ସାତ ବର୍ଷ ପୂର୍ବେ ଆଜିର ଦିନରେ ବିଦାୟ ନେଇଥିଲେ 'ଯୁଦ୍ଧ ଦେବତା'
Advertisement
Article Detail0/zeeodisha/odisha813414

ସାତ ବର୍ଷ ପୂର୍ବେ ଆଜିର ଦିନରେ ବିଦାୟ ନେଇଥିଲେ 'ଯୁଦ୍ଧ ଦେବତା'

ବିଭିନ୍ନ ଦେଶର ସେନାବାହିନୀ ଦ୍ୱାରା ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ମାରଣାସ୍ତ୍ର ଭାବେ ଜଣାଶୁଣା ଏକେ ୪୭ ରାଇଫଲ ନିର୍ମାତା କ୍ଲାସ୍ନିକୋଭଙ୍କ ଆଜିର ଦିନ ୨୦୧୩ ବର୍ଷରେ ତାଙ୍କର ଦେହାନ୍ତ ହୋଇଥି୍ଲା । 

ସାତ ବର୍ଷ ପୂର୍ବେ ଆଜିର ଦିନରେ ବିଦାୟ ନେଇଥିଲେ 'ଯୁଦ୍ଧ ଦେବତା'

ନୂଆଦିଲ୍ଲୀ: ଡିସେମ୍ବର ୨୩ ତାରିଖ ଆଉ ଆଜିର ଦିନରେ ୭ ବର୍ଷେ ପୂର୍ବେ ଦୁନିଆକୁ ଅଲବିଦା କହିଥିଲେ ଋଷୀୟ ନାଗରିକ ମିଖାଇଲ୍ କ୍ଲାସ୍ନିକୋଭ୍ (Mikhail Kalashnikov)। ବିଭିନ୍ନ ଦେଶର ସେନାବାହିନୀ ଦ୍ୱାରା ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ମାରଣାସ୍ତ୍ର ଭାବେ ଜଣାଶୁଣା ଏକେ ୪୭ ରାଇଫଲ (AK47 Rifle) ନିର୍ମାତା କ୍ଲାସ୍ନିକୋଭଙ୍କ ଆଜିର ଦିନ ୨୦୧୩ ବର୍ଷରେ ତାଙ୍କର ଦେହାନ୍ତ ହୋଇଥି୍ଲା । 

ତାଙ୍କ ମୃତ୍ୟୁ ପରେ ବିଶ୍ୱ ସାମରିକ କ୍ଷେତ୍ରରେ ଜଣେ ଅସ୍ତ୍ରଶସ୍ତ୍ର ଆବିଷ୍କାରକ, ନିର୍ମାଣକର୍ତ୍ତାଙ୍କୁ ହରାଇଥିଲା। ନିଧନ ପୂର୍ବରୁ ଏକେ ୪୭ ରାଇଫଲ ମିଖାଇଲ୍ କ୍ଲାସ୍ନିକୋଭ୍ ଥରେ କହିଥିଲେ ମୁଁ କ'ଣ ସେହି ଲକ୍ଷ ଲକ୍ଷ ଲୋକଙ୍କୁ କରାଯାଇଥିବା ହତ୍ୟାର ହତ୍ୟାକାରୀ। ବିଶ୍ୱରେ ସେ କ୍ଲାସ୍ନିକୋଭ୍ ମିସାଇଲ ନାଁରେ ପରିଚୟ ପାଇଥିଲେ।  

fallback

ମୃତ୍ୟୁ ପୂର୍ବରୁ ସେ ଲେଖିଥିବା ଏକ ଚିଠିରେ ଦର୍ଶାଇଥିଲେ ଏକେ ୪୭ ରାଇଫଲ ଦ୍ୱାରା ହୋଇଥିବା ମୃତ୍ୟୁ କ'ଣ ମୋ ଦ୍ୱାରା କରାଯାଇଥିବା ହତ୍ୟା। ମୁଁ ମାନବ ସମାଜକୁ ଏକ ରକ୍ତାକ୍ତ ଇତିହାସ ଦେଇଛି କି? ଏହି ପ୍ରଶ୍ନ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଆନ୍ଦୋଳିତ କରିଥିଲା। ଏହାକୁ ନେଇ ତାଙ୍କ ମନରେ ଆସିଥିବା ଅବସାଦ କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ଯେପରି ଆଲଫ୍ରେଡ ନୋବେଲ ଡାଇନାମାଇଟ୍ ତିଆରି କରି ନିଜ ଜୀବନରେ ଏକ ଅଶାନ୍ତ ମୃତ୍ୟୁକୁ ବାଛିଥିଲେ। 

