଏ।  ସଦ୍ୟ ଏଭଳି ଏକ  ଭିଡିଓ ଭାଇରାଲ ହେଉଛି  ଯାହାକୁ ଦେଖିବା ପରେ ଜଣେ କେହି ଆଶ୍ଚର୍ଯ୍ୟ ଚକିତ ହୋଇଯିବ।  

ଭାଇରାଲ ହୋଇଥିବା ଏହି ଭିଡି଼ଓରେ ଦେଖିବାକୁ ମିଳଛି ଏକ ସମୁଦ୍ର ବେଳାଭୂମିରେ  କିଛି ଲୋକ  ଉପଭୋଗ କରୁଛନ୍ତି।  ସେମାନଙ୍କ ମଧ୍ୟରୁ କେତେ ଜଣ  ସେଠାରେ ସ୍ନାନ କରୁଥିବା ବେଳେ କିଛି ଲୋକ  ପରିବାର ସହ ବୁଲୁଛନ୍ତି। ଏହି ସମୟରେ କଳା ରଙ୍ଗର ବଡ଼ ହେଲିକ୍ୟାପ୍ଟର ଆକାଶରେ  ଉଡୁଥିବାର ଦେଖାଯାଉଛି।  ହେଲେ ଦେଖୁ ଦେଖୁ ଏହି ହେଲିକ୍ୟାପ୍ଟର  ଅଚାନକ ସମୁଦ୍ର ମଧ୍ୟରେ ଖସି ପଡ଼ିଥିଲା।  ଏହି ଘଟଣା  ଦେଖିବା ପରେ  ବେଳାଭୂମିରେ ଉପସ୍ଥିତ ଥିବା ଲୋକେ ଦୌଡାଦୌଡ଼ି କରିବା ଆରମ୍ଭ କରିଥିଲେ। 

 

ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି  ହେଲିକ୍ୟାପ୍ଟର ସମୁଦ୍ରରେ ଖସିବା ପରେ  ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡ଼ାଦୌଡ଼ି କରିବା ଆରମ୍ଭ କରିଥିଲେ।  ଏହି ହେଲିକ୍ୟାପ୍ଟର ଏତେ ଭାରୀ ଥିଲା ଯେ ଯଦି କେହି ଏହାର ସଂଶ୍ପର୍ଷରେ ଆସିଥାନ୍ତେ ତାହେଲେ ତାଙ୍କର ମୃତ୍ୟୁ ହୋଇଥାନ୍ତା।  ଏହି ଭିଡ଼ିଓ ଏତେ ଭୟାନକ ଯେ  ଏହା ଅପଲୋଡ଼ ହେବାର  କିଛି ଘଣ୍ଟା ମଧ୍ୟରେ ଦ୍ରୁତ ବେଗରେ ପ୍ରସାରିତ ହେବାରେ ଲାଗିଥିଲା। ଏଭଳି ଭିଡ଼ିଓ ଦେଖି ଲୋକେ ସେମାନଙ୍କ ପ୍ରତିକ୍ରିୟା ରଖୁଛନ୍ତି। ଏହାକୁ  oceanholic_life ନାମକ ଏକ ଇନଷ୍ଟ୍ରାଗ୍ରାମ୍ ହ୍ୟାଣ୍ଡେଲ ପକ୍ଷରୁ ପୋଷ୍ଟ କରାଯାଇଛି।

Also Read: ଜରୁରୀକାଳୀନ ଅବତରଣ ବେଳେ ଦୁଇ ଖଣ୍ଡରେ ବାଣ୍ଟିହୋଇଗଲା ବିମାନ