ମାୟାନଗରୀରେ ମହାମାରୀର ତାଣ୍ଡବ, Oxygen ପାଇଁ ଦିଲ୍ଲୀରେ ରୋଗୀ ଛଟପଟ
Advertisement
Article Detail0/zeeodisha/odisha890348

ମାୟାନଗରୀରେ ମହାମାରୀର ତାଣ୍ଡବ, Oxygen ପାଇଁ ଦିଲ୍ଲୀରେ ରୋଗୀ ଛଟପଟ

ମାୟାନଗରୀ ମୁମ୍ବାଇରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ମହାରାଷ୍ଟ୍ର ୮୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ Oxygen ପାଇଁ ଦିଲ୍ଲୀରେ ରୋଗୀ ଛଟପଟ ହେଉଛନ୍ତି। 

ଫାଇଲ ଫଟୋ

ନୂଆଦିଲ୍ଲୀ: ସବୁ ରାଜ୍ୟରେ ଲାଗୁ ହୋଇଥିବା କଟକଣା ସତ୍ତ୍ୱେ କୋରୋନା ଗ୍ରାଫ୍ ଖସିବାର ନାଁ ନେଉନାହି। ଗୋଟିଏ ପଟେ Oxygen ଅଭାବ ଓ ଅନ୍ୟପଟେ ହସ୍ପିଟାଲ ବାହାରେ ଲକ୍ଷ ଲକ୍ଷ କୋରୋନା ଆକ୍ରାନ୍ତ, ଯାହା ସ୍ଥିତିକୁ ଆହୁରି ସାଙ୍ଘାତିକ କରୁଛି। ମାୟାନଗରୀ ମୁମ୍ବାଇରେ କୋରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ମହାରାଷ୍ଟ୍ର ୮୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ Oxygen ପାଇଁ ଦିଲ୍ଲୀରେ ରୋଗୀ ଛଟପଟ ହେଉଛନ୍ତି। 

ବର୍ତ୍ତମାନ କୋରୋନା ସଂକ୍ରମଣକୁ ନେଇ ଦେଶର ସବୁଠାରୁ ଖରାପ ଅବସ୍ଥାରେ ମହାରାଷ୍ଟ୍ର ଅଛି। ଶନିବାରରୁ ରବିବାର ମଧ୍ୟରେ ମହାରାଷ୍ଟ୍ରରେ ମହାମାରୀ ୮୩୨ ଜଣଙ୍କର ଜୀବନ ନେଇଛି। ପୁଣି ଥରେ, ଦିନକରେ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ସେପଟେ ରାଜଧାନୀ ଦିଲ୍ଲୀ (National Capital) ର ଅବସ୍ଥା ନୈରାଶ୍ୟଜନକ ରହିଛି। ଯେଉଁ ହସ୍ପିଟାଲକୁ ଗଲେ କେବଳ ରୋଗୀଙ୍କ ସମ୍ପର୍କୀୟଙ୍କ କୋହଭରା ଚିତ୍କାର ଶୁଣିବାକୁ ମିଳୁଛି। Oxygen ଅଭାବର ସମ୍ମୁଖୀନ ହେଉଥିବା ଦିଲ୍ଲୀରେ ରବିବାର ପ୍ରାୟ ୨୩ ହଜାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। 

Also Read: ସଙ୍କଟ ବେଳେ ଆଗେଇ ଆସିଲା ଆମେରିକା, ଭାରତକୁ ଦେବ କୋରୋନା ଟିକାର କଞ୍ଚାମାଲ୍

କର୍ଣ୍ଣାଟକରେ ମଧ୍ୟ କୋରୋନା (Coronavirus) ଯୋଗୁଁ ଖରାପ ପରିସ୍ଥିତି ଦେଖାଦେଇଛି। ରବିବାର ଏଠାରେ ପ୍ରାୟ ୩୫ ହଜାର ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୧୪୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଗୁଜୁରାଟରେ ଦିନକରେ ମହାମାରୀରେ ୧୫୭ ଜଣ ପ୍ରାଣ ହରାଇଛନ୍ତି। କେରଳ ଓ ଆନ୍ଧ୍ରର ସ୍ଥିତି ମଧ୍ୟ ଗୁରୁତର ରହିଛି। ପଞ୍ଜାବ ଓ ବିହାର କୋରୋନା ସଂକ୍ରମଣକୁ ନେଇ ବେହାଲ ହୋଇଛନ୍ତି। ଜାମ୍ମୁ କାଶ୍ମୀର (Jammu Kashmir) ରେ ମହାମାରୀ ଟିକିଏ ନିୟନ୍ତ୍ରଣ ଅଛି। ତଥାପି ଗତକାଲି ସେଠାରେ କୋରୋନାରେ ଆକ୍ରାନ୍ତ ହୋଇ ୨୧ ଜଣ ପ୍ରାଣ ହରାଇଛନ୍ତି।

ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Aravind Kejriwal) Oxygen ପାଇଁ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ କହିଛନ୍ତି ଯେ, କୋରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀର ପ୍ରାୟ ସମସ୍ତ ହସ୍ପିଟାଲରେ Oxygenର ଅଭାବ ଦେଖାଦେଇଛି। ଜାତୀୟ ରାଜଧାନୀରେ Oxygen ଉତ୍ପାଦନ ହେଉନାହିଁ। କେନ୍ଦ୍ର ସରକାର ଯୋଗାଉଥିବା Oxygen ପ୍ରଯ୍ୟାପ୍ତ ନୁହିଁ, ତେଣୁ ଆପଣମାନେ ଏହାକୁ ଜୀବନ ରକ୍ଷା ସନ୍ଦେସ ଭାବେ ନେଇ ସହାୟତା କରନ୍ତୁ।