କଂଗ୍ରେସ କାରଣରୁ ହିନ୍ଦୁରାଷ୍ଟ୍ର ନେପାଳ ହୋଇଥିଲା କମ୍ୟୁନିଷ୍ଟ ଦେଶ
Advertisement
Article Detail0/zeeodisha/odisha811739

କଂଗ୍ରେସ କାରଣରୁ ହିନ୍ଦୁରାଷ୍ଟ୍ର ନେପାଳ ହୋଇଥିଲା କମ୍ୟୁନିଷ୍ଟ ଦେଶ

ବିଶ୍ୱରେ ହିନ୍ଦୁରାଷ୍ଟ୍ର ଭାବେ ପରିଚିତ ନେପାଳ କିପରି ଭାବେ ଏକ କମ୍ୟୁନିଷ୍ଟ ଶାସିତ ଦେଶ ହେଲା ତାହା ପଛରେ ରହିଛି ଏକ ଇତିହାସ। ନେପାଳ ବାମପନ୍ଥୀଙ୍କ କବଳକୁ ଆସିବା ପଛରେ ଭାରତର ଶାସନ ବ୍ୟବସ୍ତାକୁ ବେଶ ଲମ୍ବା ସମୟ ଧରି ନିଜ ନିୟନ୍ତ୍ରଣରେ ରଖିଥିବା କଂଗ୍ରେସ ସରକାରଙ୍କ ମୁର୍ଖାମୀ ଅନେକାଂଶରେ ଦାୟୀ। 

କଂଗ୍ରେସ କାରଣରୁ ହିନ୍ଦୁରାଷ୍ଟ୍ର ନେପାଳ ହୋଇଥିଲା କମ୍ୟୁନିଷ୍ଟ ଦେଶ

ନୂଆଦିଲ୍ଲୀ: ସୀମା ବିବାଦ ଘଟଣାକୁ କେନ୍ଦ୍ର କରି ଭାରତ ସହ ପଙ୍ଗା ନେବା ନେପାଳ ପ୍ରଧାନମନ୍ତ୍ରୀ (Nepal Prime Minister) କେପି ଶର୍ମା ଓଲିଙ୍କ (KP Sharma Oli) ଲାଗି ବେଶ ମହଙ୍ଗା ପଡିଛି।    ଦେଶରେ କ୍ଷମତାସୀନ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟି-ଏନସିପି (NCP-Nepal Communist Party) ଅଧ୍ୟକ୍ଷ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ (Puspa Kamal Dahal Prachand) ସହ ଚାଲିଥିବା କ୍ଷମତାଯୁଦ୍ଧ ପ୍ରଧାନମନ୍ତ୍ରୀ ଓଲିଙ୍କ ଗାଦି ଦୋହଲାଇ ଦେଇଛି। 

fallback

ବିଶ୍ୱରେ ହିନ୍ଦୁରାଷ୍ଟ୍ର ଭାବେ ପରିଚିତ ନେପାଳ କିପରି ଭାବେ ଏକ କମ୍ୟୁନିଷ୍ଟ ଶାସିତ ଦେଶ ହେଲା ତାହା ପଛରେ ରହିଛି ଏକ ଇତିହାସ। ନେପାଳ ବାମପନ୍ଥୀଙ୍କ କବଳକୁ ଆସିବା ପଛରେ ଭାରତର ଶାସନ ବ୍ୟବସ୍ତାକୁ ବେଶ ଲମ୍ବା ସମୟ ଧରି ନିଜ ନିୟନ୍ତ୍ରଣରେ ରଖିଥିବା କଂଗ୍ରେସ (Congress) ସରକାରଙ୍କ ମୁର୍ଖାମୀ ଅନେକାଂଶରେ ଦାୟୀ। କାରଣ କ୍ଷମତାରେ ରହିବା ସମୟରେ ବୈଦେଶିକ ବ୍ୟାପାର ମାମଲାରେ କଂଗ୍ରେସ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଅନେକ ଭୁଲ ପଦକ୍ଷେପ ଭାରତ ଲାଗି ଅନେକ ସମୟରେ ବେଶ ଭାରୀ ପଡିଛି। ଯାହାର ସଦ୍ୟତମ ଉଦାହରଣ ହେଉଛି ନେପାଳ ସମସ୍ୟା।     

