ଟ୍ରେନ୍ ଟିକେଟ୍ ବାତିଲ୍ କଲେ ତୁରନ୍ତ ଫେରସ୍ତ ମିଳିବ ଟଙ୍କା, IRCTC ଆରମ୍ଭ କଲା ଏହି ସୁବିଧା
Advertisement
Article Detail0/zeeodisha/odisha927828

ଟ୍ରେନ୍ ଟିକେଟ୍ ବାତିଲ୍ କଲେ ତୁରନ୍ତ ଫେରସ୍ତ ମିଳିବ ଟଙ୍କା, IRCTC ଆରମ୍ଭ କଲା ଏହି ସୁବିଧା

IRCTC ର ଏକ ଆପ୍ ମାଧ୍ୟମରେ ଯଦି ଆପଣ ଟ୍ରେନ୍ ଟିକେଟ୍ ବୁକ୍ କରନ୍ତି ଓ କୌଣସି କାରଣରୁ ଏହାକୁ ବାତିଲ୍ କରୁଛନ୍ତି, ତେବେ ତୁରନ୍ତ ଟଙ୍କା ଆପଣଙ୍କ ଆକାଉଣ୍ଟ ଫେରସ୍ତ ମିଳିବ ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଟ୍ରେନ୍ ଟିକେଟ୍ (Train Ticket) ବାତିଲ୍ ଉପରେ ଯଦି ଆପଣ ତୁରନ୍ତ ନିଜ ଆକାଉଣ୍ଟରେ ଟଙ୍କା ଫେରସ୍ତ ପାଇବାକୁ ଚାହୁଁଛନ୍ତି, ତେବେ IRCTC ଆପଣଙ୍କ ପାଇଁ ଏକ ଆପ୍ ଲଞ୍ଚ କରିଛି । ଏହି ଆପରୁ ଟିକେଟ୍ ବୁକିଂ କରିବା ପରେ ଯଦି କୌଣସି କାରଣରୁ ଆପଣଙ୍କର ଟିକେଟ୍ ବାତିଲ୍ କରିବାକୁ ପଡେ, ତେବେ ତୁରନ୍ତ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ତୁରନ୍ତ ଫେରସ୍ତ ଆସିବ। ସାଧାରଣତଃ ଟ୍ରେନ୍ ଟିକେଟ୍ ବାତିଲ୍ (Train ticket cancel) ପରେ ଫେରସ୍ତ ଟଙ୍କା ପାଇବାକୁ ୪୮ ରୁ ୭୨ ଘଣ୍ଟା ଅପେକ୍ଷା କରିବାକୁ ପଡିଥାଏ ।

IRCTC ଏହାର ୱେବସାଇଟ୍ ଓ ଆପରେ IRCTC-iPay ସୁବିଧା ଆରମ୍ଭ କରିଛି । ଯଦି ଆପଣ ଏହି ସୁବିଧା ମାଧ୍ୟମରେ ଟିକେଟ୍ ବୁକିଂର ଏକ ସମସ୍ୟାରେ ପେମେଣ୍ଟ୍ କରନ୍ତି । ତେବେ ତୁରନ୍ତ ଆପଣଙ୍କ ଆକାଉଣ୍ଟରେ ଟଙ୍କା ଫେରସ୍ତ ଆସିବ ।

ଜାଣନ୍ତୁ IRCTC-iPay ଏହି ସୁବିଧା ବିଷୟରେ
ରେଳ ଯାତ୍ରୀଙ୍କ ପାଇଁ ଟିକେଟ୍ ବୁକିଂ ଅଭିଜ୍ଞତାକୁ ଉନ୍ନତ କରିବାକୁ, କେନ୍ଦ୍ର ସରକାର ଡିଜିଟାଲ୍ ଇଣ୍ଡିଆ ଅଭିଯାନ (Digital India campaign) ଅଧୀନରେ ୨୦୧୯ ରେ IRCTC-iPay ଆରମ୍ଭ କରିଥିଲେ । ଉଭୟ IRCTC ୱେବସାଇଟ୍ ଓ ଆପ୍ ରୁ ଟ୍ରେନ୍ ଟିକେଟ୍ (Train Ticket) ବୁକିଂ କରିବା ସମୟରେ ଆପଣ ଏହି ସୁବିଧା ପାଇପାରିବେ । ବର୍ତ୍ତମାନ IRCTC ମଧ୍ୟ IRCTC-iPay କୁ ଅପଗ୍ରେଡ୍ କରିଛି । ସେବେଠାରୁ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବୁକିଂ ଆହୁରି ସହଜ ହୋଇଯାଇଛି ।

ଅଧିକ ପଢ଼ନ୍ତୁ: କୋରୋନା ଭୟରେ ଜୋରସୋରରେ ପିଉ ଯାଉଛନ୍ତି କି କାଢ଼ା? ହୋଇପାରେ ଏହି ଘାତକ ରୋଗ

ଜାଣନ୍ତୁ IRCTC-iPay ମାଧ୍ୟମରେ ଟ୍ରେନ୍ ଟିକେଟ୍ କିପରି ବୁକ୍ କରିବେ-

IRCTC-iPay ରୁ ଟ୍ରେନ୍ ଟିକେଟ୍ ବୁକ୍ କରିବାକୁ ପ୍ରଥମେ ଆପଣଙ୍କୁ www.irctc.co.in ୱେବସାଇଟକୁ ଭିଜିଟ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ୟୁଜର୍ ଆଇଡି ଓ ପାସୱାର୍ଡ ମାଧ୍ୟମରେ ଏଠାରେ ଲଗ୍ ଇନ୍ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ କେଉଁଠାରୁ କେଉଁଠାକୁ ଯାତ୍ରା କରିବେ ଓ ଯାତ୍ରା ତାରିଖ ଇତ୍ୟାଦି ପୂରଣ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ପେମେଣ୍ଟ ପେଜକୁ ଯିବାକୁ ହେବ ଓ 'IRCTC-iPay' ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ 'Pay and Book' ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ: Facebook ର 'haha' ଇମୋଜି ହେଉଛି ହାରାମ! ମୌଲାନା ଜାରି କଲେ ଫତୱା, ଦେଲେ ଏହି ତର୍କ  

ଏହା ପରେ ଆପଣଙ୍କୁ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ କିମ୍ବା UPI ମାଧ୍ୟମରେ କ୍ଲିକ୍ କରିବାକୁ ପଡିବ ।

ଏହା ପରେ, 'ଓକେ' କ୍ଲିକ୍ କରି, ଆପଣ ଟିକେଟ୍ ବୁକ୍ କରିପାରିବେ ଓ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏକ ନିଶ୍ଚିତକରଣ ବାର୍ତ୍ତା ଆସିବ ।

ଥରେ ଆପଣ ଆପଣଙ୍କର ସମସ୍ତ ବିବରଣୀ ଏଣ୍ଟ୍ରି କରିସାରିବା ପରେ, ଯଦି ଆପଣ ପୁଣି ଥରେ ଟିକେଟ ବୁକ୍ କରନ୍ତି, ତେବେ ଆପଣଙ୍କୁ ଆଉଥରେ ଯାତ୍ରୀଙ୍କ ବିବରଣୀ ପୁରଣ କରିବାକୁ ପଡିବ ନାହିଁ ।