Credit Card: ବିମୁଦ୍ରୀକରଣ ପରେ କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯଦି ଆପଣ କ୍ରେଡିଟ୍ କାର୍ଡ ସହିତ ସପିଂ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ।
Trending Photos
ନୂଆଦିଲ୍ଲୀ: ବିମୁଦ୍ରୀକରଣ ପରେ କ୍ରେଡିଟ କାର୍ଡ (Credit Card) ବ୍ୟବହାରକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଯଦି ଆପଣ କ୍ରେଡିଟ୍ କାର୍ଡ ସହିତ ସପିଂ କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ଯଦି କ୍ରେଡିଟ୍ କାର୍ଡର ଦେୟ ସଠିକ୍ ସମୟରେ ପ୍ରଦାନ ନ କରନ୍ତି ତେବେ ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ବିଳମ୍ବ ଦେୟ Late (Payment Charges) ବାବଦରେ ଚାର୍ଜର ବୃଦ୍ଧି କରିଛି ।
ମେସେଜ ଏବଂ ଇ-ମେଲ ଦ୍ୱାରା ଦିଆଯାଇଛି ସୂଚନା
କେତେକ କ୍ଷେତ୍ରରେ ଗ୍ରାହକଙ୍କୁ କ୍ରେଡିଟ୍ କାର୍ଡ ବିଲ୍ (Credit Card Bill) ଦେବାରେ ବିଳମ୍ବ ହେଉଛି । ବର୍ତ୍ତମାନ ଯଦି ଏହା ଘଟେ ତେବେ ଏହା ଆପଣଙ୍କ ପକେଟ ଅଧିକ ଖାଲି ହୋଇପାରେ । ଅର୍ଥାତ ବର୍ତ୍ତମାନ ଦେୟ ଦେବା ପାଇଁ ଆପଣଙ୍କୁ ପୂର୍ବ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡିବ । କ୍ରେଡିଟ କାର୍ଡ ଗ୍ରାହକଙ୍କୁ ମେସେଜ ଏବଂ ଇ-ମେଲ ମାଧ୍ୟମରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
୧୦ ଫେବୃଆରୀରୁ ଲାଗୁହେବ ନୂତନ ଚାର୍ଜ
ମେସେଜରେ ଦିଆଯାଇଥିବା ସୂଚନାରେ କୁହାଯାଇଛି ଯେ ୧୦ ଫେବୃଆରୀ ୨୦୨୨ ରୁ ବର୍ଦ୍ଧିତ ଦେୟ ଲାଗୁ ହେବ । ବିଳମ୍ବରେ ଦେୟ ସହିତ, ବର୍ତ୍ତମାନ କ୍ରେଡିଟ କାର୍ଡରୁ ନଗଦ ଟଙ୍କା ଉଠାଇବା ମଧ୍ୟ ପୂର୍ବ ଅପେକ୍ଷା ଅଧିକ ମହଙ୍ଗା ହେବାକୁ ଯାଉଛି । ସୂଚନାନୁସାରେ, ଅନ୍ୟ କ୍ରେଡିଟ କାର୍ଡ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟ ପୂର୍ବ ଅପେକ୍ଷା ବିଳମ୍ବ ଦେୟ ପାଇଁ ଅଧିକ ଚାର୍ଜ କରିବାକୁ ଚିନ୍ତା କରୁଛନ୍ତି । ଏ ବାବଦରେ ଖୁବ ଶୀଘ୍ର ଅନ୍ୟ ବ୍ୟାଙ୍କ ପକ୍ଷରୁ ଏକ ଘୋଷଣା ଆଶା କରାଯାଉଛି ।
୧୦୦ ରୁ କମ୍ ଦେୟ ଉପରେ କୌଣସି ଚାର୍ଜ ନାହିଁ
ଗ୍ରାହକଙ୍କୁ ବ୍ୟାଙ୍କ ପଠାଇଥିବା ମେସେଜ୍ ଅନୁଯାୟୀ ଯଦି ଆପଣଙ୍କର ବକେୟା ୧୦୦ ଟଙ୍କାରୁ କମ୍, ତେବେ ଆପଣଙ୍କୁ ବିଳମ୍ବ ଶୁଳ୍କ ପରି କୌଣସି ଦେୟ ଦେବାକୁ ପଡିବ ନାହିଁ । କିନ୍ତୁ ଯଦି ଆପଣ ଏହାଠାରୁ ଅଧିକ ଋଣୀ, ତେବେ ଆପଣଙ୍କ ପକେଟ ପୂର୍ବ ଅପେକ୍ଷା ଅଧିକ ଖାଲି ହେବା ନିଶ୍ଚିତ ।
ଏହା ବି ପଢ଼ନ୍ତୁ: '୨ଟି ଗ୍ରୁଫରେ ବିଭକ୍ତ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍, କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ଅଲଗା'
ଏହା ବି ପଢ଼ନ୍ତୁ: OBC Reservation: ସୁପ୍ରିମକୋର୍ଟ ଦେଲେ ଐତିହାସିକ ରାୟ, କହିଲେ ଏହି ବଡ଼ କଥା