Assault Rifle: ଭାରତରେ ତିଆରି ହେବ ହାଲୁକା ଏବଂ ଡବଲ୍ ରେଞ୍ଜ୍ ରାଇଫଲ୍, ଗୋଟିଏ ମିନିଟରେ ମାରିବ ୬୦୦ ଗୁଳି
Advertisement

Assault Rifle: ଭାରତରେ ତିଆରି ହେବ ହାଲୁକା ଏବଂ ଡବଲ୍ ରେଞ୍ଜ୍ ରାଇଫଲ୍, ଗୋଟିଏ ମିନିଟରେ ମାରିବ ୬୦୦ ଗୁଳି

Rifle Manufacturing in India:  ଭାରତ ସରକାର କ୍ରମାଗତ ଭାବରେ ସେନାର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଏହା ଅଧୀନରେ ଦୀର୍ଘ ସମୟ ଧରି ଏକ ନିର୍ଭରଯୋଗ୍ୟ ରାଇଫଲ ପାଇଁ ସନ୍ଧାନ କରାଯାଇଥିଲା। 

Assault Rifle: ଭାରତରେ ତିଆରି ହେବ ହାଲୁକା ଏବଂ ଡବଲ୍ ରେଞ୍ଜ୍ ରାଇଫଲ୍, ଗୋଟିଏ ମିନିଟରେ ମାରିବ ୬୦୦ ଗୁଳି

AK-203 Assault Rifle: ବିଶ୍ୱର ଶ୍ରେଷ୍ଠ-୫ ସୈନ୍ୟ ମଧ୍ୟରେ ଗଣାଯାଏ ଭାରତୀୟ ସେନା। ଭାରତ ସରକାର କ୍ରମାଗତ ଭାବରେ ସେନାର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଏହା ଅଧୀନରେ ଦୀର୍ଘ ସମୟ ଧରି ଏକ ନିର୍ଭରଯୋଗ୍ୟ ରାଇଫଲ ପାଇଁ ସନ୍ଧାନ କରାଯାଇଥିଲା। ଯାହା ବର୍ତ୍ତମାନ AK-203 Assault Rifle ଆକାରରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଏହି ଅତ୍ୟାଧୁନିକ ବନ୍ଧକକୁ ପାରମ୍ପରିକ ସହଯୋଗୀ ଋଷିଆ ସହାୟତାରେ ନିର୍ମାଣ କରିବ ଭାରତ। ଏହାର ଉତ୍ପାଦନ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ଏନେଇ ଜଣେ ବରିଷ୍ଠ ଋଷୀୟ ଅଧିକାରୀ କହିଛନ୍ତି ଯେ ଭାରତ-ଋଷିଆ ମିଳିତ ଉଦ୍ୟମରେ (India Russia Joint Ventureship) ଚଳିତ ଶେଷ ସୁଦ୍ଧା AK-203 Assault Rifle ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ। ଭାରତର ଏକ ଉତ୍ପାଦନ କେନ୍ଦ୍ରରେ ଏହି ରାଇଫଲ ଉତ୍ପାଦନ (Rifle Manufacturing Unit of India) ଆରମ୍ଭ କରାଯିବ। ଉତ୍ତର ପ୍ରଦେଶ (Uttar Pradesh) ଆମେଠୀ ଜିଲ୍ଲାର (Amethi District) କୋରୱା ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନାରେ (Korwa Ordnance Factory) ଋଷୀୟ ମୂଳର କାଲଶିନକୋଭ ରାଇଫଲ (Russian Origin Kalashnikov Rifle) ଉତ୍ପାଦନ ପାଇଁ ଗତ ୨୦୧୯ ବର୍ଷରେ ଭାରତ-ଋଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ (India Russia Rifles Private Limited) ପ୍ରତିଷ୍ଠା କରାଯାଇଥିଲା।

Also Read: INS Vikrant: ଚୀନ କଥାର ପଡ଼ି ଭାରତକୁ ଧୋକ୍କା ଦେଇଥିଲା ଋଷିଆ?