fallback

ବିଶ୍ୱର ସବୁଠାରୁ ବଡ କମ୍ୟୁନିଷ୍ଟ ଶାସିତ ଦେଶ ଭାବେ ପରିଚିତ ଚୀନ (China) ଇସାରାରେ ଭାରତ ବିରୋଧି କାର୍ଯ୍ୟରେ ମାତିଛି ନେପାଳ। କ୍ଷମତାସୀନ ଥିବା ସମୟରେ ଚୀନକୁ ଲାଭ ପହଞ୍ଚାଇବା ସହ ଭାରତ ଠାରୁ ନେପାଳକୁ ଦୂର କରିବା ଭଳି ମୁର୍ଖାମୀ କାମ ତତ୍କାଳୀନ କଂଗ୍ରେସ ସରକାରଙ୍କ ଅମଳରେ ହୋଇଥିଲା। ନେପାଳ ହେଉଛି ବିଶ୍ୱର ଏକମାତ୍ର ହିନ୍ଦୁ ଦେଶ। ସାଂସ୍କୃତିକ, ଧାର୍ମିକ ଦୃଷ୍ଟିକୋଣରୁ ଭାରତର ଖୁବ ନିକଟତର।        

fallback
ନେପାଳକୁ ଶାସନ କରିଥିବା ରାଜାଙ୍କ ମିଲିଟାରୀ ସେକ୍ରେଟାରୀ (Military Secretary) ରହିଥିବା ଜେନେରାଲ ବିବେକ ଶାହଙ୍କ ନେପାଳୀ ଭାଷାରେ ରଚିତ ପୁସ୍ତକ 'ମାଇଲୋ ଦେଖିକୋ ଦରବାର' ନାମକ ପୁସ୍ତକରେ ଏକ ଚାଞ୍ଚଲ୍ୟକର ଘଟଣା ବାବଦରେ ଉଲ୍ଲେଖ କରିଛନ୍ତି। ଏନେଇ ସେ କହିଛନ୍ତି ନେପାଳରେ ବାମପନ୍ଥୀ ଆନ୍ଦୋଳନ କରିଥିବା ମାଓବାଦୀଙ୍କୁ କଂଗ୍ରେସ ସରକାର ଭାରତ ମାଟିରେ ସାମରିକ ପ୍ରଶିକ୍ଷଣ ଦେଇଥିଲେ। ଯେପରି ଭାବେ ରାଜୀବ ଗାନ୍ଧୀ ସରକାର ଶ୍ରୀଲଙ୍କାରେ (Srilanka) ୯୦ ଦଶକରେ ଗୃହଯୁଦ୍ଧ ଚଳାଇ ପୃଥକ ତାମିଲ ରାଷ୍ଟ୍ର ଗଠନ କରିବାକୁ ଆନ୍ଦୋଳନ ଚଳାଇଥିବା ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ-ଏଲଟିଟିଇ (Liberation Tigers of Tamil Eelam-LTTE) ସଙ୍ଗଠନ ସହ ଜଡିତ ଆତଙ୍କବାଦୀ ପ୍ରଦାନ କରିଥିଲେ। 

fallback

୧୯୮୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପତ୍ନୀ ସୋନିଆ ଗାନ୍ଧୀଙ୍କ ସହ ନେପାଳ ଯାତ୍ରା କରିଥିଲେ। ଏହି ଗସ୍ତ ସମୟରେ ବିଶ୍ୱ ପ୍ରସିଦ୍ଧ ପଶୁପତିନାଥ ମନ୍ଦିରରେ ଖ୍ରୀଷ୍ଟିଆନ ହେବା କାରଣରୁ ସୋନିଆଙ୍କୁ ପ୍ରବେଶ ଅନୁମତି ମିଳିନଥିଲା। ଯାହାକୁ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ  ନିଜର ବ୍ୟକ୍ତିଗତ ଅପମାନ ଭାବେ ଗ୍ରହଣ କରିଥିଲେ। ଏ ଘଟଣା ପରେ ବିଭିନ୍ନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟ ନେପାଳ ବିରୋଧି ହୋଇଗଲା। 

