ପିଏମ କିସାନ ଯୋଜନା ସମୟରେ ଯଦି କରିଥିବେ ଏମିତି କାମ, ତେବେ ଫେରାଇବେ ସବୁ ଟଙ୍କା; ଶୀଘ୍ର କରନ୍ତୁ ଚେକ୍
Advertisement

ପିଏମ କିସାନ ଯୋଜନା ସମୟରେ ଯଦି କରିଥିବେ ଏମିତି କାମ, ତେବେ ଫେରାଇବେ ସବୁ ଟଙ୍କା; ଶୀଘ୍ର କରନ୍ତୁ ଚେକ୍

ଏହି ଯୋଜନାରେ ୧ ଜୁନ୍ ୨୦୧୯ ରେ ଏହି ଯୋଜନାକୁ ସଂଶୋଧନ କରାଯାଇଥିଲା ଏବଂ ଏହା ସେମାନଙ୍କର ଧାନର ଆକାର ନିର୍ବିଶେଷରେ ସମସ୍ତ ଚାଷୀ ପରିବାରକୁ ବିସ୍ତାର କରାଯାଇଥିଲା ।

ପିଏମ କିସାନ ଯୋଜନା ସମୟରେ ଯଦି କରିଥିବେ ଏମିତି କାମ, ତେବେ ଫେରାଇବେ ସବୁ ଟଙ୍କା; ଶୀଘ୍ର କରନ୍ତୁ ଚେକ୍

ନୂଆଦିଲ୍ଲୀ: PM Kisan Samman Nidhi Scheme: ନରେନ୍ଦ୍ର ମୋଦି ସରକାର ଦେଶକୁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କୋରୋନା ସଙ୍କଟ କାଳେ କେନ୍ଦ୍ର ସରକାର ଲୋକଙ୍କୁ ଆର୍ଥିକ ସଙ୍କଟରୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଅନେକ ଥର ସେହି ବ୍ୟକ୍ତି ମାନେ ଯୋଜନାର ଫାଇଦା ଉଠାଉଛନ୍ତି ଯେଉଁମାନେ ଏ ଅଧିକାର ପାଇଁ ଯୋଗ୍ୟ ନୁହଁନ୍ତି। କିନ୍ତୁ ଏଥର ସରକାର ଏପରି ନକଲି ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି ଆପଣ ମଧ୍ୟ ଏହି ଭୁଲ୍ କରିଛନ୍ତି ତେବେ ଏହି ପୁରା ଖବର ପଢିନିଅନ୍ତୁ। 

ପ୍ରଧାନମନ୍ତ୍ରୀ (Prime Minister) କିସାନ୍ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ଚାଷୀ ମାନଙ୍କୁ ମିଳିସାରିଛି। ଯେତେବେଳେ ୨୪ ଫେବୃଆରୀ ୨୦୧୯ ରେ PM Kisan ଯୋଜନା ଆରମ୍ଭ କରାଯାଇଥିଲା, ଏହାର ଲାଭ କେବଳ ୨ ହେକ୍ଟର ପର୍ଯ୍ୟନ୍ତ କ୍ଷୁଦ୍ର ଚାଷୀ ମାନଙ୍କ ପାଇଁ ସୀମିତ ଥିଲା । ପରେ ଏହି ଯୋଜନାରେ ୧ ଜୁନ୍ ୨୦୧୯ ରେ ଏହି ଯୋଜନାକୁ ସଂଶୋଧନ କରାଯାଇଥିଲା ଏବଂ ଏହା ସେମାନଙ୍କର ଧାନର ଆକାର ନିର୍ବିଶେଷରେ ସମସ୍ତ ଚାଷୀ ପରିବାରକୁ ବିସ୍ତାର କରାଯାଇଥିଲା । ତାହା ହେଉଛି, ବର୍ତ୍ତମାନ ଚାଷୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ କେତେ ହେକ୍ଟର ଜମି ସହିତ ଆବେଦନ କରିପାରିବେ । କିନ୍ତୁ ମନେରଖନ୍ତୁ ଜମି ଚାଷୀଙ୍କ ନାମରେ ହେବା ଉଚିତ୍।

ପିଏମ କିସାନ ସ୍କିମ ଅନୁସାରେ, ଏବେ ସେହି କିସାନ ପରିବାରଙ୍କୁ ସାହାଯ୍ୟ ମିଳିବ ଯେଉଁ ମାନଙ୍କ ନାଁରେ ଚାଷ ଜମି ଅଛି।  ପ୍ରଥମର ନିୟମ ପରିବର୍ତ୍ତନ କରାଯାଇ ପୈତୃକ ଜମିରେ ଭାଗ ଥିଲେ ବି PM Kisan ଯୋଜନା ଅଧିନରେ ଲାଭ ମିଳିବ ନାହିଁ। ମାତ୍ର ଏହି ନିୟମ ପୁରୁଣା ଲାଭାର୍ଥୀଙ୍କ ଉପରେ ଲାଗୁ ହେବନାହିଁ। ଅନ୍ୟପଟେ ଆପଣଙ୍କୁ କହିରଖୁଛୁ ଯେ, କ୍ଷେତ ଜମି ଗାଁରେ ଥାଉ ବା ସହରରେ, ପିଏମ କିସାନ ଯୋଜନା (Pm kisan Samman Nidhi Scheme)  ଅଧିନରେ ଆର୍ଥିକ ସହାୟତା ମିଳିବ। 

