ପ୍ରତିଦିନ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା, ମିଳିବ ଏସବୁ ଲାଭ
Advertisement
Article Detail0/zeeodisha/odisha1142063

ପ୍ରତିଦିନ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା, ମିଳିବ ଏସବୁ ଲାଭ

Health News: ପ୍ରବଳ ଗରମ ଯୋଗୁଁ ଦିନର ଅଧିକାଂଶ ସମୟରେ ଶରୀର ତାପମାତ୍ରା ଅଧିକ ରହୁଥିବାରୁ ଡାକ୍ତର ଅଧିକ ଫଳାହାର କରିବାକୁ ପରାମର୍ଶ ଦିଅନ୍ତି । କାରଣ ଅଧିକାଂଶ ଫଳରେ  ଭିଟାମିନ୍ ଏ, ବି, ସି ଏବଂ ଭିଟାମିନ୍ କେ ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । 

ସାଙ୍କେତିକ ଫଟୋ

ଭୁବନେଶ୍ୱର: ଅନ୍ୟ ଋତୁ ଅପେକ୍ଷା ଖରାଦିନେ ଫଳର ଚାହିଦା ବଢ଼ିଥାଏ । ପ୍ରବଳ ଗରମ ଯୋଗୁଁ ଦିନର ଅଧିକାଂଶ ସମୟରେ ଶରୀର ତାପମାତ୍ରା ଅଧିକ ରହୁଥିବାରୁ ଡାକ୍ତର ଅଧିକ ଫଳାହାର କରିବାକୁ ପରାମର୍ଶ ଦିଅନ୍ତି । କାରଣ ଅଧିକାଂଶ ଫଳରେ  ଭିଟାମିନ୍ ଏ, ବି, ସି ଏବଂ ଭିଟାମିନ୍ କେ ରହିଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସ୍ୱାଦିଷ୍ଟ ଅମୃତଭଣ୍ଡାରେ ପ୍ରଚୁର ଭିଟାମିନ ରହିବା ସହ ମସ୍କିଷ୍କକୁ ଶୀତଳ ରଖୁଥିବାରୁ ଖରାଦିନେ ଏହାର ଚାହିଦା ଯଥେଷ୍ଟ ବଢ଼ିଯାଇଥାଏ । ବର୍ଷର ପ୍ରାୟ ସବୁ ସମୟରେ ମିଳୁଥିବା ଅମୃତଭଣ୍ଡା ଏକ ଏପରି ଫଳ ଯାହା ଭିଟାମିନରେ ଭରପୁର ହେବାସହ ସବୁ ସ୍ଥାନରେ ସହଜରେ ମିଳିଥାଏ ।  

ଭାରତର ପ୍ରାୟ ସବୁ ରାଜ୍ୟରେ ସବୁ ପ୍ରକାର ମାଟିରେ ଅମୃତଭଣ୍ଡା ହୋଇଥାଏ । ଭିଟାମିନରେ ଭରପୁର ଅମୃତଭଣ୍ଡା ତ୍ବଚାର ସୁନ୍ଦରତାକୁ ବଢାଇଥାଏ । ଏହାର ପତ୍ର, ମଞ୍ଜିରେ ମଧ୍ୟ ଔଷଧୀୟ ଗୁଣ ଭରି ରହିଛି । ଅମୃତଭଣ୍ଡା ହଜମରେ ସାହାଯ୍ୟ କରିବା ସହ କୋଲେଷ୍ଟ୍ରଲ ହ୍ରାସ କରିଥାଏ । 