ଭାରତୀୟ ସେନା (Indian Armed Force) ଦୀର୍ଘ ଦିନ ଧରି ଇନସାସ ରାଇଫଲ (INSAS Rifle) ବ୍ୟବହାର କରି ଆସୁଛି। ବର୍ତ୍ତମାନ ଏହାର ଏକ ନିର୍ଭରଯୋଗ୍ୟ ବିକଳ୍ପ ଖୋଜୁଛି ସେନା। ଅତ୍ୟାଧୁନିକ AK-203 Assault Rifle ଭାରତୀୟ ସେନାର ଆବଶ୍ୟକତା ପୂରଣ କରିବ। ଏହା ଇନସାସ ରାଇଫଲ ବିକଳ୍ପ ହୋଇପାରିବ। AK-203, INSAS ରାଇଫଲ ଅପେକ୍ଷା ହାଲୁକା ଏବଂ ଅଧିକ ଘାତକ ହେବ।

AK-203 Assault Rifle ଓଜନ ୩.୮ କିଲୋଗ୍ରାମ ଏବଂ ଲମ୍ବା ୭୦୫ ମିଲିମିଟର ହୋଇଥିବା ବେଳେ, ଇନସାସ ରାଇଫଲ ଓଜନ ହେଉଛି ୪.୧୫ କିଲୋଗ୍ରାମ ଏବଂ ଲମ୍ବା ୯୬୦ ମିଲିମିଟର। 

କମ୍ ଓଜନ ଏବଂ ସ୍ୱଳ୍ପ ଦୈର୍ଘ୍ୟ ହେତୁ, AK-203 Assault Rifle ପରିଚାଳନା କରିବା ସହଜ ହେବ। ଏହି ରାଇଫଲ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବହନ କରାଯାଇ ପାରିବ। ଓଜନ କମ ହେତୁ ଏହାକୁ ବ୍ୟବହାର କରୁଥିବା ସୈନିକ କମ ଥକ୍କା ଅନୁଭବ କରିବେ ଏବଂ ସେମାନଙ୍କ ଲାଗି କାର୍ଯ୍ୟ କରିବା ମଧ୍ୟ ସହଜ ହେବ।

Also Read: ଋଷିଆକୁ ପୃଥକ କରିବା ପାଇଁ ହେଉଥିବା ପ୍ରୟାସକୁ ସମର୍ଥନ କରିବ ନାହିଁ ଭାରତ: ଋଷୀୟ ରାଷ୍ଟ୍ରଦୂତ

AK-203 Assault Rifle ଓଜନରେ ହାଲୁକା ଏବଂ ଆକାରରେ ଛୋଟ ହେବା ସହ ଅଧିକ ଘାତକ। ଏହି ବନ୍ଧୁକରେ 7.62x39mm ଗୁଳି ବ୍ୟବହାର ହୋଇଥାଏ। ଏହାର ରେଞ୍ଜ ହେଉଛି ୮୦୦ ମିଟର। ଯାହା ଏହାକୁ ଅଧିକ ଘାତକ କରିଥାଏ। ଅନ୍ୟପେ ଇନସାସ ରାଇଫଲ 5.56x45mm ଗୁଳି ବ୍ୟବହାର କରିଥାଏ। ଯାହାର ରେଞ୍ଜ ହେଉଛି ୪୦୦ ମିଟର। 

AK-203 Assault Rifle କୁ Automatic Mode ରେ ଚଳା ଯାଇପାରେ। ଗୋଟିଏ ମିନିଟ ସମୟରେ ଏହି ବନ୍ଧୁକ ୬୦୦ ଗୁଳି ମାରିପାରେ। AK-203 ଏକ 30 ରାଉଣ୍ଡ ବକ୍ସ ମାଗାଜିନ ସହିତ ସୁସଜ୍ଜିତ ହୋଇଛି। ଏହାର ପ୍ରତି ସେକେଣ୍ଡରେ ବେଗ ହେଉଛି ୭୧୫ ମିଟର। ଇନସାସ ରାଇଫଲ ଏକ ମିନିଟରେ ୬୫୦ ଗୁଳି ମାରିପାରେ। ହେଲେ ଇନସାସ ଅପେକ୍ଷା AK-203 ରାଇଫଲର ସଠିକତା ହେଉଛି ଅଧିକ। 

Also Read: ଋଷିଆ-ୟୁକ୍ରେନ ଯୁଦ୍ଧ ବେଳେ ଭାରତ ଲାଗି ଆସିଲା ଆଶ୍ୱସ୍ତିକର ଖବର

ଗତ ୨୦୧୯ ମାର୍ଚ୍ଚ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଉତ୍ତର ପ୍ରଦେଶ ଆମେଠୀ ଜିଲ୍ଲାରେ AK-203 Assault Rifles ଉତ୍ପାଦନ କାରଖାନାର (AK-203 Assault Rifles Manufacturing Unit) ମୂଳଦୁଆ ପକାଇଲେ। ଯେଉଁଠାରେ ଋଷିଆ ସହିତ ଭାରତ AK-203 ରାଇଫଲ ନିର୍ମାଣ କରିବ।