Advertisement
Article Detail0/zeeodisha/odisha2285413
Zee OdishaOdisha National-InternationalPm Modi: ଶପଥ ନେବା ପରେ କାଶୀ ଯିବେ ନରେନ୍ଦ୍ର ମୋଦି!

Pm Modi: ଶପଥ ନେବା ପରେ କାଶୀ ଯିବେ ନରେନ୍ଦ୍ର ମୋଦି!

Pm Modi: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ୍ । ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବେ ନରେନ୍ଦ୍ର ମୋଦି। କେବଳ ହ୍ୟାଟ୍ରିକ୍ ନୁହେଁ, ହିଷ୍ଟୋରିକାଲ୍ ହେବାକୁ ଯାଉଛି ମୋଦି ୩.୦ ର ଶପଥ ଉତ୍ସବ। ପ୍ରାୟ ୬ ଦଶନ୍ଧି ପରେ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି। ତେବେ ଏହାରି ମଧ୍ୟରେ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ମୋଦି କାଶୀ ଯାଇପାରନ୍ତି। ମୋଦି ବାରାଣାସୀ କେବେ ଯିବେ ସ୍ଥିର ହୋଇନଥିବା ବେଳେ ତାଙ୍କ ସମ୍ଭାବ୍ୟ ଗନ୍ତବ୍ୟ ସ୍ଥଳୀ ଏବେ ସୁରକ୍ଷା କଡ଼ା କଡ଼ି କରାଯାଇଛି। 

ସେହିପରି ୨୦୧୪ ମସିହାରେ ଯେବେ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବାରାଣାସୀ ଆସନରୁ ଜିତିଥିଲେ ସେ ସମୟରେ ଫଳ ବାହାରିବାର ଠିକ୍ ଦିନକ ପରେ ବାରାଣାସୀରେ ପହଞ୍ଚି ଥିଲେ। ସେହିପରି ୨୦୧୯ ରେ ଲୋକସଭା ନିର୍ବାଚନ ଜିତିବା ପରେ ମୋଦି ମଧ୍ୟ ବାରାଣାସୀ ଯାଇଥିଲେ। ୨୦୧୯  ମସିହା ମେ ' ୨୩ ତାରିଖରେ ଲୋକସଭା ନିର୍ବାଚନ ଫଳ ଘୋଷଣା ହୋଇଥିବା ବେଳେ ମୋଦି ମେ ' ୨୭ ତାରିଖରେ ବାରଣାସୀ ପହଞ୍ଚିଥିଲେ। ସେଠାରେ ଦୁଇ ଥର ମୋଦିଙ୍କୁ ସ୍ଵାଗତ କରାଯାଇଥିଲା। ତେବେ ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପାଖରେ କୌଣସି ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ କାଶୀରେ ଗଙ୍ଗା ଆରତୀ କରିପାରନ୍ତି ଓ କାଶୀ ବିଶ୍ଵନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବାର ସମ୍ଭାବନା ରହିଛି।

ଆଜିର ଶପଥ ଉତ୍ସବରେ ସାମିଲ ହେବେ ୭ ପଡ଼ୋଶୀ ଏବଂ ଭାରତ ମହାସାଗର କ୍ଷେତ୍ର ଅନ୍ତର୍ଗତ ଦେଶର ଶୀର୍ଷ ନେତାଙ୍କ ସମେତ ପ୍ରାୟ ୮୦୦୦ ଅତିଥି। ପଡ଼ୋଶୀ ପ୍ରଥମ ନୀତିକୁ ଆଧାର କରି ସେମାନଙ୍କୁ ନିମନ୍ତ୍ରଣ ପଠାଇଛି ବୈଦେଶିକ ମନ୍ତ୍ରାଳୟ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମେତ କିଛି ଅତିଥି ଦିଲ୍ଲୀରେ ପହଞ୍ଚିଛନ୍ତି। ଶ୍ରୀଲଙ୍କା ଓ ମାଳଦ୍ୱୀପର ରାଷ୍ଟ୍ରପତି, ସିସେଲ୍ସ ଉପରାଷ୍ଟ୍ରପତି ଏବଂ ବାଂଲାଦେଶ, ମରିସସ୍, ନେପାଳ ଓ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇଛି।

Add Zee News as a Preferred Source

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଛନ୍ତି ବିଶିଷ୍ଟ ନେତା, କଳାକାର, ଶିଳ୍ପପତି, ସିନେ ସେଲିବ୍ରିଟି, ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଧର୍ମଗୁରୁ ପ୍ରମୁଖ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Written by Debabrata

About the Author