ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା
Advertisement
Article Detail0/zeeodisha/odisha826725

ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା

ରେଳ ଅଧିନିୟମ ଧାରା ୧୪୭ ଅନୁସାରେ ବିପଦ ଜନକ ଭାବେ ରେଳ ଧାରଣା ଅତିକ୍ରମ କରିବା ସମୟରେ ଧରାପଡନ୍ତି ତାହେଲେ ୬ ମାସ ଜେଲ ଦଣ୍ଡ ଏବଂ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ।

ଏଣିକି ରେଳ ଧାରଣା ଅତିକ୍ରମ କଲେ ଯିବେ ଜେଲ, ଦେବେ ଜରିମାନା

ନୂଆଦିଲ୍ଲୀ: ନୂଆ ବର୍ଷରୁ ଯାତ୍ରୀଙ୍କ ଲାଗି ଏକ କଠୋର ନିୟମ ଲାଗୁ କରିଛି ଭାରତୀୟ ରେଳବାଇ। ଯଦି କୌଣସି ଲୋକ ଏହି ଆଇନକୁ ଅମାନ୍ୟ କରନ୍ତି ତାହେଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସମ୍ପୃକ୍ତ ବ୍ୟକ୍ତିବିଶେଷ ଜେଲ ଯାଇପାରନ୍ତି କିମ୍ବା ତାଙ୍କୁ ଜରିମାନା ଦେବାକୁ ହେବ।  

ଏନେଇ ଭାରତୀୟ ରେଳବାଇ ପକ୍ଷରୁ ଟ୍ୱିଟ କରି ଲୋକଙ୍କୁ ଟ୍ୱିଟ କରି ଅବଗତ କରାଯାଇଛି। ରେଳବାଇ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଯାଉଥିବା ନୂତନ ନିୟମ ଅନୁସାରେ ଏଣିକି ରେଳ ଧାରଣା ଅତିକ୍ରମ କରିବା ବେଳେ ସତର୍କତା ଅବଲମ୍ବନ କରିବାକୁ ହେବ। ଯଦିଓ ପୂର୍ବରୁ ଏ ସମ୍ପର୍କିତ ନିୟମ ପ୍ରଣୟନ କରାଯାଇଛି ହେଲେ ଏହାକୁ ପାଳନ କରାଯିବା ବଦଳରେ ଖୋଲାଖୋଲି ଭାବେ ଉଂଲଘନ କରାଯାଉଛି। ଅନେକ ସମୟରେ  ଭୟାନକ ଦୁର୍ଘଟଣା ଘଟିବା  କାରଣରୁ ଧନ ଜୀବନ ହାନି ହୋଇଛି।   

fallback

ଏଣିକି ଶୃଙ୍ଖଳିତ ଭାବେ ଲେବୁଲ କ୍ରସିଂ ପାର କରିବାକୁ ହେବ। ସମୟ ବଞ୍ଚାଇବା କିମ୍ବା ଅନ୍ୟ କୌଣସି କାମ କାରଣରୁ ଅନେକ ସମୟରେ ଲୋକ ବିପଦଜନକ ଭାବେ ରେଳ ଧରଣା ଅତିକ୍ରମ କରିଥାୀନ୍ତି। ଏପରିକି   ଲେବୁଲ କ୍ରସିଂ ଫାଟକ ବନ୍ଦ ଥିବା ସତ୍ତ୍ୱେ ସେମାନେ ଏହା ତଳେ ଗଳି ରେଳ ଧାରଣା ଅତିକ୍ରମ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। 

Also Read: ଏଣିକି ସୌରଶକ୍ତିରେ ଟ୍ରାକରେ ଦୌଡିବ ଭାରତୀୟ ରେଳବାଇ

fallback         
 
ହେଲେ ଏବେ ଏପରି ଧରଣର ବିଶୃଙ୍ଖଳିତ କାମ ଉପରେ ଲଗାମ କଷିବାକୁ ଯୋଜନା ପ୍ରସ୍ତୁତ କରିସାରିଛି ଭାରତୀୟ ରେଳବାଇ। ଯଦି ଚଳିତ ବର୍ଷ ଠାରୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଲୋକ ଯଦି ବିପଦଜନକ ଭାବେ ରେଳ ଧାରଣା କିମ୍ବା ଲେବୁଲ କ୍ରସିଂ ପାର ଅତିକ୍ରମ କରିବା ସମୟରେ ଧରାପଡନ୍ତି ତାହେଲେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ରେଳବାଇ। ଏହି ନିୟମକୁ ଉଂଲଘନ କଲେ ଏବେ ୬ ମାସ ଜେଲ କିମ୍ବା  ୧୦୦୦ ଟଙ୍କା ଜରିମାନ ଦେବାକୁ ହେବ। 

Also Read: covid19 update: କୋରୋନା ମୁକାବିଲା ପାଇଁ ରେଳବାଇ ପକ୍ଷରୁ ୯୬୦ କୋଭିଡ କେୟାର କୋଚ ମୁତୟନ

 

fallback

 

Also Read: ପ୍ରଥମ ଦିନ ସ୍ୱତନ୍ତ୍ର କ୍ଲୋନ ଟ୍ରେନ ଚଳାଇବ ନାହିଁ ରେଳବାଇ, ଜାଣନ୍ତୁ ଏହାର କାରଣ

 

ରେଳ ଅଧିନିୟମ ଧାରା ୧୪୭ ଅନୁସାରେ ବିପଦ ଜନକ ଭାବେ ରେଳ ଧାରଣା ଅତିକ୍ରମ କରିବା ସମୟରେ ଧରାପଡନ୍ତି ତାହେଲେ ୬ ମାସ ଜେଲ ଦଣ୍ଡ ଏବଂ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିପାରେ କିମ୍ବା ଉଭୟ ହୋଇପାରେ। ସେଥିପାଇଁ ରେଳବାଇ ଲୋକଙ୍କୁ ସୁରକ୍ଷା ପାଇଁ କେବଳ ନିର୍ଦ୍ଦିଷ୍ଟ ସ୍ଥାନରୁ ରେଳସ ଧାରଣା ଅତିକ୍ରମ କରିବାକୁ ପରାମର୍ଶ ଦେଇଥାଏ। ଲୋକଙ୍କୁ ଏହା ବିଷୟରେ ଅବଗତ କରାଇବା ପାଇଁ ଉତ୍ତର ରେଳବାଇ ପକ୍ଷରୁ ଟ୍ୱିଟ୍ କରିଛି।