ହୃଦରୋଗୀ ଖାଆନ୍ତୁ ନାହିଁ ଅମୃତଭଣ୍ଡା

ଫଳ ମଧ୍ୟରେ ଅମୃତ ହୋଇଥିଲେ ବି କିଛି ନିର୍ଦ୍ଦିଷ୍ଟ ରୋଗ ଥିବା ବ୍ୟକ୍ତି ଅମୃତଭଣ୍ଡା ଖାଇବା ଉଚିତ ନୁହେଁ ।  ଅମୃତଭଣ୍ଡାରେ ପପାଇନ, ଚିମୋପାପିନ, କାରିକାଇନ ପରି ଆଲର୍ଜିତ ପ୍ରୋଟିନ ରହିଥିବାରୁ ଗର୍ଭବତୀ, ଆଲର୍ଜି ରୋଗ ଥିବା ବ୍ୟକ୍ତିବିଶେଷ ଏହା ଖାଇବା ଉଚିତ ନୁହେଁ । ଏହାସହିତ ହୃଦରୋଗୀ ମଧ୍ୟ ଅମୃତଭଣ୍ଡା ନଖାଇବାକୁ ସ୍ୱାସ୍ଥ୍ୟବିଶେଷଜ୍ଞ ପରାମର୍ଶ ଦିଅନ୍ତି । କାରଣ ଏହି ଫଳ ହୃଦ ସ୍ପନ୍ଦନ ଗତିକୁ ମନ୍ଥର କରିଦେଇଥାଏ ।  

ପେଟ ରୋଗ ଦୂର କରେ ଅମୃତଭଣ୍ଡା

ପାଚିଲା ଅମୃତଭଣ୍ଡାରେ ପେପେନ୍ ନାମକ ଉପାଦାନ ରହିଥାବାରୁ ଏହା ଶରୀରରେ ପ୍ରୋଟିନ୍ ନିୟନ୍ତ୍ରଣ କରିବା ସହ ହଜମରେ ସାହାଯ୍ୟ କରିଥାଏ। ଏହାସହିମ ଏହି ଫଳ କୋଷ୍ଠକାଠିନ୍ୟକୁ ମଧ୍ୟ ଦୂର କରିଥାଏ । ପେଟ ରୋଗ ଭୋଗୁଥିବା ରୋଗୀ ପ୍ରତିଦିନ ଡାଏଟରେ ଅମୃତଭଣ୍ଡା ସାମିଲ କଲେ ଅଳ୍ପ ଦିନ ମଧ୍ୟରେ ଏହାର ସୁଫଳ ପାଇଥାନ୍ତି ।  

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଅମୃତଭଣ୍ଡା

ଅମୃତଭଣ୍ଡାରେ ଖୁବ କମ ପରିମାଣରେ କ୍ୟାଲୋରୀ ଥିବାବେଳେ ଏଥିରେ ପ୍ରଚୁର ଫାଇବର ଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ । ଏହାସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଅମୃତଭଣ୍ଡା ।

କୋଲେଷ୍ଟ୍ରଲ ହ୍ରାସ କରେ ଅମୃତଭଣ୍ଡା

ଅମୃତଭଣ୍ଡାରେ ଫାଇବର, ଭିଟାମିନ୍ ସି ସହିତ ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଯାହା କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରରେ ଅତ୍ୟଧିକ କୋଲେଷ୍ଟ୍ରଲ ରହିବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦଘାତ ଭଳି ଅନେକ ସମସ୍ୟା ହୋଇପାରେ। ତେଣୁ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ପାଇଁ ଅମୃତଭଣ୍ଡା ମହୋଷଧି ପରି କାର୍ଯ୍ୟ କରିଥାଏ ।

ଏହା ବି ପଢ଼ନ୍ତୁ: 'ବିଜେପି ଅହଂକାରୀ, AAP କୁ ସୁଯୋଗ ଦିଅ': କେଜ୍ରିୱାଲ

ଏହା ବି ପଢ଼ନ୍ତୁ: Railway Recruitment 2022: ଦଶମ ପାସଙ୍କୁ ରେଳବାଇରେ ନିଯୁକ୍ତି ସୁଯୋଗ, ବାହାରିଲା ବମ୍ପର ସଂଖ୍ୟକ ପୋଷ୍ଟ