ନୂଆଦିଲ୍ଲୀ: ଆତଙ୍କୀ କାର୍ଯ୍ୟକଳାପ ମାଧ୍ୟମରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ସବୁବେଳେ ଯୋଜନା କରିଚାଲିଛି ଆତଙ୍କବାଦୀଙ୍କ ପୃଷ୍ଠପୋଷକ ଭାବେ ବିଶ୍ୱ ସମୁଦାୟରେ ଅପବାଦ ମୁଣ୍ଡାଇଥିବା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଏବେ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଆଗେଇ ଆସିଛି ପାକିସ୍ତାନର ଅନ୍ୟତମ ବନ୍ଧୁ ତୁର୍କୀ।         


COMMERCIAL BREAK
SCROLL TO CONTINUE READING

ଏନେଇ ୟୁରୋପୀୟ ଦେଶ ଗ୍ରୀସର ଏକ ଗଣମାଧ୍ୟମରେ  ପ୍ରକାଶିତ ରିପୋର୍ଟ ଅନୁସାରେ ତୁର୍କୀ ରାଷ୍ଟ୍ରପତି (Turkey President) ରେଚପ ତୈୟପ ଏର୍ଦୋଗାନ (Recep Tayyip Erdogan) ଭାରତର ଅବିଚ୍ଛେଦ୍ୟ ଅଙ୍ଗ କାଶ୍ମୀର ଘାଟିରେ ଭଡାଟିଆ ଯୋଦ୍ଧାଙ୍କ ସହାୟତା ହିଂସାକାଣ୍ଡ ଭିଆଇବାକୁ ଯୋଜନା କରିଛନ୍ତି। ଏହି ଯୋଜନାକୁ କାର୍ଯ୍ୟ କରିବାରୁ ତୁର୍କୀ ରାଷ୍ଟ୍ରପତିଙ୍କ ସାମରିକ ପରାମର୍ଶଦାତା କାଶ୍ମୀର ମାମଲାରେ ଆମେରିକାରେ ସକ୍ରିୟ ଥିବା ଏକ ଆତଙ୍କବାଦୀ ସଙ୍ଗଠନର ସମର୍ଥନ ନେଇଛନ୍ତି।


Also Read: ସୁଧୁରୁନି ଆର୍ଦୋଗେନ, ସାମ୍ନାକୁ ଆସିଲା କାଶ୍ମୀରକୁ ନେଇ ତୁର୍କୀର ଭୟଙ୍କର ଷଡ଼ଯନ୍ତ୍ର


ପେଣ୍ଟାପୋଷ୍ଟାଗମା ରିପୋର୍ଟ (Pentapostagma Report) ଦର୍ଶାଇଛି ଯେ ତୁର୍କୀ ସେହି ଭଡାଟିଆ ଯୋଦ୍ଧାଙ୍କ ସୈନ୍ୟ ସଙ୍ଗଠନ 'ସାଦାତ' (SADAT) ଏବେ କାଶ୍ମୀର ଉପରେ ନଜରଲ ପକାଇଛି। ତୁର୍କୀ ନିଜକୁ ମଧ୍ୟ ଏସିଆର ଅଗ୍ରଣୀ ଶକ୍ତି ଭାବରେ ଦେଖାଇବାକୁ ଚାହୁଁଛି। ଅନ୍ୟପଟେ ଆତଙ୍କୀସ୍ତାନ (Terroristan) ଅର୍ଥାତ ପାକିସ୍ତାନ(Pakistan) ମଧ୍ୟ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ଯୋଜନା କରୁଛି। ଭାରତୀୟ ସେନା ପକ୍ଷରୁ ଜାରି ରହିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଫଳରେ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣା ହ୍ରାସ ପାଇବାରେ ଲାଗିଛି। ସେନାର ଅପରେସନରେ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। 


Also Read: ଆରଆଣ୍ଡଏଡବ୍ଲ୍ୟୁର ଚାଞ୍ଚଲ୍ୟକର ଖୁଲାସା: ଅଯୋଧ୍ୟାରେ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଛି ଆଇଏସଆଇ


 


