Pakistan: ଭାରତର ଆଉ ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ପାକିସ୍ତାନରେ କେହି ଅଜ୍ଞାତ ବ୍ୟକ୍ତି ହତ୍ୟା କରି ଦେଇଛନ୍ତି । ଏହିପରି ଭାବେ ଅନେକ ଆତଙ୍କବାଦୀ ପ୍ରାଣ ହରାଇସାରିଲେଣି ।
Trending Photos
Target Killing of Terrorists in Pakistan: ଭାରତର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଅନ୍ୟତମ ଆତଙ୍କବାଦୀ ଅଦନାନ୍ ଅହମ୍ମଦଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଛି । ଖବର ଅନୁଯାୟୀ, କରାଚିରେ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି । ଲଶ୍କର-ଇ-ତୈବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଦନାନ୍ ୨୦୧୬ ମସିହାରେ ଭାରତର ପାମ୍ପୋରରେ CRPF କନଭୟ ଉପରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ । ଏହି ଆକ୍ରମଣରେ ଆଠ ଜଣ ସୈନିକ ସହିଦ ହୋଇଥିଲେ ଓ ୨୨ ଜଣ ଆହତ ହୋଇଥିଲେ ।
୨୦୧୫ ଉଦମପୁର ଆତଙ୍କବାଦୀ ଆକ୍ରମଣରେ ମଧ୍ୟ ଅଦନାନ୍ ସମ୍ପୃକ୍ତ ଥିଲେ । ଏହା ବ୍ୟତୀତ ସେ ପାକିସ୍ତାନରେ ନୂଆ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରୁଥିଲେ । ସେ ଜମ୍ମୁ କାଶ୍ମୀରର ଶ୍ରୀନଗର ଓ ପୁଲୱାମାରେ ଆତ୍ମଘାତୀ ଆକ୍ରମଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ତାଙ୍କୁ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀରର ଲଶ୍କର କ୍ୟାମ୍ପରେ ନୂତନ ନିଯୁକ୍ତମାନଙ୍କୁ ତାଲିମ ଦେବାର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।
ବାଇକରେ ବସି ଆଜ୍ଞାତ ବ୍ୟକ୍ତି ମାନେ ଆସୁଛନ୍ତି ଓ ଗୁଳି ବର୍ଷା କରି ଚାଲିଯାଉଛନ୍ତି
ବିଶେଷ କଥା ହେଉଛି ଏହା ଭାରତର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଥିବା ଆତଙ୍କବାଦୀଙ୍କୁ ପାକିସ୍ତାନରେ ହତ୍ୟା କରାଯିବାର ଏହା ପ୍ରଥମ ଘଟଣା ନୁହେଁ । ଗତ ଦୁଇ ବର୍ଷ ମଧ୍ୟରେ ଏହିପରି ଅନେକ ଆତଙ୍କବାଦୀ ଅଜ୍ଞାତ ଆକ୍ରମଣକାରୀଙ୍କ ଶିକାର ହୋଇଛନ୍ତି । ତେବେ ଏସବୁ ହତ୍ୟାକାଣ୍ଡକୁ ନେଇ ପାକିସ୍ତାନ ନୀରବ ରହିଛି । ସୂଚନାଯୋଗ୍ୟ ଯେ ଏହି ଉପାୟରେ ପ୍ରାଣ ହରାଇଥିବା ପ୍ରାୟ ସମସ୍ତ ଲଶ୍କର-ଏ-ତାଇବା, ହିଜବୁଲ ମୁଜାହିଦ୍ଦିନ ଓ ଜୈସ-ଏ-ମହମ୍ମଦଙ୍କ ସହ ଜଡିତ ଆତଙ୍କବାଦୀ ଥିଲେ ।
ଏହି ଧାରାବାହିକ ଲଶ୍କର-ଇ-ତାଇବା ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଆତଙ୍କବାଦୀଙ୍କ ହାଫିଜ ସଇଦଙ୍କୁ ହତ୍ୟା କରିବା ପ୍ରୟାସ ପରେ ଆରମ୍ଭ ହୋଇଥିଲା । ଏହି ଆତଙ୍କବାଦୀଙ୍କ ହତ୍ୟାରେ ମଧ୍ୟ ସମାନ ଢାଞ୍ଚା ଦେଖିବାକୁ ମିଳିଛି । ପ୍ରତ୍ୟେକ ମାମଲାରେ ବାଇକରେ ବସି ଆଜ୍ଞାତ ବ୍ୟକ୍ତି ମାନେ ଆସୁଛନ୍ତି ଓ ଗୁଳି ବର୍ଷା କରି ହତ୍ୟା କରି ଚାଲିଯାଉଛନ୍ତି ।
ଏହି ପ୍ରମୁଖ ଆତଙ୍କବାଦୀ ପାକିସ୍ତାନରେ ଆଜ୍ଞାତ ବ୍ୟକ୍ତିଙ୍କ ଶିକାର ହୋଇଛନ୍ତି