Also Read: 'ମୋତେ ଜୀବନରୁ ମାରି ଦେବାକୁ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ'

ସେହିପରି ପିଏମ କିସାନ ସମ୍ମାନ ନିଧି ଯୋଜନାରେ ଗାଇଡଲାଇନ ଅନୁସାରେ ଗୋଟିଏ ଜମିରେ ପରିବାରର ଅନେକଙ୍କ ନାଁ ରହିଛି ତେବେ ପ୍ରତିଟି କିସାନ ପରିବାରର ସଦସ୍ୟଙ୍କୁ ଅଲଗା ଅଲଗା ୬୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଉପଲବ୍ଧ ହେବ। ଏହି ସ୍କିମ ଆଧାରରେ ଯଦି କେଉଁ ଚାଷୀ ଚାଷ କରୁଛି ଏବଂ ସେହି ଜମି ତାଙ୍କ ନାଁରେ ନଥାଇ ତାଙ୍କ ବାପା କି ଦାଦାଙ୍କ ନାଁରେ ଥାଏ ତେବେ ବର୍ଷକୁ ତାଙ୍କୁ ୬ ହଜାରର ଲାଭ ମିଳିବ ନାହିଁ। ଯଦି କୌଣସି ଚାଷୀ ଆଉ କାହାଠୁ ଜମି ନେଇ ଚାଷ କରନ୍ତି ତେବେ ତାଙ୍କୁ ବି ଲାଭ ମିଳିବ ନାହିଁ। 

Also Read: କାନାଡା ଦେଶରେ ଲାଗୁହେଲା ଜରୁରୀକାଳିନ ଆକ୍ଟ, ଏହା ରହିଛି କାରଣ

1-ଯଦି କାହା ପାଖେ ଏଗ୍ରିକଲଚର୍ ଲ୍ୟାଣ୍ଡ ଅଛି ମାତ୍ର ତା ଉପରେ ନନ୍ ଏଗ୍ରିକଲଚର୍ ଆକ୍ଟିଭିଟି ହୁଏ। ତେବେ ଏହି ସ୍କିମ ଆଧାରରେ ଲାଭ ମିଳିପାରିବ ନାହିଁ।
2- ଯଦି ଯୋଗ୍ୟ ଚାଷଜମିରେ ଚାଷ ହେଉନାହିଁ ତେବେ ଯୋଜନାର ଲାଭ ଉଠାଇପାରିବେ ନାହିଁ। 
3- ସବୁ ସଂସ୍ଥାଗତ ଭୂମି ଧାରକ ଏହି ଯୋଜନା ଅଧିନରେ ଆସିବେ ନାହିଁ। 
4-ଯଦି କୌଣସି ଚାଷୀ କିମ୍ବା ତାଙ୍କ ପରିବାର ସଦସ୍ୟ ସାମ୍ବିଧାନିକ ପଦ ପରେ ରହିଥିବେ ତେବେ ତାଙ୍କୁ କୌଣସି ସୁବିଧା ମିଳିପାରିବ ନାହିଁ।
5-ରାଜ୍ୟ, କେନ୍ଦ୍ର ସରକାର କର୍ମଚାରୀ ବା ଅବସର ନେଇଥିବା କର୍ମଚାରୀ, ପିଏମୟୁ ଓ ପିଏସଇ ରିଟାୟର, ସେବାବୃତ୍ତି କର୍ମଚାରୀ, ସରକାରୀ ଅଧିନରେ ଥିବା କର୍ମଚାରୀ ମାନେ ମଧ୍ୟ ଏହି ଯୋଜନାରୁ ଲାଭ ଉଠାଇପାରିବେ ନାହିଁ। 
6-ପୂର୍ବ ରାଜ୍ୟମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ମେୟର ବା ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ, ବିଧାୟକ, ଏମଏଲସି, ଲୋକସଭା, ରାଜ୍ୟସଭା ସାଂସଦ ଏ ଯୋଜନାରୁ ନିବୃତ୍ତ ରହିବେ। 
7- ଡାକ୍ତର, ଇଞ୍ଜିନିୟର, ସିଏ, ଆର୍କିଟେକ୍ସ, ଓକିଲ ସହ ପ୍ରଫେସନାଲ ଲୋକ ମାନେ ଏହି ଯୋଜନାରୁ ବଞ୍ଚିତ ରହିବେ। 
8-ମାସକୁ ୧୦ ହଜାର ଟଙ୍କା ପେନସନ ପାଉଥିବା ବ୍ୟକ୍ତି ଏଥିରୁ ଲାଭ ପାଇପାରିବେ ନାହିଁ।