India Poverty Level: ନିତି ଆୟୋଗର ରିପୋର୍ଟ, ଦେଶରେ ୫ ପ୍ରତିଶତ ତଳେ ଦାରିଦ୍ର୍ୟ ହାର
Advertisement

India Poverty Level: ନିତି ଆୟୋଗର ରିପୋର୍ଟ, ଦେଶରେ ୫ ପ୍ରତିଶତ ତଳେ ଦାରିଦ୍ର୍ୟ ହାର

India Poverty Level: ନିତି ଆୟୋଗଙ୍କ ସଦ୍ୟ ସର୍ବେକ୍ଷଣ ଅନୁସାରେ, ଭାରତର ଗ୍ରାମାଞ୍ଚଳ ଅଧିବାସୀଙ୍କ ଆୟ ବୃଦ୍ଧି ହୋଇଛି। ଏହାଦ୍ୱାରା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ରୋଜଗାର ତାରତମ୍ୟ କମିଛି। ଅତିକମ୍‍ରେ ଏହି ସୂଚକାଙ୍କ ଦେଶରେ ଦାରିଦ୍ର୍ୟତା ହାରରେ ୫ ପ୍ରତିଶତ ହ୍ରାସ କରିଛି ବୋଲି କହିଛନ୍ତି ନିତି ଆୟୋଗ ସିଇଓ ବିଭିଆର ସୁବ୍ରମଣ୍ୟନ୍‍।

ସୂଚନା ଅନୁଯାୟୀ, ଦେଶର ଗ୍ରାମାଞ୍ଚଳରେ ଲୋକଙ୍କ ମାସିକ ମୁଣ୍ତପିଛା ଖର୍ଚ୍ଚ ପୂର୍ବ ଅପେକ୍ଷା ବୃଦ୍ଧି ଘଟିଛି । ଫଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଅଧିବାସୀଙ୍କ ମଧ୍ଯରେ ମୁଣ୍ତପିଛା ଖର୍ଚ୍ଚକୁ ନେଇ ଥିବା ତାରତାମ୍ୟ ୭୧.୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରକାଶ ପାଇଥିବା ପାରିବାରିକ ଖର୍ଚ୍ଚ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ପାର୍ଥକ୍ୟ ୮୩.୯ ପ୍ରତିଶତ ରହିଥିଲା ।

ରିପୋର୍ଟ ଅନୁଯାୟୀ, ଗ୍ରାମାଞ୍ଚଳର ସବୁଠୁ ଗରିବ ୫ ପ୍ରତିଶତ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୧୩୭୩ ଟଙ୍କା ରହିଥିବାବେଳେ ସହରାଞ୍ଚଳର ସବୁଠୁ ଗରିବ ୫ ପ୍ରତିଶତ ଲୋକଙ୍କ ମାସିକ ହାରାହାରି ଖର୍ଚ୍ଚ ୨୦୦୧ ଟଙ୍କା ରହିଛି । ଗାଁରେ ଗରିବ ଲୋକଟିଏ ଦୈନିକ ୪୬ଟଙ୍କା ଖର୍ଚ୍ଚ କରି ଗୁଜୁରାଣ ମେଣ୍ଟାଉଛି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଧନୀ ୫ ପ୍ରତିଶତ ଲୋକଙ୍କ ହାରାହାରି ମାସିକ ଖର୍ଚ୍ଚ ଗ୍ରାମାଞ୍ଚଳରେ ୧୦.୫୦୧ ଟଙ୍କା ଥିବାବେଳେ ସହରାଞ୍ଚଳରେ ଏହା ୨୦.୮୨୪ ଟଙ୍କା ରହିଛି । ଗ୍ରାମାଞ୍ଚଳର ସବୁଠୁ ଧନୀ ୫ ପ୍ରତିଶତ ଲୋକଙ୍କ ତୁଳନାରେ ସବୁଠୁ ଧନୀ ୫ ପ୍ରତିଶତ ଧନୀଙ୍କ ଖର୍ଚ୍ଚରେ ୭.୬୫ ଗୁଣା ଅଧିକ ରହିଛି କିନ୍ତୁ ସହରାଞ୍ଚଳ କ୍ଷେତ୍ରରେ ଏହା ୧୦ ଗୁଣାରୁ ଅଧିକ ରହିଛି ।

ଅନ୍ୟ ତଥ୍ୟ ଅନୁଯାୟୀ, ଗ୍ରାମୀଣ ଭାରତର ଲୋକମାନେ ୨୦୨୨-୨୩ରେ ମାସିକ ମୁଣ୍ତପିଛା ୧୭୫୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ଯାହାକି ସୋମାନଙ୍କ ମୋଟ ଖର୍ଚ୍ଚର ୪୬ ପ୍ରତିଶତ କିନ୍ତୁ ସହରାଞ୍ଚଳ ଲୋକଙ୍କ ମାସିକ ମୁଣ୍ତପିଛା ଖାଦ୍ୟ ବାବଦ ଖର୍ଚ୍ଚ ୨୫୩୦ ଟଙ୍କା ବା ମୋଟ ଖର୍ଚ୍ଚର ୩୯ ପ୍ରତିଶତ ରହିଛି । ୨୦୧୧-୧ରେ ଗ୍ରାମୀଣ ଭାରତର ଖାଦ୍ୟ ବାବଦ ମୁଣ୍ତପିଛା ମାସିକ ଖର୍ଚ୍ଚ ମୋଟ ଖର୍ଚ୍ଚର ୫୨. ୯୦ ପ୍ରତିଶତ ଓ ସହରାଞ୍ଚଳ ଭାରତର ଖାଦ୍ୟ ବାବଦ ଖର୍ଚ୍ଚ ମୋଟ ଖର୍ଚ୍ଚର ୪୨.୬୨ ପ୍ରତିଶତ ରହିଥିଲା । ଅନ୍ୟପକ୍ଷେ ଅଣଖାଦ୍ୟ ଖର୍ଚ୍ଚ ଗ୍ରାମଞ୍ଚଳ ଲୋକଙ୍କ ମଧ୍ଯରେ ୫୪ ପ୍ରତିଶତ ଥିବାବେଳେ ସହରାଞ୍ଚଳରେ ୬୧ ପ୍ରତିଶତ ରହିଛି । ତେବେ ଗତ ୧୧ ବର୍ଷ ମଧ୍ଯରେ ଏହି ପାର୍ଥକ୍ୟ ହ୍ରାସ ପାଇଛି ।

Also Read- Bank Holidays: ମାର୍ଚ୍ଚରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