Hindi Diwas: ଆଜି ହିନ୍ଦୀ ଦିବସ: ବିଦେଶରେ ବି ପାଳନ ହିନ୍ଦୀ ଭାଷା, ଜାଣନ୍ତୁ କଣ ରହିଛି ମୋଦି ସରକାରଙ୍କର ବଡ଼ ଯୋଜନା
Advertisement
Article Detail0/zeeodisha/odisha1350879

Hindi Diwas: ଆଜି ହିନ୍ଦୀ ଦିବସ: ବିଦେଶରେ ବି ପାଳନ ହିନ୍ଦୀ ଭାଷା, ଜାଣନ୍ତୁ କଣ ରହିଛି ମୋଦି ସରକାରଙ୍କର ବଡ଼ ଯୋଜନା

ନୂଆଦିଲ୍ଲୀ: ଆଜି ହେଉଛି ହିନ୍ଦୀ ଦିବସ।୧୪ ସେପ୍ଟେମ୍ବରକୁ ସମଗ୍ର ଦେଶ ହିନ୍ଦୀ ଦିବସ ଭାବେ ପାଳନ କରୁଛି। ତେବେ ହିନ୍ଦୀ ଦିବସ ସମାରୋହକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ନେତା ଏଚଡି କୁମାରସ୍ୱାମୀ ହିନ୍ଦୀ ଦିବସ ପାଳନକୁ ନେଇ ଆପତ୍ତି ଅଭିଯୋଗ ଉଠାଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ନେଇ ଅନେକ ଯୋଜନା କରୁଛନ୍ତି। 

Hindi Diwas: ଆଜି ହିନ୍ଦୀ ଦିବସ: ବିଦେଶରେ ବି ପାଳନ ହିନ୍ଦୀ ଭାଷା, ଜାଣନ୍ତୁ କଣ ରହିଛି  ମୋଦି ସରକାରଙ୍କର ବଡ଼ ଯୋଜନା

Hindi Diwas: ନୂଆଦିଲ୍ଲୀ: ଆଜି ହେଉଛି ହିନ୍ଦୀ ଦିବସ।୧୪ ସେପ୍ଟେମ୍ବରକୁ ସମଗ୍ର ଦେଶ ହିନ୍ଦୀ ଦିବସ ଭାବେ ପାଳନ କରୁଛି। ତେବେ ହିନ୍ଦୀ ଦିବସ ସମାରୋହକୁ ନେଇ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡ଼ିଏସ ନେତା ଏଚଡି କୁମାରସ୍ୱାମୀ ହିନ୍ଦୀ ଦିବସ ପାଳନକୁ ନେଇ ଆପତ୍ତି ଅଭିଯୋଗ ଉଠାଇଥିଲେ। କିନ୍ତୁ କେନ୍ଦ୍ର ସରକାର ଏ ନେଇ ଅନେକ ଯୋଜନା କରୁଛନ୍ତି। 

ସରକାର ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟରେ ହିନ୍ଦୀ ଭାଷାକୁ କିଭଳି ପ୍ରୋତ୍ସାହନ ମିଳିବ ସେ ନେଇ ଅନେକ ଯୋଜନା କରୁଛନ୍ତି। ଏଠାରେ କହି ରଖୁ କି ଆଜି ହିନ୍ଦୀ ଦିବସ ପାଳନ ନ କରିବାକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ଏଚଡି କୁମାରସ୍ୱାମୀ। ସେ ତାଙ୍କ ଚିଠିରେ ଆହୁରି ମଧ୍ୟ ଲେଖିଥିଲେ କି ଆଜି ହିନ୍ଦୀ ଦିବସ ପାଳନ କରିବା କର୍ଣ୍ଣାଟକ ବାସୀଙ୍କ ପାଇଁ ଅନ୍ୟାୟ ହେବ। 

ସେପଟେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଦେଶର ଏକ କପିରେ ଉଲ୍ଲେଖ କରାଯାଇଛି କି ଯେଉଁଥିରେ ପ୍ରତ୍ୟେକ ଦେଶରେ 'ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି' ଗଠନ କରାଯିବ ବୋଲି କୁହାଯାଇଛି। ସେହି ସମସ୍ତ ଦେଶରେ ଏହି କମିଟି ଗଠନ ହେବ ଯେଉଁଠାରେ ଭାରତରେ ସାତରୁ ଅଧିକ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ କିମ୍ବା କାର୍ଯ୍ୟ କିମ୍ବା ଭାରତୀୟ ବ୍ୟାଙ୍କର ଶାଖା ଅଛି। ଏଠାରେ କହି ରଖୁ ଯେ ହିନ୍ଦୀ ହେଉଛି ଭାରତର ସରକାରୀ ଭାଷା।

ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ବିଦେଶରେ ଅବସ୍ଥିତ ଭାରତୀୟ କାର୍ଯ୍ୟାଳୟରେ ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସରକାରୀ କାର୍ଯ୍ୟାଳୟ ଅଧିନିୟମ ଲାଗୁ କରିବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବା ପାଇଁ ଏକ ମିଳିତ ଫୋରମ୍ ସୃଷ୍ଟି କରିବାର ଆବଶ୍ୟକତା ଅନୁଭବ କରାଯାଇଛି। ଏଥିରେ କୁହାଯାଇଛି କି ଏହି ସମିତି ଗଠନ ଗୁଡ଼ିକ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମଞ୍ଜୁରି ଓ ବୈଦେଶିକ ମନ୍ତ୍ରଣାଳୟର ସହମତିରେ କରାଯିବ ଓ ପ୍ରତ୍ୟେକ ଦେଶରେ ଭାରତୀୟ ରାଜଦୂତ ଏହାର ନେତୃତ୍ୱ ନେବେ। 

ଗୃହମନ୍ତ୍ରଣାଳୟ ଏହି ବର୍ଷ ୧୪ ଓ ୧୫ ସେପ୍ଟେମ୍ବରରେ ଗୁଜୁରାଟର ସୁରତରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ତେବେ ହିନ୍ଦୀ ଦିବସ ପାଳନ ଅବସରରେ ଏଭଳି କାର୍ଯ୍ୟକ୍ରମ ଦିଲ୍ଲୀରୁ ବାହାରେ ପ୍ରଥମକରି କରାଯାଉଛି। ଗୃହମନ୍ତ୍ରୀ ଅମିତ ଶାହ ଆଜି ହିନ୍ଦୀ ଦିବସ ଉପଲକ୍ଷେ ଦେଶବାସୀଙ୍କୁ ସମ୍ବୋଦ୍ଧନ ଦେବେ। 

ତେବେ ଦିଆଯାଇଥିବା ଆଦେଶ ମୁତାବକ ବିଦେଶରେ ରହିଥିବା ଭାରତୀୟ କାର୍ଯ୍ୟାଳୟ ଗୁଡ଼ିକରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ସମିତି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମିତିର ନାଁ ହିନ୍ଦୀ ବିଶେଷଜ୍ଞ ତଥା ବିଦେଶରେ ପ୍ରତିଷ୍ଠିତ ଭାରତୀୟ, ବରିଷ୍ଠ ଅଧିକାରୀଙ୍କ ନାଁରେ ଗଠନ ହେବ। ବିଦେଶରେ ରହିଥିବା ଭାରତୀୟ କାର୍ଯ୍ୟାଳୟ ଅବା ଶାଖା କାର୍ଯ୍ୟାଳୟ, ଭାରତୀୟ ବ୍ୟାଙ୍କ ଗୁଡ଼ିକ ଏହି ସମିତିର ସଦସ୍ୟ ଭାବେ ରହିବେ। ଏପରିକି ସମିତିର ବୈଠକ ନିୟମିତ ଭାବେ ହେବ ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି। 

ଅଧିକ ପଢନ୍ତୁ: ରାଜ୍ୟ ସମସ୍ୟାର ସମାଧାନ କରିବା ନେଇ ଗୃହମନ୍ତ୍ରୀଙ୍କୁ ଦାବି ଜଣାଇଲା ନାଗା ସମୂହ