ଆଧୁନିକ ଯୁଗର 'ଯୁଦ୍ଧ ଦେବତା' (God of War) ଭାବେ ପରିଚିତ ମିଖାଇଲ୍ କ୍ଲାସ୍ନିକୋଭ ୧୯୧୯ ମସିହା ନଭେମ୍ବର ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେତେବେଳର ବିଶ୍ୱଯୁଦ୍ଧର ପରିବେଶରେ ଜନ୍ମଗ୍ରହଣ କରି ଏହି ଶିଶୁ ଅସ୍ତ୍ରଶସ୍ତ୍ରକୁ ବୁଝି ବଡ ହୋଇଥିଲେ। ଏହି ସମୟରେ ଉଦ୍ଭାବନ ଏବଂ ଯନ୍ତ୍ରର ପ୍ରଭାବ ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ପ୍ରଭାବ ମିଖାଇଲଙ୍କ ଜୀବନରେ ପଡିଥିଲା। କୌଣସି ମେସିନକୁ ଖୋଲି ନଷ୍ଟ ହୋଇଥିବା ଯନ୍ତ୍ରର ମରାମତି ମିଖାଇଲଙ୍କ ପ୍ରଥମ ମନୋରଞ୍ଜନ ପାଲଟି ଯାଇଥିଲା। 

ବିଶ୍ୱ ଯୁଦ୍ଧ ସମୟରେ ଋଷିଆ ସାମରିକ ଉପକରଣ ସଂସ୍ପର୍ଶରେ ଆସିବ କ୍ଲାସ୍ନିକୋଭଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଜନ ଘଟଣାନଥିଲା। ସେ ଏକ ନୂଆ ଯୁଦ୍ଧାସ୍ତ୍ର ନିର୍ମାଣ କରି ଅନ୍ତିମ ନିଶ୍ୱାସ ନେଇଥିଲେ। ଋଷିଆର ଯେଉଁ ପ୍ରଦେଶରେ ସେ ଜୀବନ ଅତିବାହିତ କରିଥିଲେ ସେଠାରେ ଏକ କାରଖାନା ରହିଥିଲା। ସେଠାରେ କାମ କରୁଥିବା ଅନେକ ଲୋକ ତାଙ୍କର ବନ୍ଧୁ ହୋଇଥିଲେ। 

କ୍ଲାସ୍ନିକୋଭ ଯୁବକ ଅବସ୍ଥାରେ ପଦାର୍ପଣ କରିବା ପରେ ଦେଶର ସୈନ୍ୟ ବାହିନୀର ଯୋଗ ଦେବା ଲାଗି ଆବେଦନ ବାହାରିଥିଲା। ମାତ୍ରା ତାଙ୍କର ଉଚ୍ଚତା ସୈନିକ ହେବା ଲାଗି ଠିକ ନଥିଲା। ହେଲେ ମେସିନ ଉପରେ ରହିଥିବା ଜ୍ଞାନ କାରଣରୁ ତାଙ୍କୁ ରଷୀୟ ସେନେ ବାହିନୀରେ ନିଯୁକ୍ତି ମିଳିଗଲା। ସୈନ୍ୟ ବାହିନୀରେ ବ୍ୟବହୃତ ହେଉଥିବା ସାମରିକ ଉପକରଣ ପରିଚାଳନା ଦାୟିତ୍ୱରେ ରହିଥିଲେ। ଅସ୍ତ୍ରଶସ୍ତ୍ର ପ୍ରୟୋଗ ଦକ୍ଷତା କାରଣରୁ ସେ ଅନେକ ଥର ପୁରଷ୍କୃତ ହୋଇଥିଲେ।    

ସବୁକିଛି ଠିକ୍ ଚାଲିଥିବା ବେଳେ ବିଶ୍ୱରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ ଆସି ପହଞ୍ଚିଗଲା। ଏହି ଯୁଦ୍ଧ ସମୟରେ ସେ ଏକ ସାମରିତକ ଉପକରଣ ଚଳାଉଥିବା ବେଳେ ଆହତ ହୋଇଥିଲେ। ଏହି ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସିତ ହେବା ସମୟରେ ସେଠାରେ କିଛି ସୈନିକ ଉପସ୍ଥିତ ଥିଲେ ଯେଉଁମାନେ ସୋଭିଏତ୍ ଅସ୍ତ୍ର ବ୍ୟବହାର କରିଥିଲେ। 

fallback

ଏହା ଶୁଣି ମିଖାଇଲ୍ କ୍ଲାସ୍ନିକୋଭ ଅପମାନିତ ଅନୁଭବ କଲେ। ଏହା ପରେ ସେ ସ୍ଥିର କଲେ  ସେ ଋଷିଆର ସୈନିକଙ୍କ ପାଇଁ ଏପରି ଅସ୍ତ୍ର ତିଆରି କରିବେ ଯାହା ଦ୍ୱାରା ସେ ନିଜ ଦେଶ ପାଇଁ ଗର୍ବିତ ଅନୁଭବ କରିବେ। ପରେ ଏହି ଅପମାନ ଏକେ୪୭ ରାଇଫଲ ଭାବେ ବିଶ୍ୱରେ ଦୃଶ୍ୟମାନ ହୋଇଥିଲା। ଏହି ବନ୍ଧୁକ ସ୍ୱୟଂଚାଳିତ ଥିଲା। ୧୯୪୭ ମସିହାରେ ନିର୍ମିତ ଅଟୋମୋଟିଭ କ୍ଲାସ୍ନିକୋଭା୪୭ (Automative Kalashnikov 47 Rifle) ଅର୍ଥାତ ଏକେ୪୭ ରାଇଫଲ ଏକ ନୂତନ ବନ୍ଧୁକ ଭାବେ ସୈନ୍ୟବାହିନୀ ଲାଗି ପ୍ରସ୍ତୁତ ହୋଇଥିଲା।   

fallback

ମିଖାଇଲ୍ ଏହା ପାଇଁ ବହୁତ ଗର୍ବିତ ଥିଲେ। ହେଲେ କିନ୍ତୁ ଧିରେ ଧିରେ ତାଙ୍କର ଗର୍ବ ଅବସାଦକୁ ଚାଲିଗଲା। ଗୋଟିଏ ଚିଠିରେ ସେ ଦାବି କରିଛନ୍ତି ସେ ଏକେ ରାଇଫଲରୁ ଲକ୍ଷ ଲକ୍ଷ ଗୁଳି ଚଳାଇଛନ୍ତି। ଯେଉଁ କରଣରୁ ତାଙ୍କ କାନ ଶୁଣିବା ପାଇଁ ସଂଘର୍ଷ କରୁଥିଲେ। ମୁଁ ଶୁଣିପାରୁ ନାହିଁ, କାରଣ ପ୍ରତ୍ୟେକ ମୃତ୍ୟୁର ଚିତ୍କାର ମୋ କାନରେ ବାଜୁଛି। ତାଲିବାନ ସଙ୍ଗଠନ ଏହି  ରାଇଫଲକୁ ସର୍ବାଧିକ ବ୍ୟବହାର କରିଥିଲା।

fallback

ଯୁଦ୍ଧ ମାନବ ସଭ୍ୟତାର ସବୁଠାରୁ ବଡ ଏବଂ ଭୟଙ୍କର ଦୁଃଖଦ ଘଟଣା। ଯେତେବେଳେ ବନ୍ଧୁକ ଦୁଇ ଜଣ, ସମ୍ପ୍ରଦାୟ କିମ୍ବା ଦେଶରେ ବାର୍ତ୍ତାଳାପ ସମ୍ମୁଖରେ ରଖାଯାଏ, ସେତେବେଳେ ଏହା ବୁଝିବା ଆବଶ୍ୟକ ପ୍ରଥମେ ମଣିଷର ପ୍ରଥମେ ପଡିବ ଏହା ପରେ ଉଭୟଙ୍କ ମୃତ ଶରୀର। ଏହି ଶିକ୍ଷାକୁ ମନେ ରଖିବା ପାଇଁ ମିଖାଇଲ୍ କ୍ଲାସ୍ନିକୋଭଙ୍କ ମୃତ୍ୟୁ ବାର୍ଷିକୀକୁ ମଣିଷ ସମାଜ ମନେ ରଖିବା ଦରକାର।