କୋରୋନା ଆତଙ୍କ! ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ରଦ୍ଦ
Advertisement

କୋରୋନା ଆତଙ୍କ! ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ରଦ୍ଦ

ଡିସେମ୍ବର ୨୨ ତାରିଖ ରାତି ୧୨ଟାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନ (Flight) କୁ ବାତିଲ କରାଯାଇଛି।

 

କୋରୋନା ଆତଙ୍କ! ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ରଦ୍ଦ

ପ୍ରକାଶ ରଞ୍ଜନ ପରିଡା, ନୂଆଦିଲ୍ଲୀ: ଟିକା ଆସିବା ପରେ ବି ଦୂର ହୋଇନି କୋରୋନା ଆତଙ୍କ। ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ଆଉ ଏହାକୁ ଦେଖି ବିଶ୍ୱର ଅନେକ ଦେଶ ସତର୍କତା ପଦକ୍ଷେପ ନେଉଛନ୍ତି। ଆଉ ବ୍ରିଟେନରୁ ଉଡାଣ ଭରୁଥିବା ସମସ୍ତ ବିମାନକୁ ଭାରତ ରଦ୍ଦ କରିଛି।  

ଏବେ ବି ଦୂର ହୋଇନି କରୋନା (Corona Virus) ଆତଙ୍କ। ବିଭିନ୍ନ ଦେଶରେ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମହାମାରୀ କୋରୋନାର ନୂଆ ଷ୍ଟ୍ରେନ ସାମ୍ନାକୁ ଆସୁଛି। ବ୍ରିଟେନ (Britain) ରେ ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଭାରତ (India) ରେ ଏହାର ପ୍ରବେଶ ଉପରେ ରୋକ୍ ଲଗାଇବା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି। ଡିସେମ୍ବର ୨୨ ତାରିଖ ରାତି ୧୨ଟାରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବ୍ରିଟେନରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନ (Flight) କୁ ବାତିଲ କରାଯାଇଛି।

Also Read: ୮୦୦ ବର୍ଷ ପରେ ଦେଖାଯିବ ମହାଜାଗତିକ ଦୃଶ୍ୟ

ଡିସେମ୍ବର ୨୨ ମଧ୍ୟରାତ୍ରି ପୂର୍ବରୁ ବ୍ରିଟେନରୁ ଯେଉଁମାନେ ଭାରତ ଆସିବେ ସେମାନଙ୍କ କୋରୋନା ଟେଷ୍ଟ (Covid Test) ହେବ। ଆଉ ୧୦ ଦିନ ପାଇଁ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ। କୋରୋନାର ନୂଆ ଷ୍ଟ୍ରନ ଚିହ୍ନଟ ହେବା ପରେ ଏହାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରଶ୍ନ ଉଠିଛି। ପ୍ରସ୍ତୁତି ଚାଲିଥିବା ଟିକା ନୂଆ ଷ୍ଟ୍ରେନର ମୁକାବିଲା ପାଇଁ ସକ୍ଷମ କିମ୍ବା ଏଥିପାଇଁ ଭିନ୍ନ ଟିକାର ଆବଶ୍ୟକତା ରହିଛି? ଡାକ୍ତରଙ୍କ କହିବା ଅନୁସାରେ ପ୍ରସ୍ତୁତ ଟିକା ମଧ୍ୟ କୋରୋନାର ଯେ କୌଣସି ଷ୍ଟ୍ରେନକୁ ପ୍ରତିହତ କରିପାରିବ। କିନ୍ତୁ ଏଥିପାଇଁ ଆକ୍ରାନ୍ତଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ।    

Also Read: କଂଗ୍ରେସ କାରଣରୁ ହିନ୍ଦୁରାଷ୍ଟ୍ର ନେପାଳ ହୋଇଥିଲା କମ୍ୟୁନିଷ୍ଟ ଦେଶ

ସେପଟେ ଦେଶବାସୀଙ୍କୁ ଭ୍ୟାକସିନ (Covid vaccine) ମିଳିବା ନେଇ ପୁଣିଥରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତାବର୍ଷ ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ଲୋକଙ୍କୁ କୋରୋନା ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ଅତିକ୍ରମ କରିଥିବାବେଳେ ଧୀରେଧୀରେ ସଂକ୍ରମଣ ହାର କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୩୩୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି। ୨୫ ହଜାରରୁ ଅଧିକ କୋରୋନା ସଂକ୍ରମିତ ରୋଗମୁକ୍ତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ପ୍ରକାଶ କରିଛି। 

ବର୍ଷେ ଧରି ସାରା ବିଶ୍ୱରେ ମହାମାରୀ କୋରୋନା ନିଜର କାୟା ବିସ୍ତାର କରିଛି। ଏବେ ଭାଇରସ ଭୟରୁ ମୁକ୍ତ ହେବା ପାଇଁ କିଛି ଦେଶରେ ଟିକା ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଭାରତକୁ ମଧ୍ୟ ଖୁବଶୀଘ୍ର ସ୍ୱଦେଶୀ କୋରୋନା ଟିକା ମିଳିବା ସମ୍ଭାବନା ରହିଛି।