ଭାରତୀୟ ସେନା (Indian Army) କାର୍ଯ୍ୟାନୁଷ୍ଠାନରେ  କମ୍ପି ଉଠୁଥିବାୱ ପାକିସ୍ତାନ ଏବେ ଆତଙ୍କବାଦୀ ଆକ୍ରମଣ ଲାଗି ତୁର୍କୀର ସହଯୋଗ ନେବାକୁ ଯୋଜନା କରିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ତୁର୍କୀ ରାଷ୍ଟ୍ରପତି ସାଦତ ହାତରେ ଏହି ମିଶନ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଗୋଷ୍ଠୀ ନେତୃତ୍ୱ ତୁର୍କୀ ସାମରିକ ପରାମର୍ଶଦାତା ଅଦନାନ୍ ତାନରାବର୍ଦ୍ଦୀ କରୁଛନ୍ତି ଯିଏକି ସୟଦ ଗୁଲାମ ନବୀ ଫାଇ ( (Syed Ghulam Nabi Fai) ନାମକ କାଶ୍ମୀରରେ ଜନ୍ମିତ ଆତଙ୍କବାଦୀଙ୍କୁ ନିଯୁକ୍ତ ଦେଇଛନ୍ତି। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଇଣ୍ଟର ସର୍ଭିସ ଇଣ୍ଟେଲେଜେନ୍ସି-ଆଇଏସଆଇ (Inter-Services Intelligence-ISI) ଅର୍ଥରେ ଭାରତ ବିରୋଧରେ ଭଡାଟିଆ ସୈନିକଙ୍କୁ ନିଯୁକ୍ତି ପାଇଁ ଫାଇ ଆମେରିକାରେ ଦୁଇ ବର୍ଷ ପାଇଁ କାରାଦଣ୍ଡ ଭୋଗିଛନ୍ତି।


Also Read: ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ; ରୋହିଙ୍ଗ୍ୟା ମୁସଲମାନଙ୍କୁ ମିଆଁମାରରେ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଛି ଆଇଏସଆଇ


ଆମେରିକା (America) ମାଟିରେ ଥାଇ  କାଶ୍ମୀର ବିରୁଦ୍ଧରେ ଷଡଯନ୍ତ୍ର କରୁଥିବା ଫାଇ ଆମେରିକୀୟ କାଉନସିଲ୍ ଅଫ୍ କାଶ୍ମୀର (American Council of Kashmir) ନାମକ ସଙ୍ଗଠନ ଗଠନ କରିଥିଲେ। ଏହି ସଙ୍ଗଠନ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ଦ୍ୱାରା ଅନୁଦାନ ପ୍ରାପ୍ତ। ଏହି ଗୋଷ୍ଠୀ ବର୍ତ୍ତମାନ ତୁର୍କୀର ସାଦତ ଏବଂ ଇସଲାମିକ୍ ୱାର୍ଲ୍ଡ (Islamic World) ନାମକ ଏକ ଏନଜିଓ ସହ ମିଳିତ ଭାବେ କାଶ୍ମୀର ବିରୋଧି ଷଡଯନ୍ତ୍ରରେ ମାତିଛି। ରିପୋର୍ଟରେ କୁହାଯାଇଛି ସୟଦ ଗୁଲାମ ନବୀ ଫାଇ କାଶ୍ମୀର ମାମଲାକୁ ନେଇ ବହୁତ ସକ୍ରିୟ ଅଛନ୍ତି। ସେ ପ୍ରାୟତ ସାଦତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରନ୍ତି।


ସାଦାତ ହେଉଛି ଏକ ଭଡାଟିଆ ସୈନ୍ୟ ଦଳ ଯେଉଁମାନେ ତୁର୍କୀ, ସିରିଆ, ଲିବିୟା ସମେତ ଅନେକ ଦେଶରେ ଜିହାଦୀଙ୍କୁ ତାଲିମ ଦେବା ଏବଂ ଅସ୍ତ୍ର ଯୋଗାଇବା ପାଇଁ କାର୍ଯ୍ୟ କରନ୍ତି। ଏଥିରେ ତୁର୍କୀ ସେନାର ବହୁ ସଂଖ୍ୟକ ଅବସରପ୍ରାପ୍ତ ସେନା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ସାଦତ ମୁସଲମାନ ଦେଶରୁ ହଜାର ହଜାର ଯୋଦ୍ଧାଙ୍କୁ ମିଶାଇ ଏକ ଇସଲାମିକ ସେନା ଗଠନ କରିବାକୁ ଚେଷ୍ଟା କରୁଛି। ନାଗର୍ଣ୍ଣୋ-କରାବାକ୍ ଯୁଦ୍ଧରେ ଭଡାଟିଆ ସୈନିକ ପଠାଇ ତୁର୍କୀ ଆଜରବୈଜାନକୁ ସାହାଯ୍ୟ କରିଥିଲା।