fallback

ଯାହା ଫଳ ସ୍ୱରୂପ ପ୍ରକୃତ ବନ୍ଧୁ ନେପାଳ ଧିରେ ଧିରେ ଭାରତ ଠାରୁ ଦୂରେଇ ଗଲା। ରାଜୀବ ଗାନ୍ଧୀଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରଙ୍କ ମୂର୍ଖତା ବାବଦରେ ଭାରତୀୟ ଗୁପ୍ତଚର ସଙ୍ଗଠନ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ-ର (RAW-Research and Analysis Wing) ପୂର୍ବତନ ମୁଖ୍ୟ ଅମର ଭୂଷଣ ତାଙ୍କ ଦ୍ୱାରା ରଚିତ 'ଇନସାଇଡ ନେପାଳ' ପୁସ୍ତକରେ ବିସ୍ତୃତ ଭାବେ ଲେଖିଛନ୍ତି। କମ୍ୟୁନିଷ୍ଟ ଶାସିତ ଚୀନ୍ କଂଗ୍ରେସ ସରକାରଙ୍କ ଏହି ମୂର୍ଖାମୀର ଫଇଦା ଉଠାଥିଲା। ଭାରତ ପ୍ରକୃତ ବନ୍ଧୁ ନେପାଳ ଠାରୁ ନିଜକୁ ଦୂରେଇ ରଖିବା କାମ କଂଗ୍ରେସ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା। 

fallback

ବର୍ତ୍ତମାନ ସମୟରେ ଚୀନ ଇସାରାରେ ନାଚୁଥିବା ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କୁ ନିଜ ଦଳ ମଧ୍ୟରୁ ବିରୋଧ କରାଯାଉଥିଲା। ଦଳ ଏବଂ ସରକାରକୁ ଏକପାଖିଆ ଢଙ୍ଗରେ ଚଳାଉଥିବା ଅଭିଯୋଗ ହୋଇଥିଲା। ୨୦୧୮ରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ ଏକୀକରଣ ପରେ କେପି ଓଲି ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପଟେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ ଏହି ମିଳିତ ଦଳର ସହ ଅଧ୍ୟକ୍ଷ ହୋଇଥିଲେ। 

ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ନେପାଳ ସଂସଦକୁ (Nepal Parliament) ଭଙ୍ଗ କରିବା ଲାଗି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କରିଥିବା ସୁପାରିଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ଦେଶର ରାଷ୍ଟ୍ରପତି (Nepal President) ବିଦ୍ୟାଦେବୀ ଭଣ୍ଡାରୀ (Bidya Devi Bhandari)। ଆସନ୍ତାବର୍ଷ  ଅପ୍ରେଲ ୩୦ ତାରିଖରୁ ମେ ୧୦ ମଧ୍ୟରେ ଦେଶର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କରିବା ଲାଗି ହୋଇଛି ଘୋଷଣା। 

fallback

ନେପାଳକୁ ପୁନର୍ବାର ହିନ୍ଦୁ ରାଷ୍ଟ୍ର କରିବା ଲାଗି  ଆନ୍ଦୋଳନ କରୁଛନ୍ତି ନେପାଳ ଜନତା। ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିକୁ ଛାଡି ବାକି ସମସ୍ତ ରାଜନୈତିକ ଦଳ ଭାରତ ସପକ୍ଷରେ ଅଛନ୍ତି। କମ୍ୟୁନିଷ୍ଟ ପାର୍ଟି ନେତୃତ୍ୱାଧିନ ସରକାରଙ୍କ ଭାରତ ବିରୋଧି ଆଭିମୁଖ୍ୟକୁ ସେଠାକାର ଜନସାଧାରଣ ବିରୋଧ କରୁଛନ୍